Odisha News: ଓଡିଶାର ଏକ ଛୋଟ ଗାଁରେ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବାର ଥିଲା । ଏହି ପୋଲ ନିର୍ମାଣ ହେବାରୁ ଗ୍ରାମବାସୀଙ୍କ ପାଇଁ ଡାକ୍ତରଖାନାରେ ପହଞ୍ଚିବା ସହଜ ହୋଇଥାନ୍ତା । ନଦୀ ପାର ହେଉଥିବା ବେଳେ ଅନେକ ଲୋକ ଆହତ ହେଉଥିଲେ । କେବଳ ଲୋକ ନୁହଁନ୍ତି, ଏପରିକି ବାଇକ୍ ପ୍ରବଳ ଜଳ ପ୍ରବାହରେ ଭାସି ଯାଇଥିଲା । ନେତା ମାନେ ପୋଲ ନିର୍ମାଣ ପାଇଁ ଅନେକ ପ୍ରତିଶୃତି ଦେଇଥିଲେ କିନ୍ତୁ କିଛି ହେଲା ନାହିଁ । ଶେଷରେ ବର୍ତ୍ତମାନ ଗାଁର ଜଣେ ଟ୍ରକ ଡ୍ରାଇଭର ଘରର ସୁନା ବନ୍ଧକ ରଖି ଗ୍ରାମବାସୀଙ୍କ ପାଇଁ ପୋଲ ନିର୍ମାଣ କରିଛନ୍ତି । ଏପରି ଘଟଣା ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଡଙ୍ଗାସିଲ ପଂଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମରୁ ସାମ୍ନାକୁ ଆସିଛି । ଏହି ଛୋଟ ଗାଁରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୬ ବର୍ଷ ବୟସ୍କ ଟ୍ରକ ଡ୍ରାଇଭର ରଣଜିତ ନାଏକ । ଗ୍ରାମବାସୀଙ୍କୁ ଚିକିତ୍ସା ପାଇଁ ପଡୋଶୀ ଜିଲ୍ଲାର ଡାକ୍ତରଖାନା ଯିବାକୁ ପଡ଼ିଥାଏ ଓ ମଝିରେ ବିଛଳ ନଦୀ ପଡ଼େ । 


COMMERCIAL BREAK
SCROLL TO CONTINUE READING

ରଞ୍ଜିତ ନାଏକ ହିନ୍ଦୁସ୍ତାନ ଟାଇମ୍ସକୁ କହିଛନ୍ତି ଯେ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଦୀ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଲୋକ ଆହତ ହେଉଥିଲେ । ନଦୀଟି ବହୁତ ଗଭୀର ନଥିଲା କିନ୍ତୁ ଏଥିରେ ଜଳ ପ୍ରବାହ ଦ୍ରୁତ ଗତିରେ ଥିଲା । ଅନେକ ଥର ଲୋକମାନେ ଭାସି ଯାଉଥିଲେ । ସେ ନଦୀ କୂଳକୁ ଫେରିବାକୁ ଚେଷ୍ଟା କରୁଥିବାବେଳେ ସେମାନେ ଆହତ ହେଉଥିଲେ । ବେଳେବେଳେ ନଦୀ ପାର ହେବା ସମୟରେ ମୋଟରସାଇକେଲ ମଧ୍ୟ ଭାସି ଯାଉଥିଲା ।


ଗତ ଦୁଇଟି ନିର୍ବାଚନରେ ​​ସ୍ଥାନୀୟ ନେତାମାନେ ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅନେକ ପ୍ରତିଶୃତି ଦେଇଥିଲେ । ଖୁବ୍ ଶୀଘ୍ର ନଦୀ ଉପରେ ଏକ ପୋଲ ନିର୍ମାଣ ହେବ ବୋଲି ଗ୍ରାମବାସୀ ଆଶା କରିଥିଲେ । ରଞ୍ଜିତ ନାଏକ କହିଛନ୍ତି ଯେ, ସେମାନେ ଅପେକ୍ଷା କରି ଥକି ଯାଇଥିଲେ । ଚଳିତ ବର୍ଷ ଜୁନରେ ରଞ୍ଜିତ ନାଏକ ନିଜେ ଏହି ସମସ୍ୟାର ସମାଧାନ କରିବାକୁ ଚିନ୍ତା କରିଥିଲେ ।


