NSA Prize: ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା ପୁରସ୍କାର (NSS Prize) ପ୍ରଦାନ କରାଯାଇଛି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President Droupadi Murmu) ଏହି ପୁରସ୍କାର ପ୍ରଦାନ କରିଥିବା ବେଳେ ଓଡ଼ିଶାରୁ ୩ ଜଣଙ୍କୁ ଏହି ପୁରସ୍କାର ଦିଆଯାଇଛି। ସେମାନେ ହେଲେ ଡକ୍ଟର ଦିଲୀପ କୁମାର ପରମାଣିକ, ପ୍ରତୀକ ଦାଶ ଏବଂ ଆକାଂକ୍ଷା କବି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ୩ଟି ବର୍ଗରେ ଏନଏସଏସ ପୁରସ୍କାର (NSS Prize) ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ ଏନଏସଏସ ୟୁନିଟ ଏବଂ ସ୍ୱେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି।


 



ସେହିପରି ଏନଏସଏସ ସ୍ୱେଚ୍ଛାସେବୀ ବର୍ଗରେ ଭୁବନେଶ୍ୱର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ ର ପ୍ରତୀକ ଦାଶ ଏବଂ ଭୁବନେଶ୍ୱର ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।


ଏନଏସଏସ ହେଉଛି ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହା ୧୯୬୯ ମସିହାରେ ଆରମ୍ଭ କରାଯାଇଥିଲା। ସ୍ଵେଚ୍ଛାସେବୀ ସମ୍ପ୍ରଦାୟ ସେବା ମାଧ୍ୟମରେ ଛାତ୍ର ସମାଜର ବ୍ୟକ୍ତିତ୍ୱ ଏବଂ ଚରିତ୍ରର ବିକାଶ କରିବା ଏହାର ମୂଳ ଉଦ୍ଦେଶ୍ୟ ଥିଲା। ଏନଏସଏସର ଆଭିମୁଖ୍ୟ ମହାତ୍ମାଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ। ଏନଏସଏସର ଉଦ୍ଦେଶ୍ୟ ହେଉଛି “NOT ME, BUT YOU” (ନିଜ ପୂର୍ବରୁ ଅନ୍ୟର କଥା ଭାବି ଦେଖ)।