Keonjhar News: କୋଳରେ ନଅ ଦିନର ଶିଶୁପୁତ୍ର, ଏପଟେ ସ୍ୱାମୀ ବାଟକୁ ଚାହିଁଚାହିଁ ଆଖିରୁ ଶୁଖୁନି ଲୁହ
Advertisement
Article Detail0/zeeodisha/odisha1523036

Keonjhar News: କୋଳରେ ନଅ ଦିନର ଶିଶୁପୁତ୍ର, ଏପଟେ ସ୍ୱାମୀ ବାଟକୁ ଚାହିଁଚାହିଁ ଆଖିରୁ ଶୁଖୁନି ଲୁହ

Keonjhar News Update: କେନ୍ଦୁଝରରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଗର୍ଭବତୀ ଥିବା ଚାନ୍ଦିନୀଙ୍କ ପ୍ରସବ ଯନ୍ତ୍ରଣା କୁ ଦେଖିବା ପରେ ନିକଟସ୍ଥ ଆଶା ଦିଦିଙ୍କୁ ଡାକି ଗତ ୯ ଦିନ ତଳେ ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସ୍ୱାମୀ। ହେଲେ ଏବେ ଶିଶୁପୁତ୍ର ଟିଏ ଜନ୍ମ ହୋଇ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ବାପାର ଦେଖାନାହିଁ।

Keonjhar News: କୋଳରେ ନଅ ଦିନର ଶିଶୁପୁତ୍ର, ଏପଟେ ସ୍ୱାମୀ ବାଟକୁ ଚାହିଁଚାହିଁ ଆଖିରୁ ଶୁଖୁନି ଲୁହ

Keonjhar News: ମାତ୍ର ନଅ ଦିନର ପୁଅ। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହେବା ପରେ ଅସୁସ୍ଥ ଅବସ୍ଥାରେ ଜୀବନ ମରଣ ସହିତ ସଂଘର୍ଷ କରୁଥିବା ବେଳେ ପୁଅର ସୁସ୍ଥତା ପାଇଁ ମା’ ବ୍ୟଗ୍ର ହେଉଛି। ମାତ୍ର ଏତିକି ବେଳେ ସ୍ବାମୀ କିନ୍ତୁ ଧରାଛୁଆଁ ‌ଦେଉନାହାନ୍ତି କି ହସ୍ପିଟାଲ ଆସୁ ନାହାନ୍ତି।  ଏପେଟେ ପୁଅର ସ୍ବାସ୍ଥ୍ୟ ବିଗିଡ଼ିଯିବା ପରେ ଅସହାୟ ମା’ କ’ଣ କରିବ ଭାବି ପାରୁନାହିଁ। ଯୋଡା ବ୍ଲକ ବଡ଼ବିଲ ସହରର ୪ ନମ୍ବର ୱାର ଶ୍ରୀରାମପୁରର ଚାନ୍ଦିନୀ ପାତ୍ର । ବିବାହ ପରେ ଚାନ୍ଦିନୀ ଜଗଦେବ ହେଉଛନ୍ତି ବାପା ମାଆ ଛେଉଣ୍ଡ। ଛୁଆଟି ବେଳୁ ମାମୁଁଘରୁ ବଢ଼ି ଆସିଥିବା ଚାନ୍ଦିନୀ ଙ୍କୁ ଭଲ ପାଇ ବସିଥିଲେ ଶ୍ରୀରାମନଗରର ଅଭିଷେକ ଜଗଦେବ ।

ଭଲ ପାଇ ବିବାହ କରିଥିଲେ। ଚାନ୍ଦିନୀ କୁ ନେଇ ଭଡା ଘରେ ରହୁଥିଲେ । ତେବେ ଗର୍ଭବତୀ ଥିବା ଚାନ୍ଦିନୀଙ୍କ ପ୍ରସବ ଯନ୍ତ୍ରଣା କୁ ଦେଖିବା ପରେ ନିକଟସ୍ଥ ଆଶା ଦିଦିଙ୍କୁ ଡାକି ଗତ ୯ ଦିନ ତଳେ ଚମ୍ପୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ପ୍ରସବ ହୋଇ ନ ପାରିବାରୁ ତାଙ୍କୁ ୯ ଦିନ ତଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଚାନ୍ଦିନୀଙ୍କର ପୁତ୍ର ସନ୍ତାନଟିଏ ଜନ୍ମ ହୋଇଥିଲା। 

ହେଲେ ଖବର ପାଇବା ପରେ ମଧ୍ୟ ବାପାର ଦେଖା ମିଳିନଥିଲା । ଏପଟେ କିନ୍ତୁ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଚାନ୍ଦିନୀର ନିଜ ସ୍ବାମୀଙ୍କୁ ଫୋନ୍‌ କରିବା ସତ୍ତ୍ବେ ସେ ଆଉ ମେଡିକାଲକୁ ଆସୁ ନ ଥିବାରୁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଉଭୟ ମା’ ଓ ଛୁଆ ହହସ୍ପିଟାଲରେ ପଡି ରହିଛନ୍ତି। ସେହି ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେ ବ୍ୟକ୍ତି ଜଣକ ଆସି ପତ୍ନୀ ଓ ପୁତ୍ରକୁ ଗ୍ରହଣ କରିବାକୁ ନାରାଜ । ଫୋନ ରେ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଏମାନଙ୍କୁ ଗ୍ରହଣ କରିବାକୁ ମନା କରୁଛନ୍ତି। 

Also Read: Paradeep Port: ରେକର୍ଡ ଉପରେ ରେକର୍ଡ କରୁଛି ପାରାଦୀପ ବନ୍ଦର, କାରବାର ପାଇଁ ନେଲା ମାତ୍ର ଏତିକି ଦିନ

Also Read:  Shocking: ହକି ଷ୍ଟାଡିୟମକୁ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ମହିଳା ଗୃହରକ୍ଷୀ