ବିରାଜ ଷ୍ଟିଲ୍ ପ୍ଲାଣ୍ଟ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଲେ ସମ୍ବଲପୁରବାସୀ

ଶୁକ୍ରବାର ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର କିଛି ଲୋକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶିଳ୍ପ ଅନୁଷ୍ଠାନର ଏହି ପ୍ରଦୂଷଣ ଯୋଗୁଁ ଗଛପତ୍ର, ଘାସ ବିଷାକ୍ତ ହେବାରୁ ଗାଈ-ଗୋରୁ ରୋଗରେ ପଡୁଛନ୍ତି।
ସମ୍ବଲପୁର: ବିରାଜ ଷ୍ଟିଲ ପାଉଁଶ ପ୍ରଦୂଷଣ ସମସ୍ୟା ନେଇ ସ୍ଥାନୀୟ ଲୋକଙ୍କ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଶିଳ୍ପାନୁଷ୍ଠାନରୁ ନିର୍ଗତ ହେଉଥିବା ପ୍ରଦୂଷିତ ପାଉଁଶ ସମସ୍ୟାରେ ଅତିଷ୍ଠ ହୋଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ନିଶାନଭଙ୍ଗା ପଞ୍ଚାୟତ ଅଞ୍ଚଳର ଲୋକେ। ଷ୍ଟିଲ କାରଖାନାର ପାଉଁଶ ପୋଖରୀର ଉଚ୍ଚତା ଆବଶ୍ୟକତା ଠାରୁ ଅଧିକ ହେବାରୁ ପାଉଁଶ ଆଖପାଖ ଅଞ୍ଚଳକୁ ଚାପିଯାଉଥିବା ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର ଜିଲ୍ଲା ପ୍ରଶାସନ ଆଗରେ ଅଭିଯୋଗ କରିଛନ୍ତି।
ଶୁକ୍ରବାର ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର କିଛି ଲୋକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଶିଳ୍ପ ଅନୁଷ୍ଠାନର ଏହି ପ୍ରଦୂଷଣ ଯୋଗୁଁ ଗଛପତ୍ର, ଘାସ ବିଷାକ୍ତ ହେବାରୁ ଗାଈ-ଗୋରୁ ରୋଗରେ ପଡୁଛନ୍ତି। ଶିଳ୍ପାନୁଷ୍ଠାନର ତିଆରି ସମୟରେ ଜମି ହରାଇଥିବା ଲୋକଙ୍କୁ ସଂସ୍ଥା ସ୍ଥାୟୀ କିମ୍ବା ଅସ୍ଥାୟୀ ନିଯୁକ୍ତି ଦେବାରେ ଅବହେଳା କରୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Also Read; ଦିଲ୍ଲୀର ୩୦ଟି ସ୍ଥାନରେ ଲଗାଯାଇଛି 'ବିସ୍ଫୋରକ ସାମଗ୍ରୀ', ମାତ୍ର ୧୨ଟି ଖୋଜି ପାଇଲା ପୋଲିସ
ଏହାସହ ଶିଳ୍ପ ଅନୁଷ୍ଠାନର ସମ୍ମୁଖରେ ପାର୍କିଂ ନଥିବାରୁ ଏହା ସମ୍ମୁଖରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଶିଳ୍ପ ସଂସ୍ଥା ତାର ବର୍ଜ୍ୟ ଓ ପ୍ରଦୂଷିତ ପାଣି ହୀରାକୁଦ ଜଳଭଣ୍ଡାରରେ ଛାଡ଼ୁ ଥିବାର ମଧ୍ୟ ଅଭିଯୋଗ ହୋଇଛି। ପ୍ରଦୂଷଣ ବିଭାଗକୁ ଖବର ଦିଆଯିବ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ବିଭାଗ ସହ ଅଭିଯୋଗ ବାବଦରେ ଆଲୋଚନା କରାଯିବ। ଘଟଣାର ତଦନ୍ତ ହେଲା ପରେ ଅଭିଯୋଗରେ ସତ୍ୟାସତ୍ୟ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି କହିଛନ୍ତି।