Puri Olive Ridley: ପୁରୀ ବେଳାଭୂମିରେ ଅସୁରକ୍ଷିତ ଅଲିଭ ରିଡ଼ଲେ କଇଁଛ । ଗତକାଲି ରାତିରେ ପୁରୀ ପେଣ୍ଠକଟା ଗଙ୍ଗାଦେବୀ ବରଫ ବେଳାଭୂମୀରେ ଅଣ୍ଡାଦାନ ଦେଇ ସମୁ଼ଦ୍ରକୁ ଫେରିଯାଇଛନ୍ତି ଅନେର କଇଁଚ। କୁକୁରମାନଙ୍କ ଉପଦ୍ରବ ଯୋଗୁଁ କଇଁଛ ମାନେ ଭୟରେ ଅଣ୍ଡାକୁ ବେଳାଭୂମିରେ ସମ୍ପୂର୍ଣ୍ଣ ଭାବେ ପୋତି ନପାରି ପଳାଇଥିବା ଆଶଙ୍କା କରାଯାଉଛି। ତେବେ ବେଳାଭୂମୀରେ ଶତାଧିକ କଇଁଛ ଅଣ୍ଡା ପଡିଥିବା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ଏହାକୁ ଉଦ୍ଧାର କରି ବାଲିରେ ପୋତି ଦେଇଥିବା ସୂଚନା ମିଳିଛି ।  


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ପ୍ରତିବର୍ଷ ନଭେମ୍ବର ମାସରେ ସମୁଦ୍ରରେ ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେଙ୍କ ମିଳନ ପ୍ରକ୍ରିୟା ହୋଇଥାଏ । ଫେବୃୟାରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଏହି କଇଁଛ ମାନଙ୍କ ଅଣ୍ଡାଦାନ ପ୍ରକ୍ରିଯା ଆରମ୍ଭ ହୋଇଥିଏ । ଯାହା ଆସନ୍ତା ମେ ମାସ ପର୍ଯ୍ୟନ୍ତ ଜାରି ରହିଥାଏ । ଏଥିଲାଗି ହଜାର ହଜାର ସଂଖ୍ୟକ କଇଁଛ ବେଲାଭୂମି ମୁହାଁ ହୋଇଥାନ୍ତି । ଅଣ୍ଡା ଦେବା ପରେ କଇଁଛ ମାନେ ଏହାକୁ ବାଲିରେ ପୋତି ଦିଅନ୍ତି, କିଛିଦିନ ପରେ ଅଣ୍ଡାରୁ କଇଁଛ ଛୁଆ ଜନ୍ମ ହେବା ପରେ ସେମାନେ ସମୁଦ୍ର ଗର୍ଭକୁ ଚାଲିଯାଆନ୍ତି। ତେବେ ଗତକାଲି ହଜାର ହଜାର କଇଁଛ ଅଣ୍ତା ଅସୁରକ୍ଷିତ ଭାବେ ବେଳାଭୂମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ରେଞ୍ଜରଙ୍କ ନିର୍ଦ୍ଦେଶରେ ବନ କର୍ମଚାରୀ  ଘଟଣାସ୍ଥଳରେ ପହଞ୍ଚି ବାଲିରୁ ପ୍ରାୟ ୧୧୫ଟି ଅଣ୍ଡାକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ବନ ବିଭାଗର ଅପାରଗତା ଯୋଗୁଁ ଅଲିଭ ରିଡଲେ କଇଁଛ ମାନେ ଏଣେତେଣ ଅଣ୍ଡା ଦେଉଥିବା ଦେଉଛନ୍ତି । ଅଣ୍ଡାଦାନ ପ୍ରକ୍ରିୟା ଚାଲିଥିବା ବେଳେ ପୁରୀ ବେଳାଭୂମିରେ ସେଭଳି କୌଣସି ଆଖିଦୃଶିଆ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ଜଳଜଳ ଦେଖାଯାଉଛି । ସେପଟେ ଅନେକ ସମୟରେ ସାତପଡାରୁ ଅସ୍ତରଙ୍ଗ, ଦେବୀ ନଦୀ ମୁହାଣ ପର୍ଯ୍ୟନ୍ତ ଯେଉଁଠି ଦେଖିଲେ ସେଇଠି କଇଁଛଙ୍କ ମୃତଦେହ ଦେଖିବାକୁ ମିଳିଥାଏ । କିଛି ଦିନ ତଳେ ଏକ ବିରାଟ ଅଲିଭ ରିଡଲେ କଇଁଛର ମୃତଦେହ ନିଳାଦ୍ରୀ ବେଳାଭୂମୀରେ ପଡି଼ଥିବା ଲୋକଲୋଚନକୁ ଆସିଥିଲା । ବନବିଭାଗର ଦାୟିତ୍ବ ହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏମିତିକି କଇଁଚଙ୍କ ମୃତଦେହକୁ ପୋତି ଲାଗି ମଧ୍ଯ କୌଣସି ପଦକ୍ଷେପ ନେଉନାହାନ୍ତି ବିଭାଗୀୟ କର୍ତ୍ତୃପକ୍ଷ। ଫଳରେ ଏହା ପଚିସଢି ଯିବା ସହ ସୁବର୍ଣ୍ଣ ବେଳାଭୂମୀରେ ଦୁର୍ଗନ୍ଧମୟ ଓ ଅସ୍ୱସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ଏକାଧିକ ନିରୀହ ଅଲିଭ ରିଡଲେ କଇଁଛଙ୍କ ମୃତଦେହ ପଡୁଥିବା ନଜରକୁ ଆସୁଥିଲେ ମଧ୍ୟ ଜାଣିଶୁଣି ବିଭାଗ ଅଣଦେଖା କରୁଥିବା ପରିବେଶବିତ୍ ମାନେ ଅଭିଯୋଗ କରିଛନ୍ତି।


 



 


ଅନ୍ୟପଟେ ସାତପଡାରୁ ଅସ୍ତରଙ୍ଗର ଦେବୀ ମୁହାଣ ପର୍ଯ୍ୟନ୍ତ ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ସହ ସମୁଦ୍ର କୂଳରୁ ୫ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ରହିଥିଲେ ମଧ୍ୟ ମାଛ ମାଫିଆ ମାନେ ଏହାକୁ ବେଖାତିର କରି ଚାଲିଛନ୍ତି। ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ଟ୍ରଲର ଚଳାଚଳ ଯୋଗୁଁ ଟ୍ରଲର ମାଡ଼ରେ କଇଁଛଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପ୍ରତିକୂଳ ପରିବେଶ ଯୋଗୁଁ ଅନେକ କଇଁଛଙ୍କର ଅକାଳ ମୃତ୍ୟୁ ଘଟୁଥିବା ବେଳେ ଅନେକ ଭୟରେ ଫେରିଯାଉଛନ୍ତି । ତେବେ କଇଁଛ ସୁରକ୍ଷା ନାମରେ ରାଜ୍ଯ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ପୁରୀ ସମୁଦ୍ର ବେଳାଭୂମୀରେ ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। ତେଣୁ ଏ ନେଇ ପ୍ରଶାସନ ଅଧିକ ଯତ୍ନବାନ ଓ ସଚେତନ ହେଲେ ବିରଳ ପ୍ରଜାତିର ଅଲିଭ ରିଡଲେଙ୍କ ସୁରକ୍ଷା ହୋଇପାରିବ ବୋଲି କୁହାଯାଉଛି।