ଜୟପୁର (ପବନ ପାଣିଗ୍ରାହୀ): ଦୀପାବଳି ଉତ୍ସବ ପାଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ। ଏପରିକି କୁ ସଂସ୍କାର କୁ ଏକ ଆଲୋକର ପଥକୁ ବାଛିବା ପାଇଁ ମଧ୍ୟ କେହି ମାଗ ଦର୍ଶକ ମିଳନ୍ତୀ ନାହିଁ । ହେଲେ ଖୁସି କୁ ମନେଇବା ପାଇଁ କେହି ରୋକି ପାରିବେନି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ସହରରେ । ଅନାଥ ପିଲାଙ୍କ ସହ ଦୀପାବଳିର ଉତ୍ସବ ପାଳିବା ପାଇଁ ଆଗେଇ ଆସିଛନ୍ତି ଜୟପୁର ସହରର ପୋଲିସ ଅଧିକାରୀ ମାନେ ପହଂଚି ପଲନ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ନିଜେ କଠୋର ଶାସନ କରୁଥିଲେ ମଧ୍ୟ ମନ ଭିତରେ ରହିଛି ଅନେକ କରୁଣା । ସେଇଥିପାଏଁତ ଆଜି ଏକ ଅଲଗା ପୋଷାକ ଓ ଅଲଗା ଚିନ୍ତାଧାରାରେ ଦେଖିବାକୁ ମିଳିଛି ପୋଲିସ ଅଧିକାରୀ ଙ୍କୁ। ବାରଣ୍ଡାରେ ବସିଥିବା ଏହି କୁନି କୁନି ପିଲା ମାନଙ୍କୁ କାହାର ବାପା ନାହିଁତ କାହାର ମାଆ ନାହାନ୍ତି ତ କାହାର ସମ୍ପର୍କ ପରିବାର ନାହିଁ । କିଏ କରୋନା ରେ ମୃତ ବରଣ କରିଛି ତ କିଏ ଝାଡ଼ା ବାନ୍ତି ରେ । ବଞ୍ଚିବାର ରାହା ଖୋଜୁଥିବା ଅନାଥ ପିଲା ଉତ୍ସବ ର ମଜା ଜାଣିବେ କଣ । ଦୁଃଖ ଭରା ଜୀବନ ବିତାଉଥିବା ଏହି ପିଲାଙ୍କ ଜୟପୁର ସ୍ଥିତ ଶିଶୁ ସୁରକ୍ଷା କେନ୍ଦ୍ରରେ ରଖାଯାଇଛି ।


କ୍ଷଣକ ପାଇଁ ହେଲେ ମଧ୍ୟ କିଛି ଖୁସି ଦେବା ପାଇଁ ଆଜି ଜୟପୁର ସହରର ବରିଷ୍ଠ ପୋଲିସ ଅଧିକାରୀ ଟାଉନ ଆଇଆଇସି, ସଦର ଆଇଆଇସି, ଓ ଏସଡିପିଓ ଓ ପୋଲିସ କର୍ମଚାରି ନିଜର କର୍ମମୟ ଜୀବନର ସମୟ ବାହାର କରି ପିଲା ଙ୍କ ସହ ମିଶି ଖୁସି ବାଙଛନ୍ତି । ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ଦୀପାବଳି ଉତ୍ସବର ଆଲୋକରେ ସାମିଲ ହେବା ପାଇଁ ସେମାନଙ୍କ ମିଠା ଓ ବାଣ ଦୀପ ଓ ସ୍ଵାଦିଆ ଖାଦ୍ୟ ପଦାର୍ଥ ଦେଇ ତାଙ୍କ ସହ ସମୟ ବିତାଇଛନ୍ତି। ଆଉ ପିଲା ମାନେ ମଧ୍ୟ ନିକଟରେ ଏତେ ସାମଗ୍ରୀ କୁ ଦେଖି ଖୁସି ଅନୁଭବ କରିବା ସହ ନିକଟରୁ ପୋଲିସ ଅଧିକାରୀ ଙ୍କ ଦେଖି ବହୁତ ଖୁସି ଅନୁଭବ କରିଛନ୍ତି । ଯେଉଁ ଅଧିକାରୀଙ୍କ ପାଇଁ ସେମାନେ ଆଜି ଏହି ଅନୁଷ୍ଠାନ କୁ ଆସିଛନ୍ତି । ଅନାଥ ପିଲା ଙ୍କ ଆତ୍ମବଳ ବୃଦ୍ଧି କରାଇବା ନେଇ ଉତ୍ସାହିତ କରାଇବା ପାଇଁ ପୋଲିସ ଅଧିକାରୀ ଙ୍କ ଏଭଳି ପ୍ରୟାସ ସମାଜ ର ଅନ୍ୟ ଲୋକଙ୍କ ପାଇଁ ନିଶ୍ଚିତ ପ୍ରେରଣା ଦାୟୀ।


ଅଧିକ ପଢନ୍ତୁ: india vs pakistan world cup: ସେପଟେ କୋହଲି ଦେଲେ ବିରାଟ ବିଜୟ, ଏପଟେ ଡେଇଁଲେ ଅନୁଷ୍କା


ଅଧିକ ପଢନ୍ତୁ: Ind Vs Pak: ଅର୍ଶଦୀପ ଖୋଳିଲେ ପାକିସ୍ତାନର କବର, ବାବର-ରିଜୱାନ କ୍ରିଜକୁ ଆସିଲେ ଓ ଗଲେ


ଅଧିକ ପଢନ୍ତୁ: ଏଥର ଦୀପାବଳିରେ କଟକିଆ ଫୁଟାଇ ପାରିବେନି ରାସାୟନିକ ବାଣ, ଜାରି ହେଲା ଏପରି କଡ଼ା ଗାଇଡଲାଇନ୍