ଶିବାଜୀ ପଟ୍ଟନାୟକ ସି.ପି.ଆଇ.ଏମ୍ ରେ ଦିର୍ଘବର୍ଷ ଧରି ରାଜ୍ୟ ସମ୍ପାଦକ, କେନ୍ଦ୍ର କମିଟି ସଦସ୍ୟ ତଥା ଭୁବନେଶ୍ୱରରୁ ୩ଥର ସାଂସଦ ହୋଇଥିଲେ। ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରି ଜିବନର ଶେଷ ପର୍ଯ୍ୟନ୍ତ ସାମ୍ୟବାଦୀ ଆଦର୍ଶ ରେ ଅଟଳ ରହିଥିଲେ। ତାଙ୍କ ମୃତ୍ୟୁରେ ଏକ ଯୁଗର ଅବସାନ ଘଟିଲା। ଦେଶର ସଂକଟ କାଳରେ ବାମପନ୍ଥୀ ରୂପରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିଥିବା କଥା ବକ୍ତା ମାନେ ମତପ୍ରକାଶ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଶିବାଜୀ ପଟ୍ଟନାୟକ ଓଡ଼ିଶାର ପ୍ରତିଷ୍ଠିତ ତଥା ଜଣାଶୁଣା ନେତା , ଓଡ଼ିଶାରେ ସିପିଆଇ ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିଲା। ଅଗଷ୍ଟ ୧୦ ତାରିଖ ମସିହା ୧୯୩୦ ମସିହା ରେ ଜନ୍ମ ଗ୍ରହଣ କରି , ମାତ୍ର 17 ବର୍ଷ ବୟସରେ ସେ ରେଭେନ୍ସା କଲେଜରେ ଛାତ୍ର ନେତା ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ଶିବାଜୀ ପଟ୍ଟନାୟକ ପ୍ରଥମେ 1977 ମସିହାରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚନରେ ଜିତି ଲୋକକୁସଭାକୁ ନିର୍ବାଚିତ ହୋଇଥିଲେ, ଏହା ପରେ ପରବର୍ତୀ ସମୟରେ ଦୁଇ ଥର ଲୋକସଭାକୁ ଯିବାର ସୌଭାଗ୍ୟ ଅର୍ଜନ କରିଥିଲେ ।


ତେବେ ତାଙ୍କର ଶ୍ରଦ୍ଧାଞ୍ଜଳି ସଭା ଅବସରରେ  ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ପୂର୍ବତନ ଅଧ୍ୟକ୍ଷ ଶ୍ରିକାନ୍ତ ଚରଣ ପାତ୍ର, ପୂର୍ବତନ ବିଧାୟକ ଦେବିପ୍ରସନ୍ନ ଚାନ୍ଦ୍, କଂଗ୍ରେସ ନେତା ସୁଦର୍ଶନ ଦାସ, ସି.ପି.(ଆଇ).ଏମ୍ ନେତା ଶିଶିର ହୁଈ, ଶିତାଂଶୁ ସେନାପତି,ଦିପ୍ତିମାନ ଆଚାର୍ଯ୍ୟ,ବିଜୁ ଯୁବ ବାହିନୀ ସଭାପତି କାଳିଚରଣ ଦାସ, ବରିଷ୍ଠ ଓକିଲ ଚିମ୍ନୟ ଦାସ, ଜିତାଂଶୁ ନନ୍ଦୀ, ରମାକାନ୍ତ ଭଞ୍ଜ, ଓଷ୍ଟାର ନେତା ମନୋରଞ୍ଜନ ଦାସ, ଅକ୍ଷୟ ମିଶ୍ର, ରାଜାରାମ କର ଶର୍ମା, ଶଶାଙ୍କ ମହାନ୍ତି, ବଂଶିଧର ବାରିକ, ଅଜିତ ମାହାନ୍ତି,ରିଆଜ୍ ଖାଁ, ଗିରିଜା ଶଙ୍କର ଦାସ,ଇଶାନୀ ଷଡ଼ଙ୍ଗୀ,ରତନ୍ ଦାସ, ଦିଲ୍ଲୀପ ପରିଡ଼ା,ସେକ୍ ଅବଦୁଲ ସାଦିକ୍, ଗଣେଶ ପାତ୍ର,ଅବସର ପ୍ରାପ୍ତ କର୍ମଚାରୀ ନେତା ଶରତ ପରିଡ଼ା, ଅବଦୁଲ ଖାଁ,ଏଲ୍. ଆଇ.ସି ନେତା ଭାସ୍କର ମିଶ୍ର,ରବିନ୍ଦ୍ର ବାରିକ, ସୁବ୍ରତ ବେରା, ପୂର୍ଣ୍ଣ ସିଂ, ସନ୍ତୋଷ ଦାସ,ସଞ୍ଜିବ ପାତ୍ର, ଲକ୍ଷ୍ମୀଧର ପଲାଇ, ଆରତୀ ପଲାଇ,ଜିବନ ପରିଡ଼ା, ଚନ୍ଦନ ଶତପତି, ଅବଦୁଲ ରହିମ୍, ଉମାଶଙ୍କର ମହାପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଶେଷରେ ପଲ୍ଟୁ  ଦାସ ଧନ୍ୟବାଦ ଅର୍ପଣ କରିଥିଲେ।