Rourkela Hockey Stadium: ରାଉରକେଲା (ସୁଶାନ୍ତ ଦାସ): ହକିକୁ (Hockey) ନେଇ ବିଶ୍ଵ ଦରବାରରେ ପୁଣି ପ୍ରଶଂସା ସାଉଁଟିଲେ ନବୀନ (Naveen Patnaik) । ଆଗାମୀ ହକି (Hockey) ବିଶ୍ଵକପରେ (Worldcup) ପୁଣି ବିଶ୍ଵ ଦେଖିବ ଓଡ଼ିଶାର (Odisha) ଚମକ। ଆଗାମୀ ହକି ବିଶ୍ଵକପ (Hockey Worldcup) ପାଇଁ ସମଗ୍ର ବିଶ୍ବରୁ ଆସିବାକୁ ଥିବା ଖେଳାଳିଙ୍କ ପାଇଁ ପ୍ରସ୍ତୁତ ଓଡ଼ିଶା (Odisha)। ଏଥର ଭୁବନେଶ୍ୱର (Bhubaneswar) ସମେତ ରାଉରକେଲାରେ (Rourkela) ହେବାକୁ ଥିବା ହକି ବିଶ୍ଵକପ (Worldcup) ଖେଳାଯିବ ବିପିୟୁଟି (BPUT) ପରିସରରେ ନିର୍ମିତ ହେଉଥିବା ବିଶ୍ଵର ବୃହତ୍ତମ ଷ୍ଟାଡିୟମରେ। ଯାହାର ନିର୍ମାଣ କାର୍ଯ୍ୟ ଓ ପାରିପାର୍ଶ୍ବିକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଓଡ଼ିଶା ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଆନ୍ତର୍ଜାତିକ ହକି ମହାସଂଘ।


COMMERCIAL BREAK
SCROLL TO CONTINUE READING

ଓଡ଼ିଶାରେ ଲଗାତାର ଦ୍ଵିତୀୟ ଥର ପାଇଁ ହକି ବିଶ୍ଵକପ ଆୟୋଜନ ପାଇଁ ଧୀରେ ଧୀରେ ହେଉଛି ପଥ ପରିଷ୍କାର। ପୂର୍ବତନ ହକି ଇଣ୍ଡିଆ ସଭାପତିଙ୍କ ପଦ ଯିବାପରେ ବିଶ୍ଵକପ ଆୟୋଜନକୁ ନେଇ ସୃଷ୍ଟି ହୋଇଥିବା ଆଶଙ୍କାରେ ପଡ଼ିଛି ପୂର୍ଣ୍ଣଛେଦ। ଜାନୁଆରୀ ମାସରେ ଭୁବନେଶ୍ୱର ସମେତ ରାଉରକେଲାରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ଵକପ ପାଇଁ ଦୀର୍ଘ ଦିନ ପରେ ଓଡ଼ିଶା ଗସ୍ତରେ ଆସିଛନ୍ତି FIH ଅଧିକାରୀ। ଏଥି ସହିତ ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ଭାରତର ସର୍ବ ବୃହତ୍ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଦେଖିବା ସହିତ ଆନ୍ତର୍ଜାତିକ ହକି ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଅଭ୍ୟାସ ପଡିଆକୁ ଲୋକାର୍ପିତ କରିଛନ୍ତି ଆନ୍ତର୍ଜାତିକ ହକି ମହାସଂଘର କାର୍ଯ୍ୟକାରୀ ସଭାପତି ସେଫ୍ ଅହମ୍ମଦ। ତାଙ୍କ ସହିତ FIH ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିଏରି ୱେଲ, ହକି ଇଣ୍ଡିଆର ଅଧିକାରୀ ଡକ୍ତର ଏସ.ୱାଇ କୁରେଶି, ଜାଫର ଇକବାଲ୍ ଏବଂ ଓଡ଼ିଶାର ଦୁଇ ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା ଓ ଭିନିଲ କ୍ରିଷ୍ଣା ପ୍ରମୁଖ ବିଶ୍ଵକପ ପ୍ରସ୍ତୁତିର କରିଛନ୍ତି ତଦାରଖ।


ତେବେ ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ FIH ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାର ଙ୍କ ହକି ପ୍ରତି ଅବଦାନ କୁ ନେଇ କରିଛନ୍ତି ଉଚ୍ଚ ପ୍ରଶଂସା। ଏଥିସହିତ ଏଥର ନୂତନ ଭେନ୍ୟୁ ଭାବେ ବଛାଯାଇଥିବା ରାଉରକେଲା ସହର ର ପ୍ରାକୃତିକ ସୋନ୍ଦର୍ଯ୍ୟ ଏବଂ ହକିର ଗଡ ବୋଲାଉଥିବା ଅଞ୍ଚଳରେ ଭାରତର ନୁହେଁ ବରଂ ବିଶ୍ଵର ବୃହତ୍ତମ ହକି ଷ୍ଟାଡିୟମ୍ ରେ ବିଶ୍ଵକପ ହକି ଖେଳାଯିବ ବୋଲି ବେଶ୍ ଉତ୍ସାହିତ ରହିଥିବା କହିଛନ୍ତି FIH ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ। ସବୁଜ ସୁନ୍ଦର ରାଉରକେଲା ସହରରେ ନୂତନ FIH ଅଧିକାରୀଙ୍କ ଗସ୍ତ ଓ ହକି ବିଶ୍ଵକପ ଆୟୋଜନ ନେଇ ମିଳିଥିବା ସବୁଜ ସଂକେତ ଆଗାମୀ ଦିନରେ ବିଶ୍ଵ ମାନଚିତ୍ରରେ ବଢ଼ାଇବ ରାଉରକେଲାର ଖ୍ୟାତି।


ଅଧିକ ପଢନ୍ତୁ: ସତ୍ତା ପାଇଁ ବିଜେପିର ରଥଯାତ୍ରା, ସତ୍ୟ ପାଇଁ କଂଗ୍ରେସର ଯାତ୍ରା: କହ୍ନେୟା


ଅଧିକ ପଢନ୍ତୁ: 'ଭାରତ ଜୋଡ଼ୋ' ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ, ଉଠିଲା ଅନେକ ପ୍ରଶ୍ନ