ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ କାଳବୈଶାଖୀ ଭୟ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଉତ୍ତର ପ୍ରଦେଶର ଉତ୍ତରପୂର୍ବ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉପରେ ପୂର୍ବ ଉତ୍ତର ପ୍ରଦେଶରୁ ବିଦର୍ଭ ମଧ୍ୟରେ ଏକ ଟ୍ରଫ୍ ଲାଇନ ସକ୍ରିୟ ରହିଛି । ଏସବୁ ପ୍ରଭାବରେ ରାଜ୍ୟରେ ଆସନ୍ତା ପାଂଚ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଓ ବଜ୍ରପାତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଭୁବନେଶ୍ୱର: Odisha Weather Update: ସଅଳ ଆସୁଛି ମୌସୁମୀ, ୩୧ ତାରିଖରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ । ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏଥର ଆଗୁଆ ଅର୍ଥାତ ଆସନ୍ତା ୩୧ ତାରିଖ ସୁଦ୍ଧା କେରଳରେ ଅନସେଟ୍ ହେବା ନେଇ ପାଗ ଅନୁକୂଳ ରହିଛି । ଏହାପରେ ଓଡିଶା ଆସିବାକୁ ୧୦ରୁ ୧୨ ଦିନ ସମୟ ଲାଗିବ ।
ଅଧିକ ପଢ଼ନ୍ତୁ:-ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ
ସେପଟେ ଉତ୍ତର ପ୍ରଦେଶର ଉତ୍ତରପୂର୍ବ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଉପରେ ପୂର୍ବ ଉତ୍ତର ପ୍ରଦେଶରୁ ବିଦର୍ଭ ମଧ୍ୟରେ ଏକ ଟ୍ରଫ୍ ଲାଇନ ସକ୍ରିୟ ରହିଛି । ଏସବୁ ପ୍ରଭାବରେ ରାଜ୍ୟରେ ଆସନ୍ତା ପାଂଚ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ଓ ବଜ୍ରପାତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢ଼ନ୍ତୁ:-ପାଖେଇ ଆସୁଛି ଡ୍ୟୁ ଡେଟ୍, ମିଳିବ ତ ଦ୍ୱିତୀୟ ଡୋଜ୍ ?
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି, ଗଂଜାମ, ନୟାଗଡ, ଖୋର୍ଦ୍ଧା, ଓ ମୟୂରଭଂଜରେ କାଳବୈଶାଖୀ ପ୍ରଭାବରେ ବିଜୁଳି ବଜ୍ରପାତ ସହ ବର୍ଷା ପବନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ସେହିପରି ଆସନ୍ତାକାଲି ମଧ୍ୟ ୧୦ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୩ ତାରିଖ ସକାଳ ପର୍ଯ୍ୟନ୍ତ ଏପରି ପ୍ରଭାବ ରହିବ । ସେହିପରି ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରିଛି କେନ୍ଦ୍ର ।