ସମ୍ୱଲପୁର: ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ। ସମ୍ବଲପୁରର ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ଠାରେ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ। ମନ୍ଦିର ଟ୍ରଷ୍ଟ ତରଫରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନ ମାନେ ଯୋଗ ଦେଇ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି। 


COMMERCIAL BREAK
SCROLL TO CONTINUE READING

ଚଳିତବର୍ଷ  ଅଗଷ୍ଟ ୩୧ ତାରିଖ ମଙ୍ଗଳବାର ଦିନ ସନ୍ଧ୍ୟା ୫ଟାରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ ହେବ। ଏନେଇ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ, ଜ୍ୟୋତିର୍ବିଦ, ପଣ୍ଡିତ ଓ ବିଦ୍ୱାନମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି ଓ ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମା ସମଲେଶ୍ବରୀଙ୍କ ଠାରେ ଅର୍ପଣ କରିଥାନ୍ତି ଏବଂ ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମାଁଙ୍କ ଠାରେ ଭୋଗ ଲାଗି ହୋଇଥାଏ। ତା ପରେ ସାଧାରଣ ଲୋକେ ନବାନ୍ନ ଖାଇଥାନ୍ତି।