Oil & Natural Gas Exploration: ପୁରୀ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଦୁବାଇର ରୂପ ନେବାକୁ ଯାଉଛି ରାଜ୍ୟ। କିଛି ଦିନ ତଳେ ପୁରୀର କିଛି ଅଞ୍ଚଳରେ ଅଶୋଧିତ ତୈଳର (Crude Oil) ସନ୍ଧାନ ମିଳିଥିବା ବେଳେ ତାହାର ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ବିଗତ କିଛି ଦିନ ଭିତରେ ମୃତ୍ତିକା ସର୍ଭେ ଶେଷ ହେବା ପରେ ଏହି ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ପୁରୀର ଗୋପ ବ୍ଲକରେ ଦୁଇଟି ସ୍ଥାନରେ ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଉଲ୍ଲେଖ ଯୋଗ୍ୟ କି ତୈଳ ସନ୍ଧାନ ମିଳିବା ପରେ ଇଣ୍ଡିଆନ ଅଏଲ (Indian Oil) ପକ୍ଷରୁ ଏଠାରେ ଅନୁଧ୍ୟାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ପୁରୀ ଜିଲ୍ଲା ଗୋପ (Gop) ବ୍ଳକ କୁସୁପୁର ମୌଜାରେ ପେଟ୍ରୋଲ ବାହାରିବା ପାଇଁ ଇଣ୍ଡିଆନ ଅଏଲ ତରଫରୁ ପ୍ରଥମ ପର୍ଯ୍ୟାୟରେ କାମ ଆରମ୍ଭ କରାଯାଇଛି। ଦୁଇଟି ଜେସିବି ସାହାଯ୍ୟରେ ତିନୋଟି ଗାଡ଼ିଆ ଖୋଲାଯାଉଛି। ଆଗାମୀ ଦିନରେ ଏହି ଜାଗାରେ ବୋରିଂ କରାଯାଇ ଅପରିସ୍କାର ପାଣିକୁ ଏହି ଗାତରେ ରଖାଯିବାର ବ୍ୟବସ୍ଥା କରାଯିବା କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଆରମ୍ଭ କରାଯାଇଛି। କୁସୁପୁର ମୌଜାରେ ପ୍ରାୟ ୮ ଏକର ଜମି ଅଧିଗ୍ରହଣ କରିଛି କମ୍ପାନୀ। ଏପଟେ ପୂର୍ବରୁ ଜମି ମାଲିକଙ୍କୁ ଦୁଇମାସ ତଳେ ତିନି ବର୍ଷ ପାଇଁ ଲିଜ ସୂତ୍ରରେ ଜମି ମାଲିକଙ୍କୁ ଟଙ୍କା ତିନି ବର୍ଷ ପାଇଁ ଦେଇଛି ଇଛି ଅଏଲ ଇଣ୍ଡିଆ କମ୍ପାନୀ।


ମିଳିଥିବା ସୂଚନା ମୁତାବକ ଏହି ମୌଜାରେ ମୋଟ ୩୮ ଜଣ ଜମି ମାଲିକଙ୍କ ନିକଟରୁ ପ୍ରାୟ ୮ ଏକର ଜମିକୁ ଲିଜରେ ନେଇଛି ଇଣ୍ଡିଆନ ଅଏଲ। ସେପଟେ ଗୋପ ବ୍ଲକର କୁଶୁପୁର ଓ ଚିତ୍ରା ଅଞ୍ଚଳରେ ୩୮ ଜଣ ଜମି ମାଲିକଙ୍କୁ ପ୍ରାୟ ଏକ କୋଟି ଟଙ୍କା ପ୍ରଦାନ କରିଛି କମ୍ପାନୀ। 


ସାଟେଲାଇଟ ମ୍ୟାପିଂରୁ ଇଣ୍ଡିଆନ ଅଏଲର ୬ ଜଣିଆ ଏକ ରିସର୍ଚ୍ଚ ଟିମ ଏଠାରେ ଅଶୋଧିତ ତୈଳ ଥିବା ନେଇ ଜାଣିବାକୁ ପାଇଥିଲେ। ଜାଣିବା ପରେ ଏଠାରେ ଗବେଷଣା ଆରମ୍ଭ କରିଥିଲେ। ମାଟି ନେଇ ତାହା ଉପରେ ପରୀକ୍ଷା ନୀରିକ୍ଷା କରିଥିଲେ। ଏଠାରେ ତୈଳ ଥିବା ନେଇ ସ୍ପଷ୍ଟ ହେବା ପରେ ଉତ୍ତୋଳନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହା ପୂର୍ବରୁ କମ୍ପାନୀ ୩ ବର୍ଷ ପାଇଁ ପ୍ରାୟ ୮ ଏକର ଜମିକୁ ଲିଜରେ ନେଇଛି। ଉପଭୋକ୍ତାଙ୍କୁ ବର୍ଗ ମିଟର ପିଛା ୫୧ ହଜାର ଟଙ୍କା ଦେଇଛି କମ୍ପାନୀ।