Puri Gas Exploration: ପୁରୀ ଜିଲ୍ଲା ଗୋପଠାରେ ଅଏଲ ଇଣ୍ଡିଆ କମ୍ପାନୀର ତେଲ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ପାଇଁ ଲାଗିଲା ରିଗ୍ ମେସିନ୍ (Rig Machine )। ଦିଲ୍ଲୀର ଏକ ଘରୋଇ ସଂସ୍ଥା କ୍ୱିପୋ ହାତରେ ଏହି ଦାୟିତ୍ୱ ଦିଆଯାଇଛି  । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାର ଫୁଟ ଖନନ ନେଇ ରିଗ୍ ମେସିନ ଲଗାଯାଇଛି । ଗୋପର କୁଶୁପୁର ମୌଜାରେ ୮ ଏକର ଜମିରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ୧୦ ହଜାର ଫୁଟ ତଳୁ କାଦୁଅକୁ ବିଶୋଧନ କରାଯିବା ସହିତ ତାକୁ ନେଇ ପରୀକ୍ଷଣ କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟାୟକ୍ରମେ ବାହାରିବାକୁ ଥିବା କାଦୁଅରୁ ଅଶୋଧିତ ତେଲର ଯାଞ୍ଚ କରାଯାଇ ପାରାଦୀପ ତୈଳ ବିଶୋଧନଗାରକୁ ପଠାଯିବ ।


COMMERCIAL BREAK
SCROLL TO CONTINUE READING

ଆସନ୍ତା ୩ ବର୍ଷ ମଧ୍ୟରେ ଉକ୍ତ ତୈଳର ପରିମାଣ କେତେ ରହିଛି ତାହା ଜଣାପଡି଼ବା ପରେ ଅଶୋଧିତ ତୈଳ ଉତ୍ତୋଳନ ପ୍ରକ୍ରିୟା ଚାଲିବ ବୋଲି ସୂଚନା ରହିଛି । ଅଏଲ ଇଣ୍ଡିଆ ସର୍ଭେରୁ ଏଠାରେ ତେଲ ଥିବା ନେଇ ସନ୍ଧାନ ମିଳିବା ପରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ୫୦ରୁ ଉର୍ଦ୍ଧ୍ୱ ଅତ୍ୟାଧୁନିକ ମେସିନ ଲଗାଯାଇଛି। ଆସାମର କର୍ମଚାରୀ ଏହି ଖନନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଗୋପ ବ୍ଲକର କୁଶୁପୁର, ମହଲପଡା଼ ପଞ୍ଚାୟତର ଚିତ୍ରା ଗ୍ରାମରେ ପ୍ରାକୃତିକ ଗ୍ୟାସ ସହିତ ପେଟ୍ରୋଲ, ଡିଜେଲ ସନ୍ଧାନ ମିଳିବା ପରେ ୨ଟି ପର୍ଯ୍ୟାୟରେ ଖୋଳିବା କାମ ଶେଷ ହୋଇଥିଲା ।


ପ୍ରାଥମିକ ପ୍ରର୍ଯ୍ୟାୟରେ କୁଶୁପୁର ଅଞ୍ଚଳରୁ ୮ ଏକର ଜମି ଚିହ୍ନଟ କରାଯାଇ ୩୭ ଜଣ ଚାଷୀଙ୍କ ଜମିକୁ ଲିଜ୍ ଆକାରରେ ନିଆଯାଇ ୯୭ ଲକ୍ଷ ଟଙ୍କା ବ୍ୟାଙ୍କ ଚେକ୍ ମାଧ୍ୟମରେ ଚୁକ୍ତିପତ୍ର ସ୍ୱାକ୍ଷରିତ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଗୋପ ବ୍ଲକର ମହଲପଡା଼ ପଞ୍ଚାୟତର ଚିତ୍ରା ଗ୍ରାମରେ ଖାନନ କାର୍ଯ୍ୟ ଆରମ୍ଭ ହେଵ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଦିନକୁ ଦିନ ନୂଆ ନୂଆ ଜ୍ଞାନ କୌଶଳର ଅତ୍ୟାଧୁନିକ ମେସିନ ଓ ଯନ୍ତ୍ରାଂଶ ଖାନନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ତେବେ ଏନେଇ ସ୍ଥାନୀୟ ଲୋକେ ସାମାନ୍ୟ ଭୟଭୀତ ଥିବା ଦେଖାଯାଇଛି । ତେବେ ଏନେଇ କାର୍ଯ୍ୟରତ ବିଭାଗୀୟ ଅଧିକାରୀ କହିଛନ୍ତି ଭୟଭୀତ ହେବାର କୌଣସି କାରଣ ନାହିଁ l ଏଠାରେ ସମସ୍ତ ଅଭିଜ୍ଞ ବ୍ୟକ୍ତି ମାନଙ୍କୁ ନେଇ କାର୍ଯ୍ୟକ୍ରମ କରାଯାଉଛି l  ତେବେ ଏଠାରୁ କେତେ ପରିମାଣର ତୈଳ, ଗ୍ୟାସ ବାହାରିବ ତାହା କହିବା ସମ୍ଭବ ନୁହେଁ । ଏଥିଲାଗି ଅପେକ୍ଷା କରିବାକୁ ପଡି଼ବ l


ଅଧିକ ପଢନ୍ତୁ-Valentine’s Day: ଭାଲେଣ୍ଟାଇନ୍ସ ଡେ ପାଇଁ ଖୋଜୁଛନ୍ତି କି ପାର୍ଟନର? ଆପଣଙ୍କ କାମ ସହିଜ କରିବ ଏହି 5 ଡେଟିଂ ଆପ୍


ଅଧିକ ପଢନ୍ତୁ-Calcutta High Court: ନାବାଳିକାକୁ ଅନ୍ତ ବସ୍ତ୍ର କାଢ଼ି ଶୁଆଇବାକୁ ବାଧ୍ୟ କରିବା ମଧ୍ୟ ରେପ୍ ଅଟେ'


ଅଧିକ ପଢନ୍ତୁ-Naba Das Death: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଗୁଳିକାଣ୍ଡ ଘଟଣା, ଅନୁଭୂତ ବଖାଣିଲେ ପ୍ରତ୍ୟେକ୍ଷଦର୍ଶୀ