ଏହା ବି ପଢ଼ନ୍ତୁ:-ପୁରୁଷମାନେ ରାତିରେ ଶୋଇବା ପୂର୍ବରୁ କରନ୍ତୁ କେବଳ ଏହି କାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!


ଏହା ବି ପଢ଼ନ୍ତୁ:-ଫିଫା ବିଶ୍ୱକପର ବିଜେତା ଓ ରନର୍ ଅପ୍ ଦଳକୁ କେତେ ମିଳିଥାଏ ପୁରୁସ୍କାର ରାଶି, ଜାଣି ଉଡ଼ିଯିବ ଆପଣ ହୋସ୍! ଆଖପାଖରେ ନାହିଁ IPL


ଏହା ବି ପଢ଼ନ୍ତୁ:-ବାଂଲାଦେଶ ସିରିଜ ମଝିରେ ଅବସର ନେବେ ଟିମ୍ ଇଣ୍ଡିଆର ଏହି ଖେଳାଳି! ଏଣିକି ଦଳରେ ଆଉ ସୁଯୋଗ ମିଳିବା ଅସମ୍ଭବ


ମଜବୁତ ପୋଲ ନିର୍ମାଣ କରିବା କଷ୍ଟକର ଥିଲା । ତେଣୁ ରଞ୍ଜିତ ନାଏକ କାଠ ପୋଲ ଓ ବାଉଁଶ ସହିତ ଏକ ସେତୁ ନିର୍ମାଣ କରିବାକୁ ସ୍ଥିର କଲେ । ଏହି କାର୍ଯ୍ୟରେ ସେ ତାଙ୍କ ବାପାଙ୍କ ସାହାଯ୍ୟ ମଧ୍ୟ ନେଇଥିଲେ । ସାମଗ୍ରୀ ସଂଗ୍ରହ କରାଯାଇ କାର୍ଯ୍ୟ ଆରମ୍ଭ ହେଲା । ପୋଲ କାମ ଶେଷ ହୋଇନଥିଲା ଯେ ବାଉଁଶ ଓ କାଠ ସରିଯାଇଥିଲା । ଏହା ପରେ ମଧ୍ୟ ରଞ୍ଜିତ ନାଏକ ଅଟକି ନଥିଲେ । ସେ ତାଙ୍କ ପତ୍ନୀଙ୍କ ଗହଣା ବନ୍ଧକ ରଖିଥିଲେ । ଏହାର ପ୍ରତିବଦଳରେ ୭୦,୦୦୦ ଟଙ୍କା ସହିତ ପୋଲ କାମ ଶେଷ ହୋଇଥିଲା । ରଞ୍ଜିତ ନାଏକ ନିଜ ଡ୍ରାଇଭିଂ କାମରୁ ଛୁଟି ନେଇ ଏହା ଶେଷ କରିଥିଲେ । ଶେଷରେ ନଭେମ୍ବରରେ ପୋଲ ତିଆରି ହୋଇଯାଇଥିଲା ।


ରଞ୍ଜିତ ନାଏକ କହିଛନ୍ତି ଯେ, ପୋଲଟି ଭଲ ଭାବେ ତିଆରି ହୋଇଛି । ଏପରିକି ଦୁଇ ଚକିଆ ଯାନ ଏହା ଉପରେ ଯାଇପାରେ, ଯଦିଓ ଏହା ଟିକେ ହଲେ  । ରିପୋର୍ଟ ଅନୁଯାୟୀ, ରାୟଗଡା ଜିଲ୍ଲାପାଳ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି ।