Vivekananda jayanti:  ଭୁବନେଶ୍ୱର: ବୁଧବାର ତମାମ ରାଜ୍ୟରେ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ତାଙ୍କର ଜୟନ୍ତୀକୁ ଜାତୀୟ ଯୁବ ଦିବସ ଉପଲକ୍ଷେ ପାଳନ କରାଯାଇଛି। ଏହି କ୍ରମରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସାମନ୍ତପୁରୀଠାରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ପୃଥ୍ୱୀରାଜ ଅଂଶୁମାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଯୁବ ସମାଜକୁ ମାର୍ଗଦର୍ଶନ କରିଥିଲେ ଏବଂ ପରିବର୍ଦ୍ଧିତ ମାନସିକ ବିଷାଦକୁ କିପରି ଦୂର କରି ଏକ ସୁସ୍ଥ ଓ ଆନନ୍ଦମୟ ଜୀବନଚର୍ଯ୍ୟାକୁ ଆପଣାଇ ହେବ, ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ଏଥି ସହିତ ମାଇଁ ହାର୍ଟ ଅନୁଷ୍ଠାନ ଏବଂ ରେ ଅଫ ହୋପ୍ ଅନୁଷ୍ଠାନ ଆନୁକୁଲ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । "ମାଇଁ ହାର୍ଟ ଅନୁଷ୍ଠାନ" ନିର୍ଦ୍ଦେଶକ ଶ୍ରୀ ଶକ୍ତି ପ୍ରସାଦ ସାହୁ, ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ ଏବଂ "ରେ ଅଫ ହୋପ୍"ର ମୁଖ୍ୟ ନିଶିକାନ୍ତ ତାରେଣିଆ ଓ କର୍ମକର୍ତ୍ତାମାନେ ବିଭିନ୍ନ ଔଷଧୀୟ ବୃକ୍ଷରୋପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରବନ୍ଧକ ଶ୍ରୀ ଅଶୋକ ଭୂୟାଁ, ଜନସ୍ବାସ୍ଥ୍ୟ ପରିଚାଳକ ଶ୍ରୀମତୀ ରଶ୍ମିତା ପତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।