ଭୁବନେଶ୍ୱର: Weather Update: ରାଜ୍ୟରେ ଜାରି ରହିଛି ଲଘୁଚାପ (Low Pressure) ଜନିତ ଲଗାଣ ବର୍ଷା (Heavy Rainfall) । ଗତକାଲି ଉତ୍ତର ପଶ୍ଚିମ ସଂଲଗ୍ନ ବଙ୍ଗୋପସାଗର (Bay of Bengal) ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟ ରାଜଧାନୀ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ଓ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 


COMMERCIAL BREAK
SCROLL TO CONTINUE READING

ଏହାପରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇଲେ ବି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ । ତେବେ ଏହି ବର୍ଷା ଖରିଫ ଫସଲ ରୋଇବାରେ ସହାୟକ ହେବ । ଏହାସହ ପ୍ରବଳ ବର୍ଷା ଥିବା ଜିଲ୍ଲା ଗୁଡିକର ତଳିଆ ଅଂଚଳରେ ଜଳମଗ୍ନ ସ୍ଥିତି, ଡ୍ରେନ୍ ସଫେଇ ଓ ଟ୍ରାଫିକ୍ ଜାମ୍ ହେବାର ସମ୍ଭାବନା ରହିଛି । ଆକଳନ ମୁତାବକ ୨୪ ଘଣ୍ଟାରେ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।


ଅଧିକ ପଢ଼ନ୍ତୁ:-ଅଗଷ୍ଟ ୧ରୁ ଲାଗୁ ହେବ ଦରମା, ପେନସନ୍ ଏବଂ EMI ପେମେଣ୍ଟ ପାଇଁ ନୂଆ ନିୟମ!


ସେହିପରି ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ହେତୁ ଆଜି ସଂନ୍ଧ୍ୟା ସୁଦ୍ଧା ଉପକୂଳ ଫେରିଆସିବା ସହ ୨୨ରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଗର୍ଭକୁ ଯିବାକୁ ବାରଣ କରାଯାଇଛି । ଏହାସହ ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଂଚଳରେ ଆଉ ଏକ ଲଘୁଚାପ ବଳୟ ଘନୀଭୂତ ହେବାର ସମ୍ଭାବନା ନେଇ ଆକଳନ କରିଛି କେନ୍ଦ୍ର ।


ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୮୩ ସଂକ୍ରମିତ