Top 10 News: ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି ପତ୍ର, ଏକଜିଟ୍ ପୋଲରେ BJP କୁ ଝଟକା,ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2460868

Top 10 News: ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି ପତ୍ର, ଏକଜିଟ୍ ପୋଲରେ BJP କୁ ଝଟକା,ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଶନିବାର ଦିନ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଯୁକ୍ତି ପତ୍ର ବଣ୍ଟନ କରିଥିଲ । ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 05 October 2024

Top 10 News Headlines 05 October 2024: H1. Chlorine gas leak reported in Bhubaneswar: ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପାଖରେ କ୍ଲୋରିନ ଗ୍ୟାସ ଲିକ। ଗ୍ୟାସ ଲିକ ଦ୍ୱାରା ଆଖପାଖ ଅଂଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ଘଟଣାସ୍ଥଳ ଅଗ୍ନିଶମ ବିଭାଗ ପରିସ୍ଥିତିକୁ ଆୟତ୍ତ କରିବାରେ ଲାଗିଛନ୍ତି। କେମିକାଲ କମ୍ପାନୀର କୌଣସି କତୃପକ୍ଷ ନାହାଁନ୍ତି। ଏବେବି ଦୁର୍ଗନ୍ଧ ହେଉଛି। ଟିମ ପୂରା ସ୍ଥିତି ଆୟତ୍ତରେ ଲାଗିଛନ୍ତି। ସୂଚନା ଅନୁସାରେ ଦୀର୍ଘଦିନ ହେବ ଏହି ଗ୍ୟାସ ଟାଙ୍କି ଗଛିତ ହୋଇ ରହିଥିବାରୁ ସେଥିରେ ଜଙ୍କ ଲାଗି ଏଭଳି ଗ୍ୟାସ ଲିକ ହେଉଥିବା ଜଣାପଡିଛି।

H2. Saheed Baji Rout Jayanti: ଆଜି ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ  ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଅନେକ ବୀର ଓଡିଆଙ୍କ ମଧ୍ୟରେ ଶହିଦ ବାଜି ରାଉତଙ୍କ ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ। କେବଳ ଓଡିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ମାନ୍ୟତା ପାଇଥିବା ଏହି ବୀର ବାଳକଙ୍କ ଜୀବନୀ ସ୍ୱଳ୍ପ ହୋଇଥାଇ ପାରେ, ହୁଏତ ତାଙ୍କର ବୀରତ୍ବର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟା ପୃଷ୍ଠାରେ ସୀମାବଦ୍ଧ ହୋଇଥାଇ ପାରେ, କିନ୍ତୁ ସେଇ ବୀରତ୍ଵର ଗାଥା ଭବିଷ୍ୟତ ପିଢିକୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା। 

H3. Odisha Govt To Look Into 'Irregularities': ଓଡ଼ିଶା ରାଜସ୍ୱ ବିଭାଗର ଅଧିକାରୀମାନଙ୍କୁ OSSSC ଦ୍ୱାରା ଆରଆଇ ଏବଂ ଆମିନ ପରୀକ୍ଷାରେ ହୋଇଥିବା ଅନିୟମିତତା ସମ୍ପର୍କରେ ରିପୋର୍ଟ ଦେବାକୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହ ପରାମର୍ଶ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। ପରୀକ୍ଷା ବାତିଲ ଏବଂ ଅଫଲାଇନ୍ ମୋଡାଲିଟି ପାଇଁ ଦୁର୍ନୀତି ବିରୋଧରେ ଛାତ୍ରଛାତ୍ରୀଙ୍କ ଦାବି ପରେ ଏହି ପଦକ୍ଷେପ ନିଆଯାଇଛି। ପରୀକ୍ଷା ବାତିଲ ନହେଲେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

H4. junior teachers Appointment: ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଶନିବାର ଦିନ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଯୁକ୍ତି ପତ୍ର ବଣ୍ଟନ କରିଥିଲ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସମାରୋହରେ ନିଯୁକ୍ତିପତ୍ର ବାଣ୍ଟିବା ପରେ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, "ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଆୟୋଜିତ 'ମାର୍ଗ ଦର୍ଶନ' ସମାରୋହରେ ଯୋଗଦେଲି । ଆଜି (ଶନିବାର) ଗୁରୁ ଦାୟିତ୍ଵ ପାଇଥିବା ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

H5. Exit Poll Results 2024: ଭାରତୀୟ ଜନତା ପାର୍ଟି (ବିଜେପି) କୁ ହରିୟାଣା, ଜମ୍ମୁ କାଶ୍ମୀରରେ ନିରାଶାର ସମ୍ମୁଖୀନ ହେବାକୁ ପଡିପାରେ। ଶନିବାର ଦନି ପ୍ରକାଶ ପାଇଥିବା ବିଭିନ୍ନ ଏକଜିଟ୍ ପୋଲରୁ ଏଭଳି ସୂଚନା ଆସୁଛି। ଏଥି ସହିତ INDI ମେଣ୍ଟ ଉଭୟ ରାଜ୍ୟରେ ଆଗୁଆ ରହିଛି। ଜମ୍ମୁ କାଶ୍ମୀର ଓ ହରିୟାଣାର ଉଭୟ ରାଜ୍ୟରେ ପ୍ରତ୍ୟକ ୯୦ ଟି ସିଟ୍ ଅଛି। ଜମ୍ମୁ-କଶ୍ମୀରରେ ୩ଟି ପର୍ଯ୍ୟାୟରେ ଏବଂ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଛି।

H6. India successfully flight tests 4th-Gen VSHORADS missile: ଭାରତର ପ୍ରତିରକ୍ଷା ବାହୁବଳୀ ବର୍ତ୍ତମାନ ଆହୁରି ଶକ୍ତିଶାଳୀ ଏବଂ ଆଧୁନିକ ହୋଇପାରିଛି। ଶନିବାର ଦିନ ରାଜସ୍ଥାନର ପୋଖରାନ୍ ଫାୟାରିଂ ରେଞ୍ଜରେ VSHORADS ର ତିନୋଟି ସଫଳ ପରୀକ୍ଷଣ କରାଯାଇଥିଲା। ଏହି ସମୟରେ, VSHORADS କ୍ଷେପଣାସ୍ତ୍ର ଟାର୍ଗେଟକୁ ମାରିବାରେ ସଫଳ ହୋଇଥିଲା। ଏହା ହେଉଛି ଭାରତର ସଂପୂର୍ଣ୍ଣ ସ୍ୱଦେଶୀ ପୋର୍ଟେବଲ୍ ପ୍ରତିରକ୍ଷା ଢ଼ାଲ ଯାହା ଯେକ anywhere ଣସି ସ୍ଥାନରୁ ଲଞ୍ଚ କରିବାକୁ ସକ୍ଷମ |

H7. PM Kisan Yojana 18th Installment Released: କୃଷକ ମାନଙ୍କ ଅପେକ୍ଷାର ହେଲା ଅନ୍ତ। ପିଏମ କିଷାନର ୧୮ ତମ କିସ୍ତି ସରକାର ରିଲିଜ୍ କରିଛନ୍ତି। ପିଏମ କିଷାନ ଯୋଜନାର ୧୮ ତମ କିସ୍ତି ଅଧୀନରେ ୨୦୦୦ ଟଙ୍କା ଲେଖାଁଏ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା। ମହାରାଷ୍ଟ୍ରର ୱାଶିମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପିଏମ କିଷାନର ୧୮ ତମ କିସ୍ତି ରିଲିଜ୍ କରିଛନ୍ତି। ଏହି ୧୮ ତମ କିସ୍ତି ଅଧୀନରେ ପ୍ରାୟ ୨୦ ହଜାର କୋଟି ଟଙ୍କା ୯.୪ କୋଟି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟ୍ରାନ୍ସଫର୍ କରାଯାଇଥିଲା।

H8. Israe-Hezbollah War: ଇରାନ ଏବଂ ଲେବାନନ୍ ସମେତ ଗାଜାରେ ଯୁଦ୍ଧର ମାହୋଲ ବୃଦ୍ଧି ପାଉଛି। ଇସ୍ରାଏଲ୍ ସୈନ୍ୟବାହିନୀ କ୍ରମାଗତ ଭାବରେ ବେରୁଟରେ ହିଜବୁଲଙ୍କୁ ଟାର୍ଗେଟ କରୁଛନ୍ତି। ବର୍ତ୍ତମାନ ଇସ୍ରାଏଲ୍ ପ୍ରସାରଣ KAN ଏବଂ ଅନ୍ୟ ଇସ୍ରାଏଲ୍ ଗଣମାଧ୍ୟମ ଯୁଦ୍ଧ ପାଇଁ ପ୍ରସ୍ତୁତି ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସେନା ଏକାସାଙ୍ଗରେ ଅନେକ ଫ୍ରଣ୍ଟ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

H9. Mumbai Irani Cup 2024 Champion: ଇରାନୀ କପ୍ ୨୦୨୪ ଜିତି ମୁମ୍ବାଇ ଏହାର ୨୭ ବର୍ଷର ମରୁଡ଼ିକୁ ସମାପ୍ତ କରିଛି। ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଆଉ ଏକ ଟାଇଟଲ ଜିତିଛି। ମୁମ୍ବାଇ ପ୍ରଥମ ଇନିଂସରେ ୫୩୭ ରନ୍ ସ୍କୋର କରିଥିଲା। ରେଷ୍ଟ ଇଣ୍ଡିଆ ଉପରେ ପ୍ରଥମ ଇନିଂସ ଆଧାରରେ ୧୨୧ ରନର ଅଗ୍ରଣୀ ଥିଲା। ଯଦିଓ ମ୍ୟାଚ୍ ଡ୍ର ଥିଲା ତଥାପି ମୁମ୍ବାଇ ଦଳକୁ ବିଜେତା ଘୋଷିତ କରାଯାଇଥିଲା।

H10. Shivam Dube Ruled out of IND vs BAN T20 Series: ୬ ଅକ୍ଟୋବରରୁ ଭାରତ ବନାମ ବାଂଲାଦେଶ ଟି-୨୦ ସିରିଜରୁ ଶିବମ ଦୁବେଙ୍କୁ ବାଦ ଦିଆଯାଇଛି। ତାଙ୍କ ସ୍ଥାନରେ ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି। ଭାରତ-ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ ୬ରୁ ୧୨ ଅକ୍ଟୋବର ଯାଏଁ ଚାଲିବ। ଦ୍ରୁତ ବୋଲିଂ ଅଲରାଉଣ୍ଡର ଶିବମ ଦୁବେଙ୍କୁ ପିଠିରେ ଆଘାତ ଲାଗିଥିବାରୁ ସିରିଜରୁ ବାଦ ପଡ଼ିଛନ୍ତି।