Kandhamal
କନ୍ଧମାଳ ପ୍ରଶାସନ ଯୋଜନାରେ ମଶାଣି ପଦାରେ ୨୫ ଭୁତଙ୍କୁ ଭତ୍ତା ମଞ୍ଜୁର
Kandhamal: ସରକାରଙ୍କ ନୁତନ ଭୁତ ଯୋଜନାକୁ କାଯ୍ୟକାରି କରି କୁର୍ତମଗଡ ପଞ୍ଚାୟତର ପୁର୍ବତନ ପଞ୍ଚାୟତ ନିର୍ବାହ ଅଧିକାରୀ ଜନାର୍ଦ୍ଦନ ନାୟକ ବର୍ତ୍ତମାନ ଚର୍ଚ୍ଚା ରହିଛନ୍ତି । ଏହି ଭୁତ ମାନଙ୍କ ନାମରେ ଖାଇଯାଇଥିବା ଜିଅନ୍ତା ଭୁତକୁ କାଯ୍ୟାକଳାପକୁ ପର୍ଦ୍ଦାଫାସ୍ ବର୍ତ୍ତମାନର ସରପଞ୍ଚ କରିଛନ୍ତି ।
Aug 14,2022, 17:30 PM IST
ସ୍କୁଲରେ ନିମ୍ନ ମାନର ଖାଦ୍ୟ ସାମଗ୍ରୀ ଓ ପିଲାମାନେ ଗ୍ୟାସ ସିଲିଣ୍ଡର ବୋହିବାର ନେଇ ଅଭିଯୋଗ
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିଚାଳନା କରୁଥିବା ଶିକ୍ଷୟତ୍ରୀଙ୍କ ଉପରେ ଅଭିଯୋଗ ଆସିଛି । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବା ସହ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆଣିଲେ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକ। ଅଭିଯୋଗ ମୁତାବକ ବିଦ୍ୟାଳୟର ଦାୟିତ୍ୱରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ନକରି ବିଦ୍ୟାଳୟ ନିମନ୍ତେ ବିଭିନ୍ନ ସାମଗ୍ରୀ କିଣିବା ସହ ବଜାର ଦର ଠାରୁ ଅଧିକ ଦରର ବିଲ୍ ପ୍ରସ୍ତୁତ କରି ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସରକାର ଦେଇଥିବା ଟଙ୍କା ଆତ୍ମସାତ କରୁଛନ୍ତି ।
Jun 12,2022, 20:13 PM IST
ଚାଷରେ କନ୍ଧମାଳ ପାଲଟିବ ଆଫଗାନିସ୍ଥାନ, ସାରା ଭାରତରେ ଏକ ନମ୍ବର ଚାହିଦା
ସବୁଜ ଜହରରେ ଉବୁଟୁବୁ କନ୍ଧମାଳ, ଦିନକୁ ଦିନ ବଢ଼ିବାରେ ଲାଗିଛି ଗଞ୍ଜେଇ ଚାଷ । ଏହାର ଦମନ ପାଇଁ ପ୍ରଶାସନ, ପୋଲିସ ଅବକାରୀ ବିଭାଗର ବହୁ ଚେଷ୍ଟା ପରେ ବଢି ଚାଲିଛି ବେଆଇନ ଗଞ୍ଜେଇ ଚାଷ । ବଣ ପାହାଡ ଅପହଞ୍ଚ ଇଲାକାର ଫାଇଦା ନେଇ ଗଞ୍ଜେଇ ଚାଷର ଏକ ନଂବର ହବ୍ ପାଲଟିଛି କନ୍ଧମାଳ ଜିଲ୍ଲା । କମ ପରିଶ୍ରମରେ ଅଧିକା ରୋଜଗାର ଲୋଭରେ ଏବେ ସ୍ଥାନୀୟ ଲୋକ ପରିବା ଓ ଧାନ ଚାଷକୁ ଛାଡି ଗଞ୍ଜେଇ ଚାଷକୁ ଆପଣେଇଲେଣି। ଏହା ବାଦ ଅନ୍ତଃରାଜ୍ୟ ଗଂଜେଇ ମାଫିଆ, ସ୍ଥାନୀୟ ମାଫିଆ ସହ ମିଶି ଏହି ଚାଷକୁ ପ୍ରୋତ୍ସାହନ ଯୋଗାଉଛନ୍ତି । ତା ସହ ଅସାଧୁ ସରକାରୀ କର୍ମଚାରୀ, ଗୁଣ୍ଡା ଓ ମାଓ ସମର୍ଥକ ଏହାକୁ ସମର୍ଥନ ଦେଉଛନ୍ତି ।
May 8,2022, 21:59 PM IST
ସରକାରୀ ସ୍କୁଲ ଉପରେ ବୁଲଡୋଜର ଚଢିବା ଘଟଣା: ପ୍ରଶାସନର ଅନ୍ଧାରୀ ଶାସନକୁ ବିରୋଧ, NH -59 ବନ୍ଦ
ବାଲିଗୁଡା SDPOଙ୍କ ସୂଚନା ଅନୁସାରେ ଲିଙ୍ଗରାଜ ଦାସ ଓ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଜମି ବିବାଦରେ ବାଲିଗୁଡା ସିଭିଲ୍ କୋର୍ଟରେ ଏକ ମାମଲା ଶୁଣାଣି ହୋଇଥିଲା। କୋର୍ଟରୁ ଜମି ଉଚ୍ଛେଦ ପାଇଁ ଚିଠି ହୋଇଥିଲା, ଯାହାର ଆଧାରରେ ପୋଲିସ ଉପସ୍ଥିତରେ ପାଚେରୀକୁ ଲିଙ୍ଗରାଜ ଦାସ ଡ୍ରୋଜର ଲଗାଇ ଭାଙ୍ଗି ଥିଲେ।
Apr 29,2022, 9:54 AM IST
Baliguda
ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ବିପଦରେ ଶତାଧିକ ଛାତ୍ରୀ, ବୁଲଡୋଜର ଧ୍ୱଂସ କରିଦେଲା ସ୍କୁଲ ପାଚେରୀ
ବୁଧବାର ସକାଳୁ ସକାଳୁ ବାଲିଗୁଡା ସହରରେ ସରକାରୀ ଶିକ୍ଷା ଅନୁଷ୍ଠାନର ନୁଆସାହି ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟାଳୟର ପାଚେରୀକୁ ଲିଙ୍ଗରାଜ ଦାସ ନାମକ ବ୍ୟକ୍ତି ଜେସିବି ଲଗାଇ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛନ୍ତି। ସ୍କୁଲରେ ୧୦୦ ଶଯ୍ୟା ବିଶିଷ୍ଟ କସ୍ତୁରବା ଗାନ୍ଧୀ ଛାତ୍ରାବାସ ରହିଛି।
Apr 27,2022, 19:25 PM IST
leopard skin
କନ୍ଧମାଳରେ ଚାଲିଛି ବାଘ ଚମଡା ରାକେଟ
ବିଦ୍ୟାଧର ବାଘ ଚମଡ଼ା ବ୍ୟବସାୟ କରୁଥିବା ଖବର ପାଇ ବନବିଭାଗ ତାଙ୍କ ଗତିବିଧି ଉପରେ କିଛି ଦିନ ହେଲା ନଜର ରଖୁଥିଲା।
Oct 8,2021, 14:21 PM IST
inhuman
ମରିଗଲା ମାନବିକତା! ରାସ୍ତାକଡରେ ମରିଥିବା ଗାଈର ଫଡିଆ ଗାଏବ, ଥାନାରେ ଏତଲା
ବାଲିଗୁଡା ଥାନା ଅଞ୍ଚଳରେ ଏକ ନୃଶଂସ ଘଟଣା ଦେଖିବାକୁ ମିଳିଛି। ରବିବାର ଏକ ଗାଈ କୈଣସି କାରଣରୁ ରାସ୍ତା ପାଶ୍ୱରେ ମରି ଯାଇଥିଲା। ତାହାକୁ ଗାଈର ମାଲିକ କିମ୍ବା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇନଥିଲା।
Oct 4,2021, 14:07 PM IST
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.