World's most polluted capital: ଦିଲ୍ଲୀର ସ୍ଥିତି ସାଙ୍ଘାତିକ, ବିଶ୍ୱର ଏହି ସ୍ଥାନରେ ଅଛି ଜାତୀୟ ରାଜଧାନୀ
Advertisement
Article Detail0/zeeodisha/odisha1445229

World's most polluted capital: ଦିଲ୍ଲୀର ସ୍ଥିତି ସାଙ୍ଘାତିକ, ବିଶ୍ୱର ଏହି ସ୍ଥାନରେ ଅଛି ଜାତୀୟ ରାଜଧାନୀ

World's most polluted capital: ଗତ ନଭେମ୍ବର ୧୪ରେ ବିଶ୍ୱର ପରିସଂଖ୍ୟାନ ବା World of Statistics ଦ୍ୱାରା ସର୍ବାଧିକ ପ୍ରଦୂଷିତ ସହରର ତାଲିକା ପ୍ରକାଶିତ କରାଯାଇଥିଲା। ଏହାର ଦୁଇ ଦିନ ପରେ ସର୍ବାଧିକ ପ୍ରଦୂଷିତ ରାଜଧାନୀର ତାଲିକା ପ୍ରକାଶ କରାଯାଇଛି। ତେବେ ଆସନ୍ତୁ ଜାଣିବା, କେଉଁ ୧୦ଟି ଦେଶର ରାଜଧାନୀ ସର୍ବାଧିକ ପ୍ରଦୂଷିତ...

World's most polluted capital: ଦିଲ୍ଲୀର ସ୍ଥିତି ସାଙ୍ଘାତିକ, ବିଶ୍ୱର ଏହି ସ୍ଥାନରେ ଅଛି ଜାତୀୟ ରାଜଧାନୀ

World's most polluted capital, ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ପଡିଛି। ଭାରତର ରାଜଧାନୀ ଦିଲ୍ଲୀର ସ୍ଥିତି ସାଙ୍ଘାତିର ରହିଛି। ପୁଣି ଥରେ ଦିଲ୍ଲୀ, ବିଶ୍ୱର ସର୍ବାଧିକ ପ୍ରଦୂଷିତ ରାଜଧାନୀର ମାନ୍ୟତା ପାଇଛି। ସର୍ବାଧିକ ପ୍ରଦୂଷିତ ରାଜଧାନୀ ମଧ୍ୟରେ ଭାରତର ପଡୋଶୀ ଦେଶମାନେ ମଧ୍ୟ ସାମିଲ ଅଛନ୍ତି। ତାଲିକାରେ ଢାକା, ବାଗଦାଦ ଓ ତାସକେଣ୍ଟ ଭଳି ରାଜଧାନୀ ଅଛନ୍ତି। ତେବେ ଆସନ୍ତୁ ଜାଣିବା, କେଉଁ ୧୦ଟି ଦେଶର ରାଜଧାନୀ ସର୍ବାଧିକ ପ୍ରଦୂଷିତ...

ଗତ ନଭେମ୍ବର ୧୪ରେ ବିଶ୍ୱର ପରିସଂଖ୍ୟାନ ବା World of Statistics ଦ୍ୱାରା ସର୍ବାଧିକ ପ୍ରଦୂଷିତ ସହରର ତାଲିକା ପ୍ରକାଶିତ କରାଯାଇଥିଲା। ଏହାର ଦୁଇ ଦିନ ପରେ ସର୍ବାଧିକ ପ୍ରଦୂଷିତ ରାଜଧାନୀର ତାଲିକା ପ୍ରକାଶ କରାଯାଇଛି। ଉଭୟ କ୍ଷେତ୍ରରେ ରାଜଧାନୀ ଦିଲ୍ଲୀ ସବୁଠାରୁ ଉପରେ ରହିଛି। ପ୍ରଦୂଷିତ ସହର ତାଲିକାର ଦ୍ୱିତୀୟରେ ବେଜିଂ ଥିବା ବେଳେ ରାଜଧାନୀ ଭାବେ ଏହାର ସ୍ଥାନ ଭଲ ରହିଛି। କିନ୍ତୁ ନେପାଳ, ବାଂଲାଦେଶ ଭଳି ଛୋଟ ଛୋଟ ଦେଶର ରାଜଧାନୀ ଏବେ ପ୍ରଦୂଷଣର କବଜାକୁ ଆସିଛନ୍ତି।

Also Read: ରାଜନୈତିକ ପରେ ବିଗିଡିଗଲା ଆର୍ଥିକ ରାଜଧାନୀର ବାୟୁମଣ୍ଡଳ, ନିଶ୍ୱାସ ନେବା ହୋଇଗଲାଣି କଷ୍ଟ

ବିଶ୍ୱର ସର୍ବାଧିକ ପ୍ରଦୂଷିତ ୧୦ଟି ରାଜଧାନୀ ହେଲେ:-

୧. ଦିଲ୍ଲୀ (ଭାରତ)
୨. ଢାକା (ବାଂଲାଦେଶ)
୩. ଡିଜାମେନା (ଛାଡ୍)
୪. ଦୁସାନବେ (ତାଜିକିସ୍ତାନ)
୫. ମସକାଟ୍ (ଓମାନ)
୬. କାଠମାଣ୍ଡୁ (ନେପାଳ)
୭. ମାନାମା (ବାହରେନ)
୮. ବାଗଦାଦ୍ (ଇରାକ)
୯. ବିଶକେକ୍ (କାରଗିଜସ୍ତାନ) 
୧୦. ତାସକେଣ୍ଟ (ଉଜବେକିସ୍ତାନ)

ବିଶୁଦ୍ଧ ବାୟୁ ପାଇଁ ଦିଲ୍ଲୀର ଦୁଇ କୋଟି ଜନତା ସଙ୍ଘର୍ଷ କରୁଛନ୍ତି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍ଗୀନ ସ୍ଥିତିରେ ରହିଛି। ଲୋକଙ୍କ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହେଲାଣି। ବର୍ତ୍ତମାନ ଶୀତ ପଡିବା ଆରମ୍ଭ ହୋଇଥିବା ବେଳେ ଆଗକୁ ବାୟୂ ପ୍ରଦୂଷଣ ଆହୁରି ବଢିବାର ସମ୍ଭାବନା ଅଛି। କେବଳ ବାୟୁ ନୁହଁ, ଦିଲ୍ଲୀର ପାଣି, ପରିବେଶ ସବୁ ବିଷ ପାଲଟିଲାଣି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ବିଶ୍ୱର ୧୬୫୦ ଓ ଆମେରିକାର Health Effects Institute ଦ୍ୱାରା ୭୦୦୦ ସହରରେ ସର୍ଭେ କରାଯାଇଥିଲା। ଅଗଷ୍ଟରେ ହୋଇଥିବା ଏହି ସର୍ଭେ ଅନୁସାରେ, ଦିଲ୍ଲୀର ବାୟୂ ଅତ୍ୟାଧିକ ପ୍ରଦୂଷିତ ଅଟେ।

Also Read: ୮୦୦ କୋଟି ଅତିକ୍ରମ କରିଗଲା ବିଶ୍ୱ ଜନସଂଖ୍ୟା, ଆସନ୍ତା ବର୍ଷ ଦେଖିବାକୁ ମିଳିବ ବଡ଼ ପରିବର୍ତ୍ତନ

ଏକ ରିପୋର୍ଟ ଅନୁସାରେ, ବାୟୂ ପ୍ରଦୂଷଣ ଯୋଗୁଁ ଭାରତରେ ବାର୍ଷିକ ପ୍ରାୟ ୨୦ ଲକ୍ଷ ଲୋକ ପ୍ରାଣ ହରାନ୍ତି। ଏହାକୁ ଦେଶର ପଞ୍ଚମ କିଲର୍ ବୋଲି କୁହାଯାଏ। ଭାରତରେ ଗଳା ରୋଗ ଓ ଆସ୍ଥମା ଯୋଗୁଁ ଯେତିକି ଲୋକ ପ୍ରାଣ ତାହା ବିଶ୍ୱରେ ସର୍ବାଧିକ ବୋଲି ହୁ କହିଛି। ଏପରି କି ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀର ୨୨ ଲକ୍ଷ ତଥା ୫୦ ପ୍ରତିଶତ ଶିଶୁଙ୍କ ଫୁସଫୁସ ନଷ୍ଟ ହୋଇଯାଇଛି। ୨୦୧୯ ନଭେମ୍ବରରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ କହିଥିଲେ ଯେ, ଦିଲ୍ଲୀ, ନର୍କ ଠାରୁ ମଧ୍ୟ ଖରାପ ସ୍ଥାନ ପାଲଟି ଯାଇଛି।