Scam in Sambalpur ICDS, ସମ୍ବଲପୁର: ଗର୍ଭବତୀ ମହିଳା ଓ ନବଜାତକଙ୍କ ଜୀବନ ସହ ଖେଳୁଛି ପ୍ରଶାସନ। ICDS ପକ୍ଷରୁ କରାଯାଉଥିବା ଛତୁଆ ଯୋଗାଣରେ ହୋଇଛି ମହାଘୋଟାଲା। ଏପରି ଏକ ଅଭିଯୋଗକୁ ନେଇ ଜୁଜୁମୁରା ସମିତି ବୈଠକରେ ମଙ୍ଗଳବାର ଉତ୍ତେଜନା ଦେଖିବାକୁ ମିଳିଛି। ନିମ୍ନମାନର ଛତୁଆ ନେଇ ସମିତି ସଭ୍ୟ ଜୟନ୍ତ ପ୍ରଧାନ ଅଭିଯୋଗ କରିଛନ୍ତି। ସେ ସମିତି ବୈଠକରେ ବିଡିଓଙ୍କୁ ନିର୍ମ୍ନମାନର ଛତୁଆ ମଧ୍ୟ ଖୁଆଇବାକୁ ଚେଷ୍ଟା କରିଥିଲେ। 


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର ଜୁଜୁମୁରା ବ୍ଲକ ସମିତି ବୈଠକରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ନିମ୍ନମାନର ଛତୁଆ ତିଆରି ହେଉଥିବା ନେଇ ସମିତି ସଭ୍ୟ ଜୟନ୍ତ ପ୍ରଧାନ ଅନେକ ଥର ଅଭିଯୋଗ କରିଥିଲେ। କେହି ଶୁଣୁ ନ ଥିବାରୁ ମଙ୍ଗଳବାର ସମିତି ବୈଠକକୁ ହିତାଧିକାରୀଙ୍କୁ ଦିଆଯାଉଥିବା ଏକ ସିଲ ଛତୁଆ ପ୍ୟାକେଟ ଆଣିଥିଲ।  ନିମ୍ନାମାନର ଛତୁଆ ଓ ବାଦାମ ଲଡୁକୁ ବୈଠକରେ ଉପସ୍ଥିତ ଥିବା ଜୁଜୁମୁରା ବିଡିଓ , ସିଡିପିଓ, ବ୍ଲକ ଅଧ୍ୟକ୍ଷା, ସମସ୍ତ ସରପଂଚ ଓ ସମିତି ସଭ୍ୟଙ୍କୁ ଖାଇବାକୁ ଦେଇଥିଲେ। 


Also Read: World's polluted capital: ଦିଲ୍ଲୀର ସ୍ଥିତି ସାଙ୍ଘାତିକ, ବିଶ୍ୱର ଏହି ସ୍ଥାନରେ ଅଛି ଜାତୀୟ ରାଜଧାନୀ


ଛତୁଆ ଏଭଳି  ନିମ୍ନମାନର ଥିଲା ଯେ, ତାହା ଦୁର୍ଗନ୍ଧ ହେବା ସହ ଫିମ୍ପି ମାରି ଯାଇ ଥିବାର ଦେଖିବାକୁ ମିଳି ଥିଲା। ଫଳରେ ତାହାକୁ ଅଧିକାରୀମାନେ ଖାଇ ପାରି ନ ଥିଲେ। ଅନେକ ସମୟ ଧରି ବୈଠକରେ ହୋ ହାଲ୍ଲା ହେବା ସହ ଛତୁଆ ମାନ ଯାଂଚ କରିବା ପାଇ ଜୟନ୍ତ ଦାବି କରିଥିଲେ। ସିଡିପିଓ କିନ୍ତୁ ଜୟନ୍ତଙ୍କ ଜାବିକୁ ଖଣ୍ଡନ କରିଥିଲେ। ସିଡିପିଓ ନିଜ ସଫେଇରେ କହିଥିଲେ, ସମସ୍ତଙ୍କୁ ମାନଯୁକ୍ତ ଛତୁଆ ଦିଆ ଯାଏ, କିନ୍ତୁ ଏହି ପ୍ୟାକେଟକୁ କିଏ ଅଧିକ ଦିନ ରଖିଦେଇଥିବେ, ସେଥିପାଇଁ ତାହା ଖରାପ ହୋଇଯାଇଛି। 


ଜୁଯୁମୁରା ସମିତି ସଭ୍ୟ, ଜୟନ୍ତ ପ୍ରଧାନ କହିଛନ୍ତି ଯେ, ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର, ଛୁତୁଆ ଯୋଗାଇ ଦେଉଛନ୍ତି। କିନ୍ତୁ ସେମାନଙ୍କୁ ନିମ୍ନମାନର ଛତୁଆ ଯୋଗାଇ ଦିଆଯାଉଛି। ଏକ୍ସପାଇରୀ ଡେଟକୁ ହାତରେ ଲେଖାଯାଉଛି। ଛତୁଆରେ କେଉଁ କେଉଁ ସଶ୍ୟ ମିଶୁଛି ତାହା ମଧ୍ୟ କାହାକୁ ଜଣା ନାହିଁ। ଯଦି ଆମେ ଏହି ଛତୁଆକୁ ଖାଇ ପାରିବା ନାହିଁ, ତେବେ ଗର୍ଭବତୀ ଓ ଶିଶୁମାନେ କେମିତି ଖାଇବେ। ଏହି ଦୁର୍ନୀତିର ତଦନ୍ତ ହେଉ ଓ ଦୋଷୀଙ୍କ ବିରୋଧ କୋଠର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରଧାନ ଦାବି କରିଛନ୍ତି।


Also Read: Closing Ceremony of Surabhi Programme: ଉଦଯାପିତ ହେଲା ସୁରଭୀ କାର୍ଯ୍ୟକ୍ରମ


ସିଲ୍ ଫିଟା ଛତୁଆ ନିମ୍ନମାନର ହୋଇଥିବାର ପ୍ରମାଣ ଫିମ୍ପିରୁ ଜଣାପଡିଛି। କିନ୍ତୁ ବର୍ତ୍ତମାନ ଏହାକୁ ଲ୍ୟାବ ଟେଷ୍ଟ ପାଇଁ ପଠାଯାଇଛି। ଜୁଯୁମରା ବିଡିଓଙ୍କ ତତ୍ତ୍ୱାବଧାନରେରେ ଛତୁଆର ପରୀକ୍ଷଣ ପାଇଁ ଭୁବନେଶ୍ୱର ପଠାଯାଇଥିବା ଜୟନ୍ତ ପ୍ରଧାନ କହିଛନ୍ତି। ଏହି ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଦ୍ୟ ବଣ୍ଟନକୁ ନେଇ ତିଆରି ହୋଇଥିବା ଗାଇଡଲାଇନକୁ ଆଇସିଡିଏସ୍ ଓ ମହିଳା ସଙ୍ଘମାନେ ମାନୁନଥିବା ଜୁଯୁମୁରା ସମିତି ସଭ୍ୟ ଅଭିଯୋଗ କରିଛନ୍ତି। କୋଟି କୋଟି ଟଙ୍କାରେ ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ଦିଆଯାଉଥିବା ଛତୁଆକୁ ଲୋକମାନେ ଫିଙ୍ଗି ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।