DRDO Recruitment: ଚାକିରି ଖୋଜୁଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ଭାରତୀୟ ପ୍ରତିରକ୍ଷା ଏବଂ ଅନୁସନ୍ଧାନ ସଂଗଠନ (DRDO)ରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଏନେଇ DRDO ଏକ ବିଜ୍ଞପ୍ତି ପ୍ରକାଶ କରିଛି। DRDOରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ଉଭୟ ଅବିବାହିତ ମହିଳା ଓ ପୁରୁଷ ଆବେଦନ କରିପାରିବେ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ DRDOର ଅଫିସିଆଲ୍ ୱେବ୍‌ସାଇଟ୍‌ https://portal.mhrdnats.gov.in/. କୁ ଯାଇ ଆବେଦନ କରିପାରିବେ। 


COMMERCIAL BREAK
SCROLL TO CONTINUE READING

ଆବେଦନ ତାରିଖ:


ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଏହି ପ୍ରକ୍ରିୟା ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।


ଖାଲି ପଦବୀ:


ଫିଟର୍ ପାଇଁ ୨୦ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ ଟର୍ନର୍ ପାଇଁ ଖାଲି ପଡ଼ିଛି ୦୮ଟି ପୋଷ୍ଟ୍। ସେହିପରି ମେସିନିଷ୍ଟ୍ ପାଇଁ ୧୬ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ ୱେଲଡର୍ ପାଇଁ ୦୪ଟି ପୋଷ୍ଟ୍ ଖାଲି ପଡ଼ିଛି।ଇଲେକ୍ଟ୍ରୀସିଆନ୍ ପାଇଁ ୧୨ଟି ପୋଷ୍ଟ୍ ଓଇଲେକ୍ଟ୍ରୋନିକ୍ସ ପାଇଁ ୦୪ଟି ପୋଷ୍ଟ୍ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସେହିପରି COPA ପାଇଁ ୬୦ଟି ପୋଷ୍ଟ୍ ଖାଲି ପଡ଼ିଥିା ବେଳେ ବଢେଇ ପାଇଁ ୦୨ଟି ପୋଷ୍ଟ୍ ଓ ବୁକ୍ ବାଇଣ୍ଡର୍ ପାଇଁ  ୦୧ଟି ପୋଷ୍ଟ୍ ଖାଲି ପଡ଼ିଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୧୨୭ଟି ପଦବୀ ପୂରଣ ହେବ।


ଶିକ୍ଷାଗତ ଯୋଗ୍ୟତା:


NCVT / SCVT ସମ୍ବନ୍ଧୀୟ ଟ୍ରେଡ୍‌ରେ ITI କରିଥିବା ପ୍ରାର୍ଥୀମାନେ ଉପରୋକ୍ତ ପଦବୀରେ ଆବେଦନ କରିପାରିବେ।


ବୟସ ସୀମା:


ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ଧାର୍ଯ୍ୟ କରାଯାଇଥିବା ବେଳେ ସର୍ବାଧିକ ବୟସସୀମା ୫୫ ବର୍ଷ ରଖାଯାଇଛି।