VK Pandian News In Odia: ଆଜି ପୁରୀ ଗସ୍ତରେ ଆସିଥିବା ବେଳେ 5T ସଚିବ ଭିକେ ପାଣ୍ଡିଆନଙ୍କ ପାଦତଳେ ପଡିଗଲେ ଜଣେ ମହିଳା ଓ ତାଙ୍କ ସ୍ୱାମୀ। ନେହୁରା ହେଲେ ଗୁହାରୀ କଲେ। ସବୁଠାରୁ ଆଶ୍ଚର୍ଯ୍ଯର କଥା ହେଉଛି 5T ସଚିବ ସେମାନଙ୍କୁ ଆଡେଇବା ପରିବର୍ତ୍ତେ ସ୍ନେହଭରା କଣ୍ଠରେ ପାଖକୁ ଡାକିଲେ ଆଉ ତାଙ୍କ ହାତରୁ କେଇପଦ ଲେଖାଥିବା ଦରଖାସ୍ତ ଟିକୁ ନେଇଗଲେ। କେବଳ ସେତିକି ନୁହେଁ ଭଲକରି ପଢିବା ସହ ଜିଲ୍ଲାପାଳଙ୍କ ହାତକୁ ବଢାଇଦେଲେ। ଜିଲ୍ଲାପାଳ ମଧ୍ୟ ଏହାକୁ ଅତି ଗମ୍ଭିରତାର ସହ ଦେଖିବାର ପ୍ରତିଶ୍ରୁତି ଦେଲେ। ତେବେ ଏମାନେ ହେଉଛନ୍ତି ପୁରୀ ଜିଲ୍ଲା ବାଟଗାଁ ଅଞ୍ଚଳର ବାସିନ୍ଦା। 


COMMERCIAL BREAK
SCROLL TO CONTINUE READING

ସେମାନଙ୍କ କହିବା କଥା ହେଉଛି ୨୦୧୯ ମସିହା 'ଫନି' ବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଯାହାକୁ ଗୁହାରୀ କଲେ ବି ଆବାସଟିଏ ମିଳିଲା ନାହିଁ। କୋଡିଏ ହଜାର ହାତଗୁଞ୍ଜା ଦେଇବି ଫଳ ମିଳିଲା ନାହିଁ। ଆଂଶିକ କ୍ଷୟକ୍ଷତି ଦର୍ଶାଇ ଅଳ୍ପକିଛି ସହାୟତା ଦେଇଥିଲେ। ହେଲେ ଆଜି ଆବାସ ଗୃହଟିଏ ପାଇଁ 5T ସଚିବଙ୍କ ପାଖକୁ ଆସିଥିଲୁ। ସେ କେବଳ ଚାହିଁଲେ ନ୍ଯାୟ ଦେବେ । ଏହି ଆଶାରେ ଶ୍ରୀମନ୍ଦିର ପାଖରେ ରହିଥିଲୁ। ଆସିବା କ୍ଷଣି ତାଙ୍କୁ ଗୁହାରୀ କଲୁ ବୋଲି କହିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ତେବେ 5T ସଚିବ କଣ ଏହା ଉପରେ ଆକ୍ସନ ନେଉଛନ୍ତି ତାହା ଉପରେ ନଜର ରହିଛି। 



