କଳାହାଣ୍ଡି: ସତରେ କଣ ଶିକ୍ଷିତ ବ୍ୟକ୍ତି ସଚେତନ? ଏହି ପ୍ରଶ୍ନର ଉତ୍ତର କଳାହାଣ୍ଡି ଜିଲ୍ଲା ହସ୍ପିଟାଲରେ ମିଳିବ। ସ୍ୱଚ୍ଛ ପରିମଳ ଆମ ଚିକିତ୍ସାଳାୟକୁ ନେଇ କାନ୍ଥରେ ଲାଗିଛି ବଡ଼ ବଡ଼ ହୋଡିଂ ଲାଗିଛି ହେଲେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ହସ୍ପିଟାଲର ଯେଉଁଠି ଆଖି ବୁଲାଇଲେ ସେଇଠି ଖାଲି କୁଢ କୁଢ ଆବର୍ଜନା ଓ ମଇଳା ବର୍ଜ୍ୟବସ୍ତୁ ପାହାଡ ପରି ଗଦା ହୋଇଛି। ଦୀର୍ଘ ଦିନ ହେବ ଆବର୍ଜନା ପଡି ରହିଥିବାରୁ ତାହା ପଚିସଢି ଦୁର୍ଗନ୍ଧରେ ଅଞ୍ଚଳକୁ ଫଟେଇ ଦେଉଛି।


COMMERCIAL BREAK
SCROLL TO CONTINUE READING

କଳାହାଣ୍ଡି ଜିଲ୍ଲା ହସ୍ପିଟାଲକୁ ଜିଲ୍ଲା ସମେତ ଛତିଶଗଡ଼ ରାଜ୍ୟ ଅନେକ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି। କିନ୍ତୁ ମେଡ଼ିକାଲ ରୋଗୀ ସୁସ୍ଥ ହେବାକୁ ନାହିଁ ବରଂ ରୋଗ ଧରି ଘରକୁ ଯିବା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ହସ୍ପିଟାଲ ପରିସରରେ କୁଢ କୁଢ ଅଳିଆ ଆବର୍ଜନା ଜମା ହୋଇ ରହିଥିବା କାରଣରୁ ସେଠାରେ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଫଳରେ ରୋଗୀ ଓ ରୋଗୀଙ୍କୁ ନେଇ ଆସିଥିବା ଲୋକେ ମଧ୍ୟ ଅଣନିଶ୍ୱାସୀ ହୋଉ ପଡୁଛନ୍ତି। 


Also Read: ସାବଧାନ!! ବାୟୁରେ ବ୍ୟାପୁଛି Monkeypox, ୨୯ ଦେଶରେ ଚିହ୍ନଟ ହେଲାଣି ଏତିକି ମାମଲା


ହସ୍ପିଟାଲ ପଛପଡେ ଯକ୍ଷ୍ମା ୱାର୍ଡ ଓ ଏହା ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟାଳୟ ରହିଛି। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ କରିଥିବା ଡମ୍ପିଂୟାର୍ଡ ଯୋଗୁଁ ଯକ୍ଷ୍ମା ରୋଗର ଚିକିତ୍ସା ପାଇଁ ଆସୁଥିବା ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି। ଶବ ବ୍ୟବଚ୍ଛେଦ ଗୃହକୁ ଯିବାକୁ ହେଲେ ଏହି ଅଳିଆ ଆବର୍ଜନା ଉପରେ ଚଢି ଯିବାକୁ ପଡୁଛି। ଅଳିଆ ଆବର୍ଜନାରେ ଶବ ବ୍ୟବଚ୍ଛେଦ ଗୃହକୁ ଯିବା ବାଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।



ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟାଳୟର ପାଚେରୀକୁ ଲଗାଇ ଆବର୍ଜନାର ଏଭରେଷ୍ଟ ପାହାଡ ତିଆରି କରାଯାଉଛି। ଦୀର୍ଘ ଦିନ ଧରି ମେଡ଼ିକାଲରେ ବ୍ୟବହୃତ ସାମଗ୍ରୀ ଓ ଅଳିଆ ଆବର୍ଜନା ଗୋଟିଏ ଜାଗାରେ ପଡି ରହିଥିବାରୁ ତାହା ପଚିସଢି ଏବେ ଦୁର୍ଗନ୍ଧ ହେବାରେ ଲାଗିଛି। ଫଳେ ହୁ କର୍ମଚାରୀ ଓ ସେଠାକୁ ସହାୟତା ପାଇଁ ଆସୁଥିବା ଲୋକେ କାର୍ଯ୍ୟାଳୟରେ ଦୁଇ ମିନିଟ ରହିବାକୁ ସାହସ ଜୁଟାଇ ପାରୁନାହାନ୍ତି। 


Also Read: ବଦଳିଲା McDonaldର ଲୋଗ; ଜାଣନ୍ତୁ, କାହିଁକି ଏମିତି ନିଷ୍ପତ୍ତି ନେଲା ୬୭ ବର୍ଷର ପୁରୁଣା କମ୍ପାନୀ?


କେବଳ ମଣିଷ ନୁହଁ ଏହି ଅଳିଆ ଆବର୍ଜନା ପାଇଁ ନୀରିହ ବୁଲା ଜନ୍ତୁମାନେ ମରଣ ମୁହଁକୁ ଠେଲେ ହେଉଛନ୍ତି। ଖାଦ୍ୟ ଅନ୍ୱେଷଣରେ ସେମାନେ ଅଳିଆ ଗଦାରୁ ପଲିଥିନ, ବ୍ଲେଡ, କାଚ ଓ ଛୁଞ୍ଚି ଭଳି ତୀକ୍ଷ୍ନ ସାମଗ୍ରୀ ଖାଉଛନ୍ତି। ରୋଗୀଙ୍କୁ ନେବାପାଇଁ ହସ୍ପିଟାଲରେ ଷ୍ଟ୍ରେଚର ମିଳୁନାହିଁ, କିନ୍ତୁ ଅଳିଆ ଗଦାରେ ଷ୍ଟ୍ରେଚର ପଡିଥିବା ଦେଖିବାକୁ ମିଳିଛି।


ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ସମାନ କଥାକୁ କ୍ୟାମେରା ସାମ୍ନାରେ କହିବା ପାଇଁ ମନା କରିଥିଲେ। ତେବେ ଦେଖିବାକୁ ବାକି ରହିଲା ଯେ, କେବେ ସ୍ୱସ୍ଥ ହେବ କଳାହାଣ୍ଡି ଜିଲ୍ଲା ହସ୍ପିଟାଲ ପରିସର ନା ରୋଗୀ ସୁସ୍ଥ ହେବାକୁ ଆସି ଆଗକୁ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗରେ ଜୀବନ ହାରିବେ?