କନ୍ଧମାଳ: ନିସିଦ୍ଧାଞ୍ଚଳରେ କୋଭିଡ ନିୟମ ଉଲ୍ଲଂଘନ (COVID-19 Rules Violation) କରି ନିଜ ଜନ୍ମଦିନ ପାଳନ କଲେ ଆଗଧାଡ଼ିର କୋରୋନା ଯୋଦ୍ଧା ସାଜିଥିବା ଜଣେ ଡାକ୍ତର (Doctor) । ମେଡ଼ିକାଲ କୋଲୋନୀରେ କୋରୋନା ସଂକ୍ରମିତ (Coronavirus Positive) ଚିହ୍ନଟ ହେବା ପରେ ନିସିଦ୍ଧାଞ୍ଚଳ ଘୋଷଣା ହୋଇଥିଲା । ହେଲେ ଭୋଜିରେ ଯୋଗଦେଇଥିବା ଡାକ୍ତର ଓ କର୍ମଚାରୀମାନଙ୍କର କୋରୋନା ଟେଷ୍ଟ କରାଯାଇନଥିବାରୁ ଭୟଭୀତ ହୋଇଛନ୍ତି ରୋଗୀ ଓ ଜନସାଧାରଣ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ (Kandhamal) ଜିଲ୍ଲାର ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ଆକାଉଣ୍ଟରେ ୧ ଜୁଲାଇରୁ ଆସିବ ବର୍ଦ୍ଧିତ ଦରମା, ଜାଣନ୍ତୁ କେତେ ମିଳିବ ଲାଭ


ଦାରିଙ୍ଗବାଡିର ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଯାକେଶ ସାମନ୍ତରାୟ ଗତ ୨୩ ତାରିଖ ରବିବାର ଦିନ ରାତିରେ ନିଜର ଜନ୍ମଦିନ ପାଳନ କରି ମେଡ଼ିକାଲ କଲୋନୀ ପରିସରରେ ଭୋଜିର ଆୟୋଜନ କରିଥିଲେ । ଆଉ ପାଖାପାଖି ୫୦ରୁ ୬୦ ଜଣଙ୍କ ପାଇଁ ଏହି ଭୋଜିର ଆୟୋଜନ ହୋଇଥିଲା । ହେଲେ ଭୋଜି ଆୟୋଜନ ହୋଇଥିବା କୋଲୋନୀରେ ଦୁଇଜଣ କର୍ମଚାରୀ କୋରୋନା ପଜେଟିଭ ହୋଇଥିବା ହେତୁ କିଛି କର୍ମଚାରୀ କୋରୋନା ସଂକ୍ରମଣ ଆଶଙ୍କାରେ ଭୋଜି ନକରିବାକୁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । 



ଅଧିକ ପଢ଼ନ୍ତୁ:-ଆଉ ଏକ ରିଲିଫ ପ୍ୟାକେଜ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର! କୋରୋନା ପ୍ରଭାବିତ କ୍ଷେତ୍ରଗୁଡିକୁ ମିଳିବ ଆର୍ଥିକ ସହାୟତା?


ହେଲେ ଜନସ୍ୱାସ୍ଥ୍ୟ ଅଧିକାରୀ କାହାରି କଥାକୁ ନ ଶୁଣି ସ୍ଥାନୀୟ ଅଞ୍ଚଳର ୨ରୁ ୩ ଜଣ ବ୍ୟକ୍ତିଙ୍କୁ ଡକାଇ ସ୍ୱାସ୍ଥ୍ୟକେନ୍ଦ୍ରର କଲୋନୀ ପରିସରରେ ଭୋଜିର ଆୟୋଜନ କରାଇଥିଲେ । ରାତି ୯ଟା ସମୟରେ ଅତିଥି ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନେ ଜମା ହୋଇ ଜନ୍ମଦିନ ପାଳନ କରିଥିଲେ । ହେଲେ ସ୍ଥାନୀୟ କିଛି ଗଣମାଧ୍ୟମ ପ୍ରତିନିଧିମାନେ ଖବର ପାଇ ପହଞ୍ଚି ଯିବାରୁ ସମସ୍ତେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ଭୋଜି ଆୟୋଜନ କରାଯାଇଥିବା ସ୍ଥଳେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ ସେହି ଅଞ୍ଚଳକୁ ନିସିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା । କିନ୍ତୁ କେହି ଏହି ନିୟମକୁ ମାନିନଥିଲେ । ଆଉ ନିସିଦ୍ଧାଞ୍ଚଳରେ ଭୋଜି ରୋଷେଇ କରି ସଭିଏଁ ସେଠାରେ ଯୋଗଦେଇଥିଲେ । ଆଉ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସହ ମିଶି ଜନ୍ମଦିନ ପାଳନ ସହ ଭୋଜି ଭାତ କରି ଖାଇଥିଲେ । 


ଯାହାଫଳରେ ଭୋଜିରେ ଯୋଗ ଦେଇଥିବା କର୍ମଚାରୀ ମାନେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏଥିପାଇଁ ରୋଗୀ ଓ ଜନସାଧାରଣମାନେ ଭୟଭୀତ ହୋଇଥିବା ବେଳେ ଭୋଜିରେ ଯୋଗଦେଇଥିବା ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କର କୋରୋନା ଟେଷ୍ଟ କରାଯିବାକୁ ଦାବି କରାଯାଉଛି । ଏହା ସହ ଜନ୍ମଦିନ ପାଳନ କରି କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି କରାଯାଇଛି । 


ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରରେ ଏପର୍ଯ୍ୟନ୍ତ ୫୧୩ ଡାକ୍ତରଙ୍କ ମୃତ୍ୟୁ, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ


ତେବେ ଏନେଇ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଉତ୍ତର ରଖିଛନ୍ତି ଯେ ଜନ୍ମଦିନ ପାଳନରେ ଯେଉଁ ଭୋଜିର ଆୟୋଜନ ହୋଇଥିଲା । ସେଥିରେ କୌଣସି କୋଭିଡ ନିୟମ ଉଲ୍ଲଘଂନ ହୋଇନାହିଁ । ରୋଷେଇ କରି ସମସ୍ତଙ୍କୁ ପାର୍ସଲ ଯୋଗେ ଖାଦ୍ୟ ଦିଆଯାଇଛି ବୋଲି ସେ ସଫେଇ ଦେଇଛନ୍ତି । ତେବେ ବାସ୍ତବରେ ଯଦି ସଂକ୍ରମିତଙ୍କ ସଂସ୍ପର୍ଶରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଓ କର୍ମଚାରୀମାନେ ଆସିଛନ୍ତି । ତାହାଲେ ବେଳ ଥାଉଣୁ ଏଦିଗରେ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କର କୋରୋନା ଟେଷ୍ଟ କରାଯାଇ ଆବଶକ୍ୟ ପଦକ୍ଷେପ ଗ୍ରହଣ କରାଯାଉ । ନଚେତ ରୋଗୀଙ୍କ ଠାରୁ ଆରମ୍ଭ କରି ସମଗ୍ର ଜିଲ୍ଲା ପାଇଁ ଆଗାମୀ ଦିନରେ ଚିନ୍ତାର କାରଣ ସାଜିବେ ଦାରିଙ୍ଗବାଡି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ବୋଲି ଜନସାଧରଣରେ ମତ ପ୍ରକାଶ ପାଇଛି ।