ଏଠାରେ କହିରଖୁଛୁ ଯେ, ପ୍ରତି ଶନିବାର ଗତକାଲି ମଧ୍ୟ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ  (Mahaprabhu Jagannath) ଦର୍ଶନ କରିବା ସହ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ତଦାରଖ କରିଥିଲେ  5Tସଚିବ ଭିକେ ପାଣ୍ଡିଆନ (Vk Pandian) । ପ୍ରଥମେ ନିର୍ମାଣାଧୀନ ଟ୍ରମ୍ପେଟ ବ୍ରୀଜକୁ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ । ଯେହେତୁ ଜୁନ୍ ୨୦ରେ ରଥଯାତ୍ରା ତାହା ପୂର୍ବରୁ ଟ୍ରମ୍ପେଟ ବ୍ରୀଜ ସାମୂହିକ ଭାବେ କାର୍ଯ୍ଯକ୍ଷମ କରାଯିବ। ଜାତୀୟ ରାଜପଥରୁ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂକୁ One way ସଂଯୋଗ କରାଯିବ। ଫଳରେ ପାର୍କିଂ ସମସ୍ଯା ଦୁର ହୋଇପାରିବ। ସେପଟେ ସମଙ୍ଗରେ ପ୍ରାୟ ୪୦ ଏକର ଯାଗା ଉପରେ ଚାଲିଥିବା ବିରାଟ ପାର୍କିଂ ପ୍ରକଳ୍ପ ବୁଲି ଦେଖିଥିଲେ 5T ସଚିବ। ରଥଯାତ୍ରା ପୂର୍ବରୁ ଯଥାସମ୍ଭବ ପାର୍କିଂ ସ୍ଥଳର ନିର୍ମାଣ ସାରିବାକୁ ଲକ୍ଷ ରହିଛି। ଜାତୀୟ ରାଜପଥରୁ ଏକ ଆପ୍ରୋଚ ରୋଡ ପାର୍କିଂ ସ୍ଥଳ ସହ ମଙ୍ଗଳାଘାଟକୁ ସଂଯୋଗ କରିବ। ସମଙ୍ଗ ପାର୍କିଂ ସମ୍ପୂର୍ଣ୍ଣ ହେଲେ ରଥଯାତ୍ରା, ସୂନାବେଶ,ସ୍ନାନଯାତ୍ରା ଆଦି ବିଭିନ୍ନ ବଡବଡ ପର୍ବପର୍ବାଣିରେ ଟ୍ରଫିକ ସମସ୍ଯା ରହିବ ନାହିଁ। 


ଏମିତିକି ବଡବଡ କର୍ମିସମ୍ମିଳନୀ ଏଠାରେ ହୋଇପାରିବ। ତେବେ ଏହି ପାର୍କିଂରେ (Sri Mandira Parking) ଏକକାଳୀନ ୪୨୦ଟି ବସ ,୨୫୮ଟି ଅଟୋ, ୫୪୯ଟି କାର୍ ସହିତ ୧୦୫୪ଟି ମଟରସାଇକେଲ ରହିବାର ବ୍ଯବସ୍ଥା କରାଯାଉଛି। ସେପଟେ ବାସେଳିସାହୀ ମୌଜାରେ ଚାଲିଥିବା ଧର୍ମଶାଳା ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ସେପଟେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ଯ ପରିଦର୍ଶନ କରି ଟିକନିକ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ। ପ୍ରଥମେ ରଥଖଳା ଓ ଆଡମିନିଷ୍ଟ୍ରେଟିଭ ବ୍ଯୁଲଡିଂ କାମ ଦେଖିଥିଲେ। ତାପରେ ଉତ୍ତର ପୂର୍ବ କୋଣ ପରିଦର୍ଶନ କରିବା ପରେ ଏମାରମଠ ନିକଟ କାର୍ଯ୍ୟ , ଦକ୍ଷିଣ ପାର୍ଶ୍ୱ ,ପଶ୍ଚିମ ଓ ଶେଷରେ ଉତ୍ତର ପାର୍ଶ୍ୱ କାର୍ଯ୍ଯର ତଦାରଖ କରିଥିଲେ। ରଥଯାତ୍ରା ପୂର୍ବରୁ ଅନ୍ତତଃ ପୂର୍ବପାର୍ଶ୍ୱ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଠିକାସଂସ୍ଥା ଟାଟା, ଓବିସିସି ପକ୍ଷରୁ ପ୍ରତିଶୃତି ଦିଆଯାଇଛି। ନକ୍ସା ଦେଖାଇ ନିର୍ମାଣ କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ 5T ସଚିବଙ୍କୁ ଅବଗତ କରାଯାଇଛି। 


Also Read: Odisha News: ଗହିରମଥାରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ, ସୁରକ୍ଷାକୁ ନେଇ ଚିନ୍ତାରେ ପ୍ରଶାସନ