ଅନ୍ୟପଟେ ବିଦ୍ୟାଳୟ ପାଇଁ କିଣାଯାଇଥିବା ସାମଗ୍ରୀ ଯଥା:- ଗଡ୍ରେଜ୍‌ ଆଲୁମିନା, ମୋବାଇଲ ଫୋନ୍‌, ପାଣିଟାଙ୍କି, ସୋଲାର୍‌ ଲାଇଟ୍‌, ରୋଷେଇ ପାଇଁ ବାସନ ଆଦି ସାମଗ୍ରୀ କିଣି ବଜାର ମୂଲ୍ୟ ଅପେକ୍ଷା ଅଧିକ ମୂଲ୍ୟର ବିଲ୍‌ ପ୍ରସ୍ତୁତ କରାଯାଇ ବିଦ୍ୟାଳୟ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣିଛନ୍ତି କମିଟି ସଦସ୍ୟ ଓ ଅଭିଭାବକ। ଏମିତିକି କୋଭିଡ୍‌ ସମୟରେ ଦୂରଦୂରାନ୍ତରେ ଥିବା ଅଭିଭାବକମାନେ ବିଦ୍ୟାଳୟରୁ ଚାଉଳ ନେଇନଥିବା ସତ୍ତେ ସେମାନଙ୍କ ନାମରେ ମିଥ୍ୟା ଦସ୍ତଖତ କରି ସେମାନେ ଚାଉଳ ନେଇଥିବା ଦର୍ଶାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଚଳିତ ବର୍ଷର ରାସନ୍‌ ଖର୍ଚ୍ଚ ବାବଦକୁ ଆସିଥିବା ଟଙ୍କା ଏଯାଏଁ ପିଲାମାନଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି । ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଅଭିଭାବକ । ଅନ୍ୟପଟେ ଯଥାଶୀଘ୍ର ଏହାର ଉଚିତ୍‌ ତଦନ୍ତ କରି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦେ।।ଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ସମୂହ ଗୋଷ୍ଠୀ ।


COMMERCIAL BREAK
SCROLL TO CONTINUE READING

ତେବେ ସରକାରଙ୍କ ଶିକ୍ଷା ନୀତି ଉପରେ ବଡ ପ୍ରଶ୍ନ । କାରଣ ସରକାରଙ୍କ ଏତେ ଯୋଜନା ତିଆରି କରୁଛନ୍ତି କିନ୍ତୁ ବାସ୍ତବରେ ଏହା କାର୍ଯ୍ୟକାରୀ ହେଉନାହିଁ କାହିଁକି,ଏହା ଗୋଟିଏ ଉଦାହାରରଣ ନୁହେଁ, ଏମିତି ଅନେକ ଉଦାହରଣ ଅନେକ ସମୟରେ ଅନେକ ସ୍ଥାନରୁ ଆସୁଛି । ହେଲେ ଆମର ଶିକ୍ଷା ବ୍ୟବସ୍ଥା ସୁଧୀରିବାରେ ନା ନେଉ ନାହିଁ , ବରଂ ଦିନକୁ ଦିନ ଏହି ଭଳି ଅବ୍ୟାବସ୍ତାର ଚିତ୍ର ଆସିବା ସବୁଦିଆନିଆ ଖବର ଭଳି ଆମ୍ଭ ମାନଙ୍କ ନିକଟରେ ପହଁଚୁଛି ।