ଭୁବନେଶ୍ୱର: Odisha Weather Update: ପଶ୍ଚିମବଙ୍ଗ ହିମାଳୟ ଓ ସିକିମ ଠାରୁ ଦକ୍ଷିଣ ଓଡିଶା ମଧ୍ୟରେ ଏକ ଟ୍ରିଫ୍ ଲାଇନ ସକ୍ରିୟ ରହିଛି । ତେବେ ୨୪ ଘଣ୍ଟାରେ ଦୁଇ ଜିଲ୍ଲା ଖୋର୍ଦ୍ଧା ଓ ବାଲେଶ୍ୱରରେ ହିଟ୍ ୱେଭ୍ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୭ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ମୟୂରଭଂଜ ଜିଲ୍ଲାରେ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ହୋଇଯିବ ୨୮ ପ୍ରତିଶତ! ବଢ଼ିବ ଦରମା ଓ ପେନସନ୍


ଏହାପରେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ତାତିର କୋପ ହ୍ରାସ ପାଇ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇବ । ଏଥିପାଇଁ ଆସନ୍ତାକାଲି ୯ ଜିଲ୍ଲାକୁ ଘଡଘଡି ଓ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୨ ତାରିଖ ସକାଳ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ।


ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନା ଭୂତାଣୁର ଆଉ ଏକ ନୂଆ ଲକ୍ଷଣ, ଡାକ୍ତରଙ୍କ ଉପଦେଶ- ତୁରନ୍ତ କରନ୍ତୁ ପରୀକ୍ଷା


ସେପଟେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ଉପକୂଳ ଓଡିଶାରେ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ଖସିବାର ସମ୍ଭାବନା ରହିଛି । ସେପଟେ ସତର୍କ ସୂଚନା ଥିବା ଜିଲ୍ଲା ଗୁଡିକରେ ଆବଶ୍ୟକୀୟ ପ୍ରସ୍ତୁତି ସହ ଆଲର୍ଟ ରହିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।