ସମ୍ବଲପୁର: କୋରୋନା ପାଇଁ ଫିକା ପଡୁଥିବା ଜାତୀୟ ପର୍ବରେ ରଙ୍ଗ ଭରିଲେ କିନ୍ନର। ଆଡମ୍ବର ସହ ୭୫ତମ ସ୍ୱାଧୀନତା ଦିବସକୁ ପାଳନ କରିଛନ୍ତି ଟ୍ରାନ୍ସଜେଣ୍ଡର୍। ସରକାରଙ୍କର କୋରୋନା ଗାଇଡ଼ଲାଇନକୁ ଅନୁପାଳନ କରି କିନ୍ନରମାନେ ଘରରର ଛାତ ଉପରେ ସ୍ୱାଧୀନତା ଦିବସକୁ ପାଳନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସମ୍ବଲପୁରର ସମଲେଶ୍ବରୀ କିନ୍ନର ସଙ୍ଘ ତରଫରୁ ରବିବାର ସକାଳୁ ରାଷ୍ଟ୍ରଗାନ ସହ ବନ୍ଦେ ଉତ୍କଳ ଜନନୀ ଗାନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ତା ପରେ ପତାକା ଉତ୍ତୋଳନ କରିଥିଲେ ସମଲେଶ୍ବରୀ କିନ୍ନର ସଙ୍ଘର ସଭାପତି ବିନ୍ଦିଆ କିନ୍ନର। ସମସ୍ତେ ଟ୍ରାଇ କଲର ଡ୍ରେସ ପରିଧାନ କରି ଅତି ନିରାଡ଼ମ୍ବର ଭାବରେ ଏହି ସ୍ୱାଧୀନତା ଦିବସ ଘରର ଛାତ ଉପରେ ପାଳନ କରିଥିଲେ।


Also Read: କିନ୍ନର ପାଳିଲେ ସମ୍ବଲପୁରୀ ଦିନ୍


ସମସ୍ତ କିନ୍ନରମାନେ ମାସ୍କ ପରିଧାନ କରି ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ସ୍ୱାଧିନତା ଦିବସ ପାଳନ କରିଥିଲେ। ସମସ୍ତେ ସମସ୍ତଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। ତା ପରେ ଦେଶାତ୍ମବୋଧକ ସହ ସମ୍ବଲପୁରୀ ଗୀତ ବଜାଇ ନାଚ ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।