ପୁରୀ: କୋଣାର୍କ ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ସୋମବାର ବିଳମ୍ବିତ ରାତିରେ ହୋଇଥିବା ବିସ୍ଫୋରଣରେ ଥାନା କୋଠା ସମ୍ପୂର୍ଣ୍ଣ ରୂପେ ଭୁଶୁଡି ଯାଇଛି। କୌଣସି ଜୀବନ ହାନୀ ହୋଇନାହିଁ। ଘଟଣାସ୍ଥଳରେ ୪ ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ କୋଣାର୍କର ବଳଙ୍ଗା ଥାନାରେ ଭୟଙ୍କର ବିଷ୍ପୋରଣ ହୋଇଛି। ଏହି ବିସ୍ଫୋରଣରେ ଥାନାର ଛାତ ଉଡିଯାଇଥିବା ବେଳେ କାନ୍ଥ ଭୁଶୁଡି ପଡିଛି। ଭଙ୍ଗା ଛାତ ଓ କାନ୍ଥ ତଳେ ଚାପି ହୋଇ ଥାନାର ସମସ୍ତ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣା ସମୟରେ ସରୋଜ ବେହେରା ନାମକ କନେଷ୍ଟବଳ ଡ୍ୟୁଟିରେ ଥିଲେ। କିନ୍ତୁ କୌଣସି କାରଣକୁ ସେ ବାହାରକୁ ଆସିଥିବା ସମୟରେ ଥାନାରେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି।


Also Read: ଡାକ୍ତରଙ୍କୁ ରଖେଇ ଦେଲେନି ଫାର୍ମାସିଷ୍ଟ; ମେଡିକାଲରେ ତାଲା ପକାଇଦେଲେ ଅଞ୍ଚଳବାସୀ


ଥାନାରେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ୨ଟି ଦମକଳ ଗାଡି ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ସେପଟେ ଘଟଣାସ୍ଥଳରେ ପୁରୀ ଏସ୍‌ପି, ଏସ୍‌ଡିପିଓଙ୍କ ସହ ୪ ଜଣିଆ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଥାନାରେ ଥିବା ଜବତ ବୋମା ଓ ବାଣ ଫୁଟି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଇଛି। ଏହି ବିସ୍ଫୋରଣରେ ଥାନାର ବ୍ୟାଟେରୀ ବି ଫାଟିଥିବା ସ୍ଥାନୀୟ ଲୋକ କହିଛନ୍ତି।