କନ୍ଧମାଳ: ବ୍ୟସ୍ତ ବହୁଳ ଜୀବନରେ ନିଜ ସ୍ବାସ୍ଥ୍ୟକୁ ଫିଟ୍ ରଖିବା ପାଇଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ପ୍ରତିଦିନ ସକାଳ ସମୟରେ କିଏ ପ୍ରାତଃଭ୍ରମଣ କରିଥାନ୍ତି ଅଥବା ଅନ୍ୟ କେହି ବ୍ୟାୟାମ, ଯୋଗ, ପ୍ରାଣାୟମ ଆଦି ବିଭିନ୍ନ ପ୍ରକାର ଶାରୀରିକ କ୍ରିୟା କରିଥାନ୍ତି। ହେଲେ ଏବେ କୋରୋନା ମହାମାରୀ ସମୟରେ ଏହି କାର୍ଯ୍ୟ କରିବାରେ ବାଧକ ସାଜିଛି ଲକ ଡାଉନ ଆଉ ସଟ ଡାଉନ୍। 


COMMERCIAL BREAK
SCROLL TO CONTINUE READING

ବଢୁଥିବା କୋରୋନା ମହମାରୀର ପ୍ରକୋପକୁ ନଜରରେ ରଖି ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ କିପରି ଭଲ ରହିବ ଏବଂ ସବୁଦିନ ଭଳି ବର୍ତ୍ତମାନ ସମୟରେ ପ୍ରାତଃ ଭ୍ରମଣରେ ଯାଇପାରିବେ ସେଥିପାଇଁ ସଟ୍ ଡାଉନ୍ ସମୟରେ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଏହି ନିୟମକୁ କୋହଳ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ବାବଦରେ ଶୁଣିବା ପରେ ପ୍ରାତଃଭ୍ରମଣକାରୀ ପ୍ରାତଃ ଭ୍ରମଣ କରିବା ସମୟରେ ମାସ୍କ ପିନ୍ଧିବା ସହ  ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ସରକାରଙ୍କୁ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।