Kendrapara News: ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ । ସତରେ ସମୟ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ନେଇ ପହଞ୍ଚାଏ ତାହା କାହାକୁ ଜଣାନ ଥାଏ।  ପ୍ରତିକୂଳ ପରିବେଶରେ ଜୀବନ ଯନ୍ତ୍ରଣା ଭୋଗୁଥିବା ମଣିଷ କୁ ଆହା କହିବାକୁ କେହି ଆସନ୍ତି ନାହିଁ । ରାଜ୍ୟ ସରକାର ଗରୀବ ଓ ଅସହାୟ ଲୋକଙ୍କ ସୁସ୍ଥ ଜୀବନ ପାଇଁ କେତେ କଣ ଯୋଜନା କରିଛନ୍ତି । କିନ୍ତୁ ଏହି ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚୁ ନ ଥିବା ଅଭିଯୋଗ ହୋଇଛି। ଏକଥା ଆମେ କହୁନୁ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଭିତରଗଡ଼ ପଂଚାୟତ ଶିଳପୋଖରୀ ଗାଁରେ ବସବାସ କରୁଥିବା ଗିରେନ ବୈଦଙ୍କ ପରିବାରକୁ ଦେଖିଲେ ଆପଣବି କହିବେ । ସତରେ ସରକାରଙ୍କ ଯୋଜନା କାହା ପାଇଁ ।  ଶିଳପୋଖରୀ ଗାଁରେ ରୁହନ୍ତି ଗିରେନ ବୈଦ ,ତାଙ୍କ ସ୍ତ୍ରୀ ରୀନା ଏବଂ ଦୁଇ ପିଲାଙ୍କୁ ନେଇ ସଂସାର ।  କିନ୍ତୁ କଣ ହେଲା କେଜାଣୀ ତାଙ୍କ ପରିବାର ଉପରେ ଘୋଟି ଆସିଲା କଳା ବାଦଲ ।


COMMERCIAL BREAK
SCROLL TO CONTINUE READING

ଗିରେନ ଜଣେ  ଦିନ ମଜୁରିଆ ଭାବେ ଅନ୍ୟ ରାଜ୍ୟରେ କାମ କରି ପରିବାର ପ୍ରତି ପୋଷଣ କରନ୍ତି । ତାଙ୍କ ଉପରେ ନିର୍ଭର କରନ୍ତି ତିନି ପ୍ରାଣୀ କୁଟୁମ୍ବ । ତାଙ୍କ ସ୍ତ୍ରୀ ରୀନାଙ୍କ ର ଦୃଷ୍ଟି ଶକ୍ତି କମିବାରେ ଲାଗିଲା । ତାଙ୍କୁ ଭଲ କରିବା ପାଇଁ ଡାକ୍ତର ଦେଖାଇଲେ ଆଖି ଭଲକରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ବୋଲି ଡାକ୍ତର କହିବା ପରେ ସ୍ତ୍ରୀ ଙ୍କୁ ଘରେ ଛାଡି ରୋଜଗାର ପାଇଁ ବାହାର ରାଜ୍ୟକୁ ଚାଲିଗଲେ ।  ଦଇବ ଦାଉ ସାଧିଲା । ରଡ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଛଅ ତାଲା କୋଠାରୁ ତଳକୁ ଖସି ପଡିଲେ । ଘରକୁ ପଙ୍ଗୁ ହୋଇ ଫେରିଲେ ।  ଫେରିବା ବେଳକୁ ତାଙ୍କ ସ୍ତ୍ରୀ ଅନ୍ଧୁଣୀ ହୋଇ ସାରିଥିଲେ । ପରିବାର ଦୁର୍ଦ୍ଦଶା ଆହୁରୀ ବଢିଗଲା । ଏବେ ପରିବାରର ଭରଣ ପୋଷଣର ଦାୟିତ୍ବ ମୁଣ୍ତେଇଛି ତାଙ୍କ ୧୩ ବର୍ଷର ବଡ ପୁଅ ରାକେଶ । 


Also Read : Shilpi Khuntia Suicide Case: 'ଶିଳ୍ପୀଙ୍କୁ ହତ୍ୟା କରିଛି ସ୍ୱାମୀ', ସନ୍ତୋଷ ଖୁଣ୍ଟିଆକୁ ଗିରଫ କଲା ପୋଲିସ


କିନ୍ତୁ ଏହି ଅସହାୟ ପରିବାର ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରିନାହିଁ । ଅସହାୟ ଓ ଯନ୍ତ୍ରଣାରେ ଆଉଟ ପାଉଟ ହେଉଥିବା ଏହି ଦୁଖୀ ପରିବାର କୁ ସରକାରୀ ବାବୁ କି ଲୋକ ପ୍ରତିନିଧି ସାହାଯ୍ୟର ହାତ ବଢାଇବାତ ଦୂର କଥା ଆହା ପଦେ ତାଙ୍କ ଦୁଆରକୁ ମଧ୍ୟ ଆସୁ ନାହାଁନ୍ତି । ପରିବାରର ଦୁଇଜଣ ଭିନ୍ନକ୍ଷମ ହୋଇଥିଲେ ବି ଏ-ପର୍ଯ୍ୟନ୍ତ ଭିନ୍ନକ୍ଷମ ଭତ୍ତା ମିଳିନାହିଁ । ସରକାର  ଗରିବ ମାନଙ୍କ ପାଇଁ ମାଳ ମାଳ ଯୋଜନା ଥିବାବେଳେ ଏହି ପରିବାର ନିକଟରେ ସରକାରୀ ସୁବିଧା କାହିଁକି ଅପହଞ୍ଚ ତାହା ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି  । ଯଦି ଏହି ପରିବାରକୁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ମିଳେ ତେବେ ଏହି ଅଭାବୀ ପରିବାରର ଦୁଖ ଲାଘବ ହୋଇ ପାରନ୍ତା । କେବେ ପ୍ରଶାସନ ଏହି ଅସହାୟ ପରିବାର ଉପରେ ନଜର ପଡିବ ତାହା ଦେଖିବାକୁ ବାକି ରହିଲା ।