ଖସୁଛି ପାରଦ, ବଢିବ ଶୀତ; ଏସବୁ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି
୩୧ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏପରି ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।
ଭୁବନେଶ୍ୱର: Odisha Weather Update: ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ (Cold Wave) । ଜାନୁଆରୀ ୩୦ ଯାଏଁ ରହିବ ପ୍ରଭାବ । ବେଶ କିଛି ଦିନ ଅନ୍ତରରେ ରାଜ୍ୟରେ ପୁଣି ଅନୁଭୂତ ହେବାକୁ ଯାଉଛି ଶୀତ । ଆଜି (ଶୁକ୍ରବାର) ଠାରୁ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ ଓ ଗଂଜାମରେ ହାଲୁକା କୁହୁଡି (Fog) ସମ୍ଭାବନା ରହିଛି ।
ତେବେ ଆସନ୍ତା ୪ ରୁ ୫ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦୁଇ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଅନ୍ୟପଟେ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୯ରେ ୬ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସୋନପୁର, ବରଗଡ ଓ ବଲାଙ୍ଗୀରରେ ଶୀତ ଲହରୀ (Cold Wave) ପ୍ରବାହିତ ନେଇ ୟେଲୋ ଆଲର୍ଟ (Yellow Warning for Cold Wave) ଜାରି କରିଛି ପାଣିପାଗ ବିଭାଗ ।
ଏହା ବି ପଢ଼ନ୍ତୁ:-ପଞ୍ଜାବରେ କଂଗ୍ରେସକୁ ଚନ୍ନି ନା ସିଦ୍ଧୁଙ୍କ ଚେହେରା ଉପରେ ନିର୍ବାଚନ ଲଢ଼ିବା ଉଚିତ୍? ଜାଣନ୍ତୁ ଜନତାଙ୍କ ଜବାବ
ଏହା ବି ପଢ଼ନ୍ତୁ:-ଭଲ ଖବର! କେନ୍ଦ୍ର ସରକାର ମହିଳା ଓ ପୁରୁଷଙ୍କୁ ପ୍ରତି ମାସରେ ଦେବେ ୩୦୦୦ ଟଙ୍କା, ଆପଣ ଆଜି ହିଁ କରନ୍ତୁ ଆବେଦନ
ଏହା ବି ପଢ଼ନ୍ତୁ:-ଖୁସି ଖବର! ଏଣିକି ସପ୍ତାହରେ ୫ ଦିନ କାମ କରିବେ ଏହି ରାଜ୍ୟର ସରକାରୀ କର୍ମଚାରୀ
୩୧ ତାରିଖ ସକାଳ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏପରି ଶୀତ ଲହରୀ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ସେହିପରି ପାହାଡିଆ ଅଞ୍ଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀରୁ କମ୍ ରେକର୍ଡ ହେବା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।