Padma Besha: ପୁରୀ: ଶ୍ରୀମନ୍ଦିରରେ (Srimandira) ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ (Padmabesa) ଆଜି ଅନୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ସେହି ଦିନ ରାତି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ। ତାପର ଦିନ ଅର୍ଥାତ ଗୁରୁବାର ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ଚଳିତ ବର୍ଷ ଚକ୍ଷୁରେ ଦେଖିବାର ସୁଯୋଗ ପାଇବେ ଭକ୍ତଗଣ ।  ସେପଟେ ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସନ୍ଧ୍ୟାଧୂପ ସମାପନ ହେବାପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ଏହି ବେଶ ପାଇଁ କାରିଗରମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଦିଅନ୍ତି। ସେହିଭଳି ଭୁବେନେଶ୍ୱରର ଜଣେ ଭକ୍ତ ମଧ୍ୟ ପ୍ରତିବର୍ଷ ଆବଶ୍ୟକୀୟ ପଦ୍ମଫୁଲ ଶ୍ରୀମନ୍ଦିରକୁ ଯୋଗାଇ ଦେଇଥାନ୍ତି। ତେବେ ଚଳିତବର୍ଷ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ୍ ଉତ୍ସାହ ପରିଲକ୍ଷିତ ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ସେପଟେ ଶ୍ରୀ ମନ୍ଦିର ପରମ୍ପରା ଅନୁସାରେ ମାଘମାସ ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ଭିତରେ ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହୋଇଥାଏ।ସେହି ଅନୁସାରେ ମାଘମାସ ଅର୍ଥାତ ଶୀତ ଦିନରେ ବୁଧବାର ନୀଳ ଘୋଡ଼ ଓ ଶନିବାରରେ କଳା ଘୋଡ଼ ଲାଗି ସମୟରେ ମହାପ୍ରଭୁ ପଦ୍ମ ବେଶ ହୋଇଥାନ୍ତି।ତେଣୁ ଆସନ୍ତାକାଲି  ବୁଧବାର ପଡୁଥିବାରୁ ନୀଳ ଘୋଡ଼ ଲାଗି ହୋଇ  ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ। ରାତ୍ର ପହୁଡ଼ ଠାରୁ ଆରମ୍ଭ କରି  ପରଦିନ ଅବକାଶ ନୀତି ପର୍ଯ୍ୟନ୍ତ ଭକ୍ତମାନେ ପଦ୍ମ ବେଶର ଦର୍ଶନ କରିପାରିବେ ଆଉ ଏନେଇ ବଡଛତା  ମଠ ପକ୍ଷରୁ ବେଶ କାରିଗରମାନେ ପଣ୍ଡୁ ପୂର୍ଣ୍ଣିମାରୁ ମହାପ୍ରଭୁଙ୍କ ପଦ୍ମବେଶ  କାର୍ଯ୍ୟ ଆରମ୍ଭ କରିଛନ୍ତି। ସେପଟେ ପଦ୍ମବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲାଗି ଶ୍ରୀମୁଖ ପଦ୍ମ, ଡାଳି ସିଂହାସନ ସହ ଗଛ, ଶ୍ରୀହସ୍ତ ପଦ୍ମକଢ଼, ହଂସ, ପଦ୍ମଫୁଲ ଓ ଚୂଳ କାମ ପ୍ରସ୍ତୁତିରେ ଲାଗିଛନ୍ତି ଛଅ ଜଣ ବେଶ କାରିଗର। ମହାପ୍ରଭୁଙ୍କ ସେବା ପାଇଥିବାରୁ ବେଶ କାରିଗରମାନେ ନିଜକୁ ଧନ୍ଯ ମନେ କରିଛନ୍ତି।


Also Read-  Dharmendra Pradhan: କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ? ଚର୍ଚ୍ଚାରେ ଏହି ୨ ଆସନ


Also Read- Diabetes Alert: ସକାଳୁ ଜଳଖିଆରେ ଖାଉଛନ୍ତି କି ଏସବୁ ସ୍ୱାସ୍ଥ୍ୟକର ଖାଦ୍ୟ, ସାବଧାନ ବଢିପାରେ ଡାଏବେଟିସ୍ ର ଆଶଙ୍କା