Sex Racket Busted: ମାଲକାନଗିରି ମହକୁମାର କୁମୁଟିଗୁଡାରୁ ସେକ୍ସ ରାକେଟ ଠାବ ହୋଇଛି।  ଦୁଇ ଜଣ ଗ୍ରାହକଙ୍କୁ ପୋଲିସ ଗିରଫ କରିଥିବା ବେଳେ ତିନିଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି । ଏହାସହ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏହାସହ ଘଟଣାସ୍ଥଳରୁ ୩ଟି ମୋବାଇଲ, ୧୦,୫୦୦ ନଗଦ ଟଙ୍କା ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ତେବେ ଧରାପଡିଥିବା ଦୁଇ ଜଣ ଯୁବକ ଛତିଶଗଡ ସୁକମା ଅଞ୍ଚଳର ହୋଇଥିବା ବେଳେ ଦେହଜୀବୀମାନେ ଝାରସୁଗୁଡା ଓ ମାଲକାନଗିରିର ହୋଇଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ମାଲକାନଗିରିରେ ସଦର ମହକୁମାର କୁମୁଟିଗୁଡା ଠାରେ ଗୋଟିଏ ଘରେ ଦିର୍ଘ ଦିନ ଧରି ସେକ୍ସ ରାକେଟ ଚାଲିଥିଲା । ଏନେଇ ସ୍ଥାନୀୟ ଲୋକେ ମଧ୍ୟ ବିରୋଧ କରୁଥିଲେ । ସବୁଦିନ ପରି ବୁଧବାର ଦିନ ମଧ୍ୟ ସେଠାରେ  ସେକ୍ସ ରାକେଟ ଚାଲିଥିଲା। ହେଲେ ସ୍ଥାନୀୟ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ଚଢାଉ ସମୟରେ କିଛି ଗ୍ରାହକ ଦୈଡି ପଳାଇ ଯାଇଥିବା ବେଳେ ଦୁଇ ଜଣଙ୍କୁ ପୋଲିସ କାବୁ କରିବାର ସକ୍ଷମ ହୋଇଥିଲା। ପରେ ସେଠାରୁ ତିନି ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ପୋଲିସ । 


 
ନିକଟରେ ବଲାଙ୍ଗୀରୁ ମଧ୍ୟ ଏକ ସେକ୍ସ ରେକେଟ ଠାବ କରିଥିଲା ପୋଲିସ। ଦୀର୍ଘ ଦିନ ଧରି ସେକ୍ସ ରେକେଟ ଚଳାଉଥିବା ରାଣୀ ମହୁମାଛି ସହ ତିନି ଜଣ ଗ୍ରାହକ ବଲାଙ୍ଗୀର ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଥିଲେ।  ସୂଚନା ଅନୁଯାୟୀ,ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ଜଣ ରୁପଜୀବୀଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଥଇଥାନ୍‌ କରିଥିଲା।


ଗିରଫ ରାଣୀ ମହୁମାଛି ସାଲେପାଲି ପଡାର ହୋଇଥିବା ବେଳେ ଗ୍ରାହକମାନେ ହେଉଛନ୍ତି, ସୋନପୁର ଜିଲ୍ଲା ତରଭା ଥାନା ଜୁଆରବନ୍ଧ ଗାଁର ରାଜେଶ ବନଛୋର, ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଖୁର୍ଳିମୁଣ୍ଡା ଗାଁର ମନବୋଧ ବାରିକ ଓ ପୁଇଁନ୍ତଲା ଥାନା ଜଲଜଡ ଗାଁର ଯୁଧିଷ୍ଠିର ଜାଲ। ଉଦ୍ଧାର ହୋଇଥିବା ୧୦ ଦେହଜୀବୀ କୋଲ୍‌କାତା, ରାୟପୁର, ଭୁବନେଶ୍ୱର, କେନ୍ଦୁଝର ଓ ବଲାଙ୍ଗିର ସହରର ହୋଇଥିବା ପୁଲିସ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କଠାରୁ ପୁଲିସ୍‌ ୨୧ ହଜାର ୫ ଶହ ଟଙ୍କା, ୪ ଗୋଟି ମୋବାଇଲ, ସିଗାରେଟ ଓ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି।  ଏହି ସେକ୍ସ ରେକେଟ୍ ଦୀର୍ଘ ଦିନ ଧରି ବଲାଙ୍ଗୀର ର ଏକ ଭଡ଼ା ଘରେ ଚାଲୁଥିବା ଜଣାପଡ଼ିଛି।


 ଏହାବି ପଢନ୍ତୁ : Ram Gopal Varma Kissing Video: ଲାଇଭ୍ ଶୋ'ରେ ଅଭିନେତ୍ରୀଙ୍କ ପାଦ ଚୁମିଲେ ରାମ ଗୋପାଲ ବର୍ମା, ଭିଡିଓ ଭାଇରାଲ୍


ଏହାବି ପଢନ୍ତୁ : KIIT Nanhipari Little Miss India: ଆସନ୍ତାକାଲି ଠୁ ଭୁବନେଶ୍ବରରେ ନହ୍ନିପରୀ ଅଡିସନ୍, ଜାଣନ୍ତୁ ବିଜେତାଙ୍କୁ ମିଳିବ କେତେ ଲକ୍ଷ ?


ଏହାବି ପଢନ୍ତୁ : Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