ଭୁବନେଶ୍ବର: ୪୫ ଡିଗ୍ରୀ ତାତିରେ ଭାଜି ହେଉଛି ଓଡିଶା। ଡହଡହ ଖରାରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଆଉ ଏପରି ତାତିରୁ ତ୍ରାହି ପାଇଁ ରାଜ୍ୟବାସୀ କାଳବୈଶାଖୀ ବର୍ଷାକୁ ଅନେଇ ବସିଥିବା ବେଳେ ଏବେ ସାମ୍ଭବ୍ୟ ବାତ୍ୟା କିଛି ମାତ୍ରେ ଆଶ୍ବସ୍ତି ଆଣିପାରେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ମେ ୧୦ ତାରିଖରେ ବାତ୍ୟା ହୋଇ ପାରେ ବୋଲି ପାଣିପାଗ ବିଜ୍ଞାନ ଆକଳନ କରୁଥିବା ବେଳେ ଏହାକୁ ନେଇ ପ୍ରମାଦ ଗଣିଲେଣୀ ଜଗନ୍ନାଥପ୍ରେମୀ ଓ ବିଶେଷଜ୍ଞ। କାରଣ ଶ୍ରୀମନ୍ଦିରକୁ ବିପଦ ସାମ୍ଭବ୍ୟ ବାତ୍ୟା। ଯଦିଓ ଶହ ଶହ ବାତ୍ୟାକୁ ସମ୍ମୁଖୀନ କରିଥିବା ପୁରୀ ଶ୍ରୀମନ୍ଦିର ଅକ୍ଷୁର୍ଣ୍ଣ ରହିଛି, ହେଲେ ଏବେ ଯେଉଁ ପରିକ୍ରମା କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଚାଲିଛି ସେଥିପାଇଁ ବିପଦରେ ଶ୍ରୀମନ୍ଦିର ଓ ଏହାର ମୂଳ ଢାଞ୍ଚା।


COMMERCIAL BREAK
SCROLL TO CONTINUE READING

ବିଶେଷଜ୍ଞଙ୍କ ମତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏବେ ଯୁଦ୍ଧ କାଳୀନ ଭିତ୍ତିରେ ସେଠାରେ ନିର୍ମାଣ କାମ ଚାଲିଛି। ପ୍ରାୟ ୪୦ ଫୁଟ୍ ଗଭୀର ମାଟି ଖୋଳା ଯାଇ କଠିନ ଢାଞ୍ଚା ତିଆରି ହେଉଛି। ଏକାଧିକ ସ୍ଥାନରେ ଏକ ସମୟରେ ଏହି ନିର୍ମାଣ କାମ ଚାଲିଛି। ବଡ ବଡ ପିଲର, ବିମ୍ ତିଆରି କରୁଛି ନିର୍ମାଣକାରୀ ସଂସ୍ଥା। ମାଟିତଳ ନିର୍ମାଣ କାର୍ଯ୍ୟ ଅର୍ଥାତ ଫାଉଣ୍ଡେସନ୍ କାମ ସାରିବାକୁ କିଛି ମାସ ଲାଗିପାରେ। ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଏହି କାମ ଚାଲିଛି। ହେଲେ ଏହି ନିର୍ମାଣ କାମକୁ ନେଇ ଏବେ ପ୍ରକୃତି ତରଫରୁ ବିପଦ ସୃଷ୍ଟି ହୋଇଛି। କାରଣ ଆସନ୍ତା ମେ ମାସ ପହିଲାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ଯଦି ଅନୂକୁଳ ରୁହେ ତାହେଲେ ଆସନ୍ତା ୧୦ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ ଏବଂ ସାମ୍ଭବ୍ୟ ବାତ୍ୟା ଫନି ଠାରୁ କମ୍ ଓ ୟଶ୍ ଠାରୁ ଅଧିକ ତୀବ୍ରତାର ରହିବ। ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ। ଯଦି ପ୍ରବଳ ବର୍ଷା ହେବ ତାହାଲେ ଉପକୂଳ ଜିଲ୍ଲା ଭାବେ ପୁରୀରେ ପ୍ରବଳ ବର୍ଷା ହେବ।


ପୁରୀରେ ବର୍ଷା ହେଲେ ପୁରୀ ବଡଦାଣ୍ଡରେ ଓ ମନ୍ଦିର ଆଗରେ ପ୍ରବଳ ପାଣି ଜମିବ ଏବଂ ପରିକ୍ରମା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ୪୦ ଫୁଟିଆ ଗଭୀର ଗର୍ତ୍ତରେ ବର୍ଷା ଜଳ ପୂର୍ଣ୍ଣ ହୋଇଯିବ ଏବଂ ଯଦି ୪୦  ଫୁଟ ଗଭୀର ଓ ଶହେ ଫୁଟ ଲମ୍ବ ଗର୍ତ୍ତରେ ପାଣି ଜମି ରୁହେ ଏହା ମାଟି ତଳକୁ ଭେଦିବ ଏବଂ ୨୦ ମିଟର ଦୁରରେ ଥିବା ତଥା ମେଘନାଦ ପ୍ରାଚୀରକୁ ଲାଗି କରିଥିବା ହଜାରେ ବର୍ଷ ପୁରୁଣା ଶ୍ରୀମନ୍ଦିର ମୂଳ ଢାଞ୍ଚା ଏବଂ ଏହାର ନିଅଁରେ ପାଣି ପଶିଯିବ। ପାଣି ବତୁରି ରହିଲେ ହାଜର ହଜାର ଟନ୍ ଓଜନର ମନ୍ଦିର ଧୀରେ ଧୀରେ ମାଟିତଳକୁ ଚାପ ପକାଇବା ଆରମ୍ଭ କରିବ। ଫଳରେ ଯଦି କୌଣଶି ସ୍ଥାନରେ ସାମାନ୍ୟ ମୂଳ ଢାଞ୍ଚା ଦବିଗଲା ତାହାଲେ ମନ୍ଦିର ପ୍ରତି ଘୋର ବିପଦ ମାଡି ଆସିବ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଗବେଷକ ତଥା ଐତିହାସିକଙ୍କ ମତରେ ଶ୍ରୀମନ୍ଦିର ମୂଳ ଢାଞ୍ଚା ହଜାରେ ବର୍ଷ ପୁରୁଣା। ପ୍ରାକୃତିକ ଉପାୟରେ ଅନେକ ଖରା, ବର୍ଷା, ଶୀତ ସହିବା ପରେ ଏହାର ମୂଳ ଢାଞ୍ଚା, ରାସ୍ତା ଓ ପାର୍ଶ୍ବବର୍ତ୍ତୀ ଜମି, ଉପରି ଭାଗ କକ୍ରିଂଟ ଭଳି କଠିନ ହୋଇ ଯାଇଥିଲା। ପାଣି ସହଜରେ ମାଟି ଭିତରକୁ ଭେଦି ପାରୁ ନ ଥିଲା। ସଙ୍କୋତନ ପ୍ରସାରଣର ପ୍ରଭାବ ନଥିଲା। ଏହା ସମ୍ପୂର୍ଣ୍ଣ କଠିନ ଢାଞ୍ଚାରେ ପରିବର୍ତ୍ତନ ହୋଇଯାଇଥିଲା। ଯେତିକି ଭେଦୁଥିଲା ତାହା ଢାଞ୍ଚା ପ୍ରତି ଓ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁ ନ ଥିଲା। ହେଲେ ୪୦ ଫୁଟ୍ ଗଭୀର ଗର୍ତ୍ତରେ ପାଣି ଭର୍ତ୍ତି ହୋଇ ରହିଲେ ଏହାକୁ ନିଷ୍କାସନ ହେବା କରିବା ସମୟ ସାପେକ୍ଷ। ସେତିକି ଭିତରେ ଏହି ପାଣି ମନ୍ଦିରର ମୂଳ ଢାଞ୍ଚାକୁ ଭିଜି ଯାଇଥିବ।


ଶ୍ରୀମନ୍ଦିରର ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ। ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ମନ୍ଦିର ଅନେକ ସ୍ଥାନରୁ ପଥର ମଧ୍ୟ ଖସିଛି। ଖାସ୍ କରି ରତ୍ନ ଭଣ୍ଡାର ଛାତରୁ ପାଣି ଗଳିବା ଭଳି ସମସ୍ୟା ନେଇ ମଧ୍ୟ ଅନେକ ଥର ଶୁଣିବାକୁ ମିଳିଛି। ଏଏସଆଇ କହିଛି ଫାଟ ଯୋଗୁଁ ପାଣି ଗଳିବା ମନ୍ଦିର ପ୍ରତି ବିପଦ ସୃଷ୍ଟି କରିବ। ଏପରି ସ୍ଥଳେ ଏଏସଆଇ ବିନା ଅନୁମତିରେ 40 ଫୁଟିଆ ଗଭୀର ଗର୍ତ୍ତ କରି ଯେଉଁ ନିର୍ମାଣ କାମ ଚାଲିଛି ସେହି କାରଣରୁ ବିପଦ ଆଶଙ୍କା କରାଯାଉଛି। ଯାହାକୁ ବିରୋଧ କରୁଛନ୍ତି ଅନେକ ଗବେଷକ, ଐତିହାସିକ, ଜଗନ୍ନାଥପ୍ରେମୀ। ଏପରି ସ୍ଥଳେ ସାମ୍ଭାବ୍ୟ ବାତ୍ୟା ଓ  ବାତ୍ୟା ଜନିତ ବର୍ଷା ଶ୍ରୀମନ୍ଦିର ପ୍ରତି ଅନେକ ବଡ ବିପଦ ସୃଷ୍ଟି କରିପାରେ। ହୁଏତ ଓଡିଶାବାସୀ ବର୍ଷାକୁ ସ୍ବାଗତ କରିବା ପାଇଁ ଅନେଇ ବସି ରହିଥିବା ବେଳେ ନିର୍ମାଣକାରୀ ସଂସ୍ଥା ବାତ୍ୟା କିପରି ନ ହେଉ ଏବଂ ଗର୍ତ୍ତ ଭିତରେ ପାଣି ନ ଜମି ରହୁ। ଯଦିବା ବର୍ଷା ପାଣି ଜମି ଗଲା ଏହାକୁ କେତୋଟି ୱାଟର ପମ୍ପ ଲଗାଇ କେତେ ଦିନରେ ନିଷ୍କାସନ କରିବେ ଏବଂ ନିଷ୍କାସିତ ପାଣି କେଉଁ ଆଡେ ନେବେ ତାହା ବଡ ପ୍ରଶ୍ନ।