Sambalpur SDM Break Rule: ଜଣେ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ ଏଭଳି ନିଜ କଥା ଖିଲାପ କରିବା ଦୁଃଖଦାୟକ। କିଛି ଲୋକଙ୍କୁ ଚିଠି ମାଧ୍ୟମରେ ଡାକି ନିଜେ ଉପସ୍ଥିତ ରହି ସେମାନଙ୍କ ସହ ଭେଟ ନ ହେବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ସମ୍ବଲପୁର ଘୁନଘୁଟିପଡା ବାସିନ୍ଦା। ଆମେ କଣ ଦଳିତ ସମ୍ପ୍ରଦାୟର ବୋଲି ଏମିତି ଆମକୁ ହଇରାଣ କରାଯାଉଛି କି ବୋଲି କହିଛନ୍ତି ଏହି ଅଞ୍ଚଳର ବାସିନ୍ଦା। ଏଭଳି ଦାୟିତ୍ୱହୀନତା ଘଟଣା ଏଵେ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସମ୍ବଲପୁର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ନାମରେ ଆସିଛି ଏଭଳି ଅଭିଯୋଗ।


COMMERCIAL BREAK
SCROLL TO CONTINUE READING

ନିଜେ କଥା ଦେବା ସହିତ ସରକାରୀ ଭାବରେ ଚିଠି କରିଥିବା ସତ୍ତ୍ୱେ ସମଲେଶ୍ୱରୀ ଯୋଜନାର ବିସ୍ଥାପିତଙ୍କୁ ଦେଖା କଲେନାହିଁ ସମ୍ବଲପୁର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା। ସମ୍ବଲପୁର ଜିଲ୍ଲାରେ ସମଲେଇ ଯୋଜନା ପାଇଁ ବିସ୍ଥାପନ କାର୍ଯ୍ୟ ଚାଲୁ ରହିବା ସହିତ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ସମଲେଇ ଯୋଜନାରେ ମୁଖ୍ୟତଃ ଘୁନଘୁଟିପଡା ବାସିନ୍ଦା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ଷ ବର୍ଷ ଧରି ସେମାନେ ସମ୍ବଲପୁରରେ ମହାନଦୀ କୂଳରେ ଅବସ୍ଥିତ ସମଲେଇ ମନ୍ଦିର ନିକଟରେ ଘର କରି ରହିଥିଲେ। ହେଲେ ଏଵେ ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟରେ ମନ୍ଦିର ଉନ୍ନତି କରଣ କାର୍ଯ୍ୟ ହାତକୁ ନେଇଛନ୍ତି। 


ପୁରୀ ଶ୍ରୀମନ୍ଦିର କାର୍ଯ୍ୟ ଉନ୍ନତି କରଣ ପରେ ଏଵେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ସେଥିପାଇଁ ପାରିପାର୍ଶ୍ଵିକ ଅଞ୍ଚଳରେ ଘର ଭଙ୍ଗା ହେବା ସହ ବିସ୍ଥାପନ ଏବଂ ଥଇଥାନ କାର୍ଯ୍ୟ ମଧ୍ୟ ଜାରି ରହିଛି। ସମଲେଶ୍ୱରୀ ମନ୍ଦିର ସନ୍ନିକଟସ୍ଥ ଘୁନଘୁଟିପଡା ବାସିନ୍ଦା ଏଵେ ସମ୍ପୂର୍ଣ୍ଣ ଭାବରେ ବିସ୍ଥାପିତ ହୋଇଥିବା ବେଳେ ସରକାର ସେମାନଙ୍କୁ କିଛି ଜମି ଏବଂ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି। ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଘୁନଘୁଟିପଡା ବାସିନ୍ଦାଙ୍କୁ ଏକ ସରକାରୀ ଚିଠି ଦେଇଥିଲେ। ସେହି ଚିଠି ଗତ ୨୨ ତାରିଖରେ ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିଲା। ଗତ ୨୯ ତାରିଖରେ ସେମାନେ ଆସି ନିଜ ନିଜର ପୁନର୍ବାସ ଏବଂ ଥଇଥାନ କଲୋନୀ ଠାରେ ପ୍ଲଟ ଚୟନ କରି ନିଅନ୍ତୁ ବୋଲି ଉଲ୍ଲେଖ ରହିଛି। 


ହେଲେ କଥା ହେଉଛି ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ନିଜେ ଚିଠି କରିଥିବା ବେଳେ ନିଜର କାର୍ଯ୍ୟାଳୟରେ ସେମାନଙ୍କୁ ଦେଖା ନ କରିବା କେତେ ଦୂର ଯୁକ୍ତି ଯୁକ୍ତ। ନିଜେ ସରକାରୀ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ  ରହିଥିବା ସତ୍ତ୍ୱେ ଘୁନଘୁଟିପଡା ବାସିନ୍ଦାଙ୍କୁ ଦେଖା କଲେ ନାହିଁ କିମ୍ବା ସେମାନଙ୍କର କୌଣସି କଥା ଶୁଣି ନ ଥିବାର ଅଭିଯୋଗ ହୋଇଛି। ଘୁନଘୁଟିପଡା ବାସିନ୍ଦା ଦିନ ମଜୁରିଆ ହୋଇଥିବା ବେଳେ, ସେମାନେ ତାଙ୍କର କାମଧନ୍ଦା ଛାଡି ୨୯ ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ଯଦିଓ ଉପଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ହେଲେ ସେ, ଘୁନଘୁଟିପଡା ବାସିନ୍ଦାଙ୍କ ସହିତ ଦେଖା କଲେ ନା ଆଲୋଚନା କଲେ।


ଏନେଇ ଅଭିଯୋଗ ହେବା ପରେ ଯେତେବେଳେ ଆମେ ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ଏହି ଘଟଣା ବାବଦରେ ପ୍ରଶ୍ନ କରିଥିଲୁ, ସେତେବେଳେ  ସେ ପ୍ରଥମେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ହେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ସରକାରୀ କାର୍ଯ୍ୟରେ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରୁଥିଲେ ବୋଲି କହିଥିଲେ। ପ୍ଲଟ ଚୟନ ପାଇଁ ତାଙ୍କୁ ଆସନ୍ତା ୪ ତାରିଖକୁ ସମୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ କ'ଣ ଖାଲି ସରକାରୀ ଅଧିକାରୀ କାର୍ଯ୍ୟ କରନ୍ତି ଆଉ ଦିନ ମଜୁରିଆ ଖାଲି ବସି ରହନ୍ତି। ଯେବେ ତାଙ୍କୁ ଡକାଯିବ ସେ ଦିନ ସେମାନେ ଆସିବେ। ଆସନ୍ତା ୪ ତାରିଖରେ ସେମାନେ ନିଜର କାମ ଧନ୍ଦା ଛାଡି ପୁଣି ଥରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବେ। ହେଲେ ସେହି ଦିନ ଉପଜିଲ୍ଲାପାଳ ଉପସ୍ଥିତ ରହିବେ ନାଁ ପୁଣି ସରକାରୀ କାର୍ଯ୍ୟ କରିବେ ତାହାକୁ ସାଧାରଣରେ ଅପେକ୍ଷା।