ଭୁବନେଶ୍ୱର: ଢେଙ୍କନାଳ (Dhenkanal) ରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର (BJP leader Jayanti Patra) ଓ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ରଙ୍କୁ ଦୁବୃତ୍ତମାନେ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିବା ତଥା ତାଙ୍କ ବାସଭବନକୁ ବୋମା ମାଡ଼ ଘଟଣାରେ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) ।   


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଡିଜିଙ୍କ ସହ କଥା ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ( Dharmendra Pradhan) ।  


ସେ ( Dharmendra Pradhan)  ଟ୍ୱିଟ୍ କରି କହିଛନ୍ତି ଯେ, ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ ଅଞ୍ଚଳ । ଦୁର୍ବୃତ୍ତ ମାନେ ନିର୍ଭୟରେ ଏଭଳି ଘଟଣା ଘଟାଇବା ଅତ୍ୟନ୍ତ ଚିନ୍ତାଜନକ । ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତା (BJP Leader) ଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ । ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର କାରଣ । ନିକଟ ଅତୀତରେ ପ୍ରାକ୍ ଓ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କଲା ଭଳି ମନେହେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ବିଜେପି ଟିକେଟରେ ଢେଙ୍କାନାଳ ପୌରପାଳିକା ନିର୍ବାଚନରେ ​​ବିଜୟୀ ହୋଇଥିବା ଜୟନ୍ତୀ ପାତ୍ରଙ୍କ ଘର ଫାଟକରେ ବୋମା ଫିଙ୍ଗ ଯାଇଥିଲା । ଏନେଇ ବିଜେପି ନେତା ଜୟନ୍ତୀ ପାତ୍ର ଢେଙ୍କାନାଳ ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏ ବାବଦରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ, ଜୟନ୍ତୀଙ୍କ ଘରର ଫାଟକକୁ କିଛି ଲୋକ ବୋମା ଫିଙ୍ଗିଥିଲେ । ବୋମା ବିସ୍ଫୋରଣ ଯୋଗୁଁ ଘରର କାନ୍ଥ କିଛି ମାତ୍ରାରେ ନଷ୍ଟ ହୋଇଯାଇଛି । 


ଏହା ବି ପଢ଼ନ୍ତୁ:-ବଦଳିବେ ପିସିସି ସଭାପତି! ନିରଞ୍ଜନଙ୍କ ସ୍ଥାନ ନେବେ ଏହି ନେତା


ଏହା ବି ପଢ଼ନ୍ତୁ:-କୋଲେଷ୍ଟ୍ରଲ ବଢ଼ିଲେ ଏହି ତେଲରେ କେବେବି ରାନ୍ଧନ୍ତୁ ନାହିଁ ଖାଦ୍ୟ, ନଚେତ୍ ସିଧାସଳଖ ମୃତ୍ୟୁକୁ କରିବେ ଆମନ୍ତ୍ରଣ


ଏହା ବି ପଢ଼ନ୍ତୁ:-ସମାଜବାଦୀ ପାର୍ଟି ଛାଡ଼ିବେ ଆଜମ ଖାନ୍! ସମର୍ଥକମାନେ ଅଖିଳେଶଙ୍କ ବିରୋଧରେ ଖୋଲିଲେ ମୋର୍ଚ୍ଚା


ଏହା ବି ପଢ଼ନ୍ତୁ:-ଶାହଙ୍କ ବୟାନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପ୍ରକାଶ ରାଜ, କହିଲେ-ଆମେ ଚେତାବନୀ ଦେଉଛୁ...


 


ସେପଟେ ଜୟନ୍ତୀ ପାତ୍ର (BJP leader Jayanti Patra) କହିଛନ୍ତି ଯେ, ଆମେ ସମସ୍ତେ ଆମ ଘରେ ଶୋଇଥିଲୁ । ବିସ୍ଫୋରଣର ଶବ୍ଦ ଶୁଣିବା ପରେ ସମସ୍ତେ ଉଠି ଯାଇଥିଲୁ । ସେହି ସମୟରେ ରାତିର ପ୍ରାୟ ୧.୪୦ ମିନିଟ ଥିଲା । ଯେତେବେଳେ ଆମେ ସମସ୍ତେ ଘରୁ ବାହାରକୁ ଆସିଲୁ, ଦେଖିଲୁ ଫାଟକ ନିକଟରେ ଧୂଆଁ ବାହାରୁଛି । ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି । ତେବେ କିଏ ବୋମା ଫିଙ୍ଗିଛି ତାହା ଜଣା ପଡିନାହିଁ । ସେ କହିଛନ୍ତି ଯେ ଆମର ଅନେକ ବିରୋଧୀ ଅଛନ୍ତି । ଏହା ବିଜେଡି (BJD) ର କାମ ହୋଇପାରେ ବୋଲି ସେ କହିଛନ୍ତି ।