Rathyatra 2023:  ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀ ସରସ୍ବତୀ ପୂଜା। ଆଜିର ଏହି ପବିତ୍ର ତିଥିରେ ବିଧି ପରମ୍ପରା ଅନୁସାରେ ରଥକାଠ ଅନୁକୂଳ ହୋଇଛି। ଆଜି ପବିତ୍ର ଶ୍ରୀପଞ୍ଚମୀରେ ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠକୁ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀପଞ୍ଚମୀରେ ଅନୁକୂଳ କଲେ ଶୁଭ ହୋଇଥାଏ ବୋଲି ମାନ୍ୟତା ରହିଆସିଛି। ଏହି ଆଧାରରେ ଶୋତ୍ରୀୟ ବ୍ରାହ୍ମଣ ମାନେ ଆଜି ପବିତ୍ର ତିଥିରେ ପୂଜା କରିଛନ୍ତି। ବିଧିପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ପୂର୍ବରୁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ  ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇଥିଲା।ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପୂଜାପାଠ। ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମାସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିଥିଲେ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁ କି ୨୦୨୩ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀରେ ପହଞ୍ଚିଥିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ରଥକାଠ। ୩ଟି ଟ୍ରକ୍ ରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଟି ରଥକାଠ ଆସିଛି । ଏଥିରୁ ୭୧ ଖଣ୍ଡ ଅସନ ଓ ୩୩ଖଣ୍ଡ ଧଉରା କାଠ ରହିଛି। ୧୨ ଫୁଟିଆ ଓ ୨୦ ଫୁଟିଆ ଅସନ ଓ ଧଉରା କାଠ ଆସିଛି। ଏଥିରୁ ୩ଟି ଧଉରା କାଠ ଆସନ୍ତା ସରସ୍ଵତୀ ପୂଜାରେ ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ହେବ। ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକ ରହିଛି। ପୁର୍ବବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ରହିଛି। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ। ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ।  ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥଖଳାରେ ତିନୋଟି ରଥକାଠ ପୂଜାର୍ଚ୍ଚନା କରାଯିବା ପରେ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ। ତିନି ମୁଖ୍ୟ ମହାରଣା ସୂନା କୁରାଢିରେ ରଥ ନିର୍ମାଣର ଶୁଭାରମ୍ଭ କରିବାର ପରମ୍ପରା ରହିଛି। ସେପଟେ ପର୍ଯ୍ୟାୟ କ୍ରମେ ଅବଶିଷ୍ଟ ରଥ କାଠ ରଥଖଳାରେ ଆସି ପହଞ୍ଚିବ। ତେବେ  ୨୦୨୩ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୂରୀରେ ରଥ କାଠ ପହଞ୍ଚିବା ପରେ ଭକ୍ତ ଓ ସେବାୟତ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି। ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେଉ ବୋଲି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ସେବାୟତ।