ଡାକ୍ତରଙ୍କୁ ରଖେଇ ଦେଲେନି ଫାର୍ମାସିଷ୍ଟ; ମେଡିକାଲରେ ତାଲା ପକାଇଦେଲେ ଅଞ୍ଚଳବାସୀ
Advertisement

ଡାକ୍ତରଙ୍କୁ ରଖେଇ ଦେଲେନି ଫାର୍ମାସିଷ୍ଟ; ମେଡିକାଲରେ ତାଲା ପକାଇଦେଲେ ଅଞ୍ଚଳବାସୀ

ଏହି ମେଡ଼ିକାଲରେ ନିଯୁକ୍ତି ପାଇଥିବା ଡାକ୍ତର ନିୟମିତ ରହୁନଥିବା ବେଳେ ଫାର୍ମାସିଷ୍ଟ ଜଣକ ତାଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଲୋକେ। 

ଡାକ୍ତରଙ୍କୁ ରଖେଇ ଦେଲେନି ଫାର୍ମାସିଷ୍ଟ; ମେଡିକାଲରେ ତାଲା ପକାଇଦେଲେ ଅଞ୍ଚଳବାସୀ

ପ୍ରେମାନନ୍ଦ ପୂଜାରୀ,ମୋହନା: ମେଡିକାଲରେ ନିଯୁକ୍ତ ଜଣେ ଡାକ୍ତରଙ୍କୁ ରଖେଇ ନଦେବା ସହ ବେଆଇନ କାର୍ଯ୍ୟାକଳାପ ଚଳାଇ ଆସୁଥିବା ଫାର୍ମାସିଷ୍ଟଙ୍କ କାର୍ଯ୍ୟକଳାପକୁ ନେଇ ତାତି ଉଠିଛନ୍ତି ଅଞ୍ଚଳବାସୀ। ଶେଷରେ ସେମାନେ ମେଡ଼ିକାଲରେ ତାଲାପକାଇ ବିକ୍ଷୋଭ କରିଛନ୍ତି।ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ଛେଳିଗଡ ପ୍ରାଥମିକ ଡାକ୍ତରଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି। 

ଏହି ମେଡିକାଲରେ କାର୍ଯ୍ୟ କରୁଥିବା ସମୃକ୍ତ ଫାର୍ମାସିଷ୍ଟ ରୋଗୀଙ୍କୁ ଅନେକ ଥର ଦୁର୍ବ୍ୟବହାର କରିବା ସହ ଚିକିତ୍ସା ପାଇଁ ଟଙ୍କା ନେଉଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ଅଞ୍ଚଳବାସୀ। ଏ ଘଟଣା ବାବଦରେ ପ୍ରଶାସନକୁ ଜଣାଇ ଆସୁଥଲେ ହେଲେ ସେମାନଙ୍କୁ କୌଣସି ସୁଫଳ ମିଳିନଥିଲା।ଶନିବାର ଏହାର ପ୍ରତିବାଦରେ ଛେଳିଗଡ ପ୍ରାଥମିକ ମେଡିକାଲରେ ତାଲା ପକାଇ ଦେଇଛନ୍ତି ଅଞ୍ଚଳବାସୀ। 

ଏହି ମେଡ଼ିକାଲ ଉପରେ ଛେଳିଗଡ ସମେତ ଅବାରସିଂ, ରଣ୍ଡିବା ପଞ୍ଚାୟତ ସମେତ ପାଖାପାଖି ୫୦ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ନିର୍ଭର କରିଥାନ୍ତି। ଏହି ମେଡ଼ିକାଲରେ ନିଯୁକ୍ତି ପାଇଥିବା ଡାକ୍ତର ନିୟମିତ ରହୁନଥିବା ବେଳେ ଫାର୍ମାସିଷ୍ଟ ଜଣକ ତାଙ୍କ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ଲୋକେ। ଚିକିତ୍ସା ପାଇଁ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରୁଥିବା ଫାର୍ମାସିଷ୍ଟଙ୍କ ବିରୁଦ୍ଧରେ ରହିଛି ଅଭିଯୋଗ। 

ଏ ଘଟଣା ବାବଦରେ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଆମ କଥାକୁ ଶୁଣୁନାହାଁନ୍ତି। ଏଣୁ ବାଧ୍ୟ ହୋଇ ଆମେ ମେଡ଼ିକାଲରେ ତାଲା ପକାଇ ଦେଇଛୁ ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଡାକ୍ତରଙ୍କ ବାସଗୃହକୁ ଫାର୍ମାସିଷ୍ଟ ମାଡି ବସିଥିବା ବେଳେ ମେଡିକାଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା କାରଣରୁ ସେ ରହୁନଥିବା ଡାକ୍ତର କହିଛନ୍ତି। ଅନ୍ୟ ପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫାର୍ମାସିଷ୍ଟ।