ଗିରଫ ହେବେ କେନ୍ଦୁଝର ଜିଲ୍ଲାପାଳ!
ତେବେ ଏନେଇ ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ମଧ୍ୟ ଜାରି କରାଯାଇଥିଲା । ଏହାପରେ ଅନେକ ଥର କେନ୍ଦୁଝର ଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ମଧ୍ୟ କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ କି କମିଶନଙ୍କ ନୋଟିସର କୌଣସି ଉତ୍ତର ମଧ୍ୟ ରଖି ନଥିଲେ । ଶେଷରେ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।
କେନ୍ଦୁଝର: ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇସାରିଛି । ଜାତୀୟ ଅନୁସୂଚିତ ଜନଜାତି କମିଶନ (NCST) ନିଜ ସାମ୍ବିଧାନିକ କ୍ଷମତା ପ୍ରୟୋଗ କରି ଜିଲ୍ଲାପାଳ ଠାକରେ (Ashish Thackeray) ଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପି ସୁନୀଲ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । କେନ୍ଦୁଝର (Keonjhar) ଆଦିବାସୀ ବହୁଳ ଜିଲ୍ଲା ଭାବରେ ଜଣାଶୁଣା ।
ଜିଲ୍ଲାରେ ରହୁଥିବା ଜନଜାତି ସମ୍ପ୍ରଦାୟ ଲୋକମାନେ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଜିଲ୍ଲାପାଳ ସେମାନଙ୍କ ସମସ୍ୟା ନ ଶୁଣିବାରୁ ସେମାନେ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏହାପରେ ଗତ ଏକ ବର୍ଷ ଧରି କେନ୍ଦୁଝର ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କ ଆବେଦନର ବିଭିନ୍ନ ସମସ୍ୟା ଉପରେ ଶୁଣାଣି କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଏନେଇ ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ମଧ୍ୟ ଜାରି କରାଯାଇଥିଲା । ଏହାପରେ ଅନେକ ଥର କେନ୍ଦୁଝର ଜିଲ୍ଲାପାଳଙ୍କୁ ଉପସ୍ଥିତ ରହିବା ପାଇଁ ନୋଟିସ ମଧ୍ୟ କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ କି କମିଶନଙ୍କ ନୋଟିସର କୌଣସି ଉତ୍ତର ମଧ୍ୟ ରଖି ନଥିଲେ । ଶେଷରେ ବାଧ୍ୟ ହୋଇ ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ।
ଏହା ବି ପଢ଼ନ୍ତୁ:-ପେଟ୍ରୋଲ ଶସ୍ତା, LPG ସିଲିଣ୍ଡର ହେବ ମହଙ୍ଗା! ଜାଣନ୍ତୁ ମୋଦି ସରକାରଙ୍କ ନୂଆ ପ୍ଲାନ୍ ବିଷୟରେ...
ଏହା ବି ପଢ଼ନ୍ତୁ:-'..ତେବେ ମୁଁ ଇସ୍ତଫା ଦେବି', ଜାଣନ୍ତୁ ପିଏମ ଗାଦି ସମ୍ଭାଳିବା ମାତ୍ରେ ଏପରି କାହିଁକି କହିଲେ ଶାହବାଜ ସରିଫ
ଏହା ବି ପଢ଼ନ୍ତୁ:-ଏହି କାରଣରୁ ପୁଣି ଥରେ ଗୃହବନ୍ଦୀ ହେଲେ ମେହବୁବା ମୁଫତି
ଏପ୍ରିଲ ୧୩ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଜିଲ୍ଲାପାଳ ଠାକରେଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଡିଜିପି ସୁନୀଶ କୁମାର ବଂଶଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରା ନଗଲେ, ତା’ର କାରଣ ସଂପର୍କରେ ୧୩ ତାରିଖ ସୁଦ୍ଧା ଜଣାଇବାକୁ ମଧ୍ୟ କମିଶନ ନିର୍ଦ୍ଦେରେ ଜଣାଇଛନ୍ତି । ଠାକରେ ୨୦୧୮ ମସିହାରୁ କେନ୍ଦୁଝର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଅଛନ୍ତି । ତେବେ ଆଶିଷ ଠାକରେ ୨୦୧୧ ମସିହାର ମହାରାଷ୍ଟ୍ର କ୍ୟାଡର ଆଇ.ଏ.ସ ଅଫିସର ପୂର୍ବରୁ ବଲାଙ୍ଗିର ଜିଲ୍ଲାପାଳ ଭାବରେ କାର୍ଯ୍ୟରତ ଥିଲେ ।