Hirakud Reservoir: ରେକର୍ଡ କଲା ହୀରାକୁଦ ଜଳଭଣ୍ଡାର, ବିଦେଶରୁ ଆସିଲେ ୩ ଲକ୍ଷ ଅତିଥି
Hirakud Reservoir:ଗତବର୍ଷ ୧୦୪ ପ୍ରଜାତି ର ପକ୍ଷୀ ଆସିଥିବା ବେଳେ ଏଥର ୧୦୮ ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥି ମଧ୍ୟରେ ୧୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି। ଏନେଇ ସୂଚନା ଦେଇଛନ୍ତି ଡିଏଫଓ।
Hirakud Reservoir: ଚଳିତ ବର୍ଷ ରେକର୍ଡ କରିଛି ହୀରାକୁଦ ଜଳଭଣ୍ଡାର। ନିକଟରେ ରାମ୍ସାର୍ ସାଇଟ୍ ଭାବେ ଘୋଷଣା ହୋଇଥିବା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ଚଳିତ ବର୍ଷ ନୂଆ ରେକର୍ଡ କରିଛି। ଏଥର ଏହି ଜଳଭଣ୍ଡାରରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ଆସିଥିବା ଜଣାପଡ଼ିଛି । ରେକର୍ଡ କହୁଛି ୨୦୨୨ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ଚଳିତ ବର୍ଷ ମୋଟ ୧୦୮ ଟି ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି।
ବରଗଡ଼ (Bargarh) ଜିଲ୍ଲା ର ସେକ୍ଟର ୫ ଗୋବିନ୍ଦପୁର ଗାଁ କୁ ପକ୍ଷୀ ଗ୍ରାମ ଭାବେ ଘୋଷଣା କରାଯାଇଛି । ଗତବର୍ଷ ୧୦୪ ପ୍ରଜାତି ର ପକ୍ଷୀ ଆସିଥିବା ବେଳେ ଏଥର ୧୦୮ ପ୍ରଜାତିର ପକ୍ଷୀ ଆସିଛନ୍ତି । ସେଥି ମଧ୍ୟରେ ୧୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି ଯେଉଁମାନେ ପ୍ରଥମ କରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି। ଏହି ନୂଆ ପ୍ରଜାତିର ପକ୍ଷୀମାନେ ହେଲେ ବାର-ଟେଲ୍ଡ ଗଡ୍ୱିଟ୍, ପିଏଡ୍ ହାରିଅର୍, କର୍ଲିଉ ସାଣ୍ଡପାଇପର୍, କଟନ୍ ପିଗ୍ମି ଗୁସ୍, କାସ୍ପିଆନ୍ ଟର୍ନ, ବ୍ଲୁ’ ଟେଲ୍ଡ ବି-ଇଟର୍ ଭଳି ପ୍ରଜାତି। ତେବେ ଡିଏଫଓଙ୍କ ସୂଚନାନୁଯାୟୀ, ଚଳିତ ବର୍ଷ ଜଳଭଣ୍ଡାରକୁ ସର୍ବାଧିକ ସଂଖ୍ୟାରେ ଆସିଥିବା ପ୍ରଜାତିମାନଙ୍କ ମଧ୍ୟରେ ଲେସର ହ୍ବିସିଲିଂ ଡକ୍ ୬୬,୭୧୨, ଟଫ୍ଟେଡ୍ ଡକ୍ ୪୪,୮୨୦ଟି ଓ କମନ୍ କୁଟ୍ ୩୪,୬୮୦ଟି ରହିଛନ୍ତି।
ଏହି ପକ୍ଷୀ ଗୁଡିକ ଏସିଆ, ୟୁରୋପ, ରୁଷିଆ, ଚାଇନା ଓ ଆଫ୍ରିକାରୁ ଆସିଛନ୍ତି ବୋଲି ଡିଏଫଓ ସୂଚନା ଦେଇଛନ୍ତି। ତେବେ ହୀରାକୁଦ ର ଜଳବାୟୁ, ପର୍ଯ୍ୟାପ୍ତ ଖାଦ୍ୟ, ସୁରକ୍ଷା ଦୃଷ୍ଟି କୋଣରୁ ପ୍ରତ୍ୟେକ ବର୍ଷ ପକ୍ଷୀ ମାନେ ହୀରାକୁଦ ଆସୁଛନ୍ତି । ଏହାସହ ଏହି ବିଦେଶାଗତ ପକ୍ଷୀ ମାନେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହୀରାକୁଦରେ (Hirakud) ରହିଥାନ୍ତି।
Also Read: Hockey WorldCup 2023: ଫଟୋରେ ଖବର, ଉଦଘାଟନୀ ଉତ୍ସବରେ ଝୁମିବ ସାରା ଓଡ଼ିଶା
Also Read: Keonjhar News: କୋଳରେ ନଅ ଦିନର ଶିଶୁପୁତ୍ର, ଏପଟେ ସ୍ୱାମୀ ବାଟକୁ ଚାହିଁଚାହିଁ ଆଖିରୁ ଶୁଖୁନି ଲୁହ