West Bengal Tourist Death: ଅଟୋରେ ଯିବା ବେଳେ ରାସ୍ତାରେ ଖସି ପଡିଥିଲେ ଜଣେ ମହିଳା। ଆଉ ଏହି ସମୟରେ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ତଳସାରୀ ସାମୁଦ୍ରିକ ଥାନା
ଅଞ୍ଚଳରେ ଏହି ଘଟଣା। ମୃତକ ମହିଳା ଜଣେ ବଙ୍ଗୀୟ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। 


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ପଶ୍ଚିମବଙ୍ଗର (West Bengal) ହୁଗୁଳି ଜିଲ୍ଲାରୁ (Huguli District) ୨୦ ଜଣ ପର୍ଯ୍ୟଟକ ଦୀଘା (Digha) ବୁଲିବାକୁ ଆସିଥିଲେ। ବୁଧବାର ସକାଳେ ସେମାନଙ୍କ ମଧ୍ୟରୁ ୬ ଜଣ ପର୍ଯ୍ୟଟକ ଚନ୍ଦନେଶ୍ୱର ମନ୍ଦିର (Chandeswar Temple) ପୂଜାର୍ଚ୍ଚନା କରିବା ପାଇଁ ଏକ ଅଟୋ ଯୋଗେ ଚନ୍ଦନେଶ୍ୱର (Chandeswar) ଅଭିମୁଖେ ଯାତ୍ରା କରୁଥିଲେ। ଯାତ୍ରା କରିବା ବେଳେ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟସ୍ଥ ରାସ୍ତାର ହମ୍ପସ ଠାରେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ରାସ୍ତାରେ ପଡିଯାଇଥିଲେ। ଯେତେବେଳେ ମହିଳା ଜଣଙ୍କ ଅଟୋ ଯୋଗେ ଯାତ୍ରା କରିବେ ବେଳେ ରାସ୍ତାରେ ଖସି ପଡିଥିଲେ ସେତେବେଳେ ପଛପଟୁ ଆସୁଥିବା ଏକ ହାଇୱା ତାଙ୍କ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ରାସ୍ତାରେ ପଡି଼ ଯାଇଥିବା ମହିଳାଙ୍କ ମୃତ୍ୟୁ ହୋଇଥିଲା।


ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ଉଭୟ ଅଟୋ ଏବଂ ଜବତ କରି ଘଟଣା ବାବଦରେ ତଳସାରୀ ସାମୁଦ୍ରିକ ଥାନାକୁ (Talsari Marine Police Station) ଖବର ଦେଇଥିଲେ। ପୋଲିସ ଏହି ୨ ଗାଡିକୁ ଜବତ କରି ଦୁର୍ଘଟଣାର ଶୀକାର ହୋଇଥିବା ମହିଳାଙ୍କୁ ଜଳେଶ୍ୱରପୁର ଡାକ୍ତରଖାନା ପଠାଇଥିଲେ। ମାତ୍ର ସେଠାର ଡାକ୍ତର ତାଙ୍କୁ ମୃତ ଘଷଣା କରିଥିଲେ। ମୃତକ ମହିଳାଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ୩୧ ବର୍ଷୀୟ ବନଶ୍ରୀ ସାହା। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି।