ରାୟଗଡା(ତୁଷାର ରଞ୍ଜନ ସାହୁ): ଅହିଂସା ରଥକୁ ଆଜି ରାୟଗଡ଼ରେ ଭବ୍ୟ ସ୍ୱାଗତ କରାଯାଇଛି। ଆଜି କୋରାପୁଟରୁ ଦୁଇଟି ଅଂହିସା ରଥ ରାୟଗଡା ଜିଲ୍ଲାରେ ପ୍ରବେଶ କରିବା ମାତ୍ରେ ସାନଲୁକୁଟି ଗ୍ରାମରେ ପୂଜାର୍ଚନା କରାଯାଇ ସ୍ୱାଗତ କରାଯାଇଥିଲା। ସ୍ୱାଗତ ସମୟରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, SHGର ମହିଳା, ସଂକୀର୍ତ୍ତନ ମଣ୍ଡଳୀ, ବିଭିନ୍ନ ସାଂସ୍କୃତିକ ଓ ପାରମ୍ପରିକ ନୃତ୍ୟ ପରିବେଷଣ କରି ଅହିଂସା ରଥକୁ ଭବ୍ୟ ସ୍ୱାଗତ କରିଥିଲେ। ଛାତ୍ରଛାତ୍ରୀ ଓ SHG ର ମହିଳା ମାନେ ହାତରେ ଜାତୀୟ ପତାକା ଧରି ସ୍ଲୋଗାନ ଦେଇ ଏକ ପଦଯାତ୍ରା କରିଥିଲେ । 


COMMERCIAL BREAK
SCROLL TO CONTINUE READING

ଏହା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ସହ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ଅଂହିସା ରଥକୁ ପୂଜାର୍ଚନା କରି ସ୍ୱାଗତ କରିଥିଲେ । ଏକ ବିରାଟ ପଟୁଆରରେ ଦୁଇଟି ଅଂହିସା ରଥକୁ ପରିକ୍ରମା କରାଇଥିଲେ । ଏହି ଦୁଇଟି ଅହିଂସା ରଥ ରାୟଗଡ ଜିଲ୍ଲାରେ ଆସନ୍ତା ୨୦ ତାରିଖ ଯାଏଁ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରମୁଖ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ଓ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବାର୍ତ୍ତା ନେଇ ଜିଲ୍ଲା ପରିକ୍ରମା କରିବ । 


ଏହି ରଥକୁ ଗତ ଅଗଷ୍ଟ ମାସ ୧୫ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସୂଚନା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜାଜ୍ଞସେନି ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ ପ୍ରମୁଖ ଉପସ୍ଥିତ ଥିଲେ ।