କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ଆଜି ଭୋରରୁ କଟକ ଏସସିବି ମେଡିକାଲରୁ ଆମ୍ବୁଲାନ୍ସରେ ଯୋଗେ ଜୟପୁର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲା। କମଳା ପୂଜାରୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଜିଲ୍ଲାପାଳ, ଏସପି, ଜୟପୁର ସବ୍ କଲେକ୍ଟର, ତହସିଲଦାର, ଏସ୍ ଡି ପି ଓ, ବିଡିଓ, ସଦର ଥାନା ଅଧିକାରୀ, ତଥା ଅନ୍ୟ ଅଧିକାରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତେବେ କିଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ କମଳା କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ଭୋର ୫ଟାରେ ତାଙ୍କର ପରଲୋକ ଘଟିଥିଲା। 


COMMERCIAL BREAK
SCROLL TO CONTINUE READING

ଆଜି ସକାଳେ ଏକ ଶୋଭାଯାତ୍ରା ଯୋଗେ ତାଙ୍କର ପାର୍ଥିