କନ୍ଧମାଳ: ପ୍ରକୃତିର ରାଣୀ ସାଜିଛି ଜଣେ କୁନି ଝିଅ। ଭଳିକି ଭଳି ପତ୍ରରେ ନିର୍ମିତ ପୋଷାକ ପରିଧ୍ୟାନ କରି ବେଶ ଲୋକପ୍ରିୟତା ସାଉଁଟୁଛି ସେ। ଯାହାକି ସୋସିଆଲ ମିଡ଼ିଆର ଏବେ ଘୁରିବୁଲୁଛି। ଆଉ ଏହି ଭାଇରଲ ଫୋଟଟି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳ ବୋଲି ଜଣାପଡ଼ିଛି। ସାଧାରଣତଃ ବଣ ଜଙ୍ଗଲରେ ରହିଥିବା ପତ୍ରକୁ ଖଲି, ଠୋଲା, ତୋରଣ, ପୂଜା ମଣ୍ଡପ ଆଦିରେ ବ୍ୟବହାର ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଏହା ସହ ଆଦିବାସୀ ଅଞ୍ଚଳରେ (Tribal Area) ପତ୍ରକୁ ମାସ୍କ (Leaf Made Mask) ଭାବେ ବ୍ୟବହାର କରାଯାଉଥିବାର ମଧ୍ୟ କିଛି ଦିନେ ପୂର୍ବେ ଦେଖିବାକୁ ମିଳିଥିଲା। ହେଲେ କେବେ ପତ୍ରକୁ ବସ୍ତ୍ର (Leaf Made Dress) ଭାବେ ବ୍ୟବହାର କରିହେବ ତାହା ଆମେ ଭାବି ନଥିଲେ। ହେଲେ ଏହି କୁନି ଝିଅଟି ପତ୍ରନିର୍ମିତ ବସ୍ତ୍ରକୁ ପରିଧ୍ୟାନ କରି ପ୍ରକୃତିର ନିକଟତର ହୋଇଥିବା ଦେଖିବାକୁ ମିଳିଛି। ଏହି ବସ୍ତ୍ର ପରିଧାନ କରି ସହ ପତ୍ର ନିର୍ମିତ ମାସ୍କ, ହେଡ଼ କ୍ଲିପ (Leaf Made), ବିଭିନ୍ନ ଫୁଲ, ଫଳକୁ ବ୍ୟବହାର କରି ସଜେଇ ହୋଇଛି ଏହି କୁନି ଝିଅ।