Odisha News: ଗଜପତି: ରଙ୍ଗର ପର୍ବ ହୋଲି ପାଇଁ ଉତ୍ସବ ମୁଖର ରାଜ୍ୟ। ପୁରପଲ୍ଲୀ, ଗଜପତି ଜିଲ୍ଲାର ଏକମାତ୍ର ଦୃଷ୍ଟିହୀନ ମୁକ ବଧିର ଦିବ୍ୟାଙ୍ଗ ପିଲାଙ୍କ ଲାଗି ପ୍ରତିଷ୍ଠିତ ସ୍ବତନ୍ତ୍ର ବିଦ୍ୟାଳୟ ମୋହନାରେ ବହୁ ଆଡମ୍ବର ସହକାରେ ହୋଲି ପର୍ବ ଅନୁଷ୍ଠିତ ‌ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ନିଜେ ପିଲାଙ୍କ ସହ ଫଗୁ ରଙ୍ଗ ଲଗେଇ ହୋଲି ଖେଳିଛନ୍ତି। ତିବ୍ଦତୀୟ ଶରଣାର୍ଥୀ ଓସି ଷ୍ଟେମ୍ପେନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପିଲାଙ୍କ ବ୍ୟବହାର ଲାଗି ଷ୍ଟିଲ ଥାଳି, ଅତ୍ୟାଧୁନିକ ଷ୍ଟାଣ୍ଡିଙ୍ଗ ପାଣି ଫିଲଟର, ଦୁଧିଆଳୀ ଗାଈ ବାଛୁରୀ, ଶୁଖିଲା ଖାଦ୍ୟ ସହ କଂସା ବାସନ ଆସବାସ ପତ୍ର ଯୋଗାଇ ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଜିଲ୍ଲାପାଳ ଙ୍କ ସହ ଫଗୁ ଖେଳିଥିବା ହେତୁ ଦିବ୍ୟାଙ୍ଗ ପିଲାମାନେ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମିତ ସର୍ବପୁରାତନ ଏହି ବିଦ୍ୟାଳୟ ର ସମ୍ପାଦକ ଦଣ୍ଡାସି ସାହୁଙ୍କ ତତ୍ବାବଧାନରେ ଆୟୋଜିତ ହୋଲି ପର୍ବ ପାଳନ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସମ୍ମାନିତ ଅତିଥି ତିଦ୍ଦତିୟ ଶରଣାର୍ଥୀ କ୍ୟାମ୍ପ ସର୍ବୋଚ୍ଚ ଅଧିକାରୀ ଗୁରୁଜୀ ଖେମ୍ପୋ ପେମା, ବିଜେଡି ସଭାପତି ଜଗବନ୍ଧୁ ଦାସ, ଓସି ଷ୍ଟେମ୍ପେନ ସଂସ୍ଥା ର ସଭାପତି ପେମା ଗିଲପୋ, ଉପସଭାପତି ୱାଂଚେନ୍ ଯୋଗଦେଇ ମହାରାଜା ଙ୍କ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରିବା ସହ ଦିଆଯାଇଥିବା ଆସବାସ ପତ୍ର ଓ ଦୁଧିଆଳୀ ଗାଇ ବାଛୁରୀ ଙ୍କୁ ଅନୁଷ୍ଠାନ ପାଇଁ ସମର୍ପିତ କରିଥିଲେ । 


ଏହା ସହ ଜିଲ୍ଲାପାଳ, ସ୍ଥାନୀୟ ସରପଞ୍ଚ ପିଲାମାନଙ୍କ ଦ୍ବାରା ଦୁଇଟି କେକ୍ କାଟି ମିଠେଇ ଖୁଆଇଥିଲେ । କାର୍ଯ୍ୟକ୍ରମ ଶିକ୍ଷାବିତ ମଧୁସୁଦନ ପାଢୀ ,ପ୍ରଶାନ୍ତ ବିରୋ, ସ୍ବତନ୍ତ୍ର ଉନ୍ନୟନ ସଦସ୍ୟ ରାଜିବ ମଲିକ ଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ସହଯୋଗ କରିଥିଲେ। ତିଦ୍ଦତିୟ ଧର୍ମଗୁରୁ ଦଲାଇଲାମାଙ୍କ ଦୀର୍ଘ ଯିବି କାମନା ପୁର୍ବକ ଏଭଳି ଗରୀବ ଅସହାୟ ଦୃଷ୍ଟିହୀନ, ବଧିର, ପିଲାମାନଙ୍କୁ ପାଇଁ ସୁବ୍ୟବସ୍ଥା ଯୋଗାଇ ଦେଇଥିବା କହିଛନ୍ତି ବଦାନ୍ୟ ବ୍ୟକ୍ତି ତଥା ଓସି ଷ୍ଟେମ୍ପେନ ସଂସ୍ଥା ର ସଭାପତି ପେମା ଗିଲପୋ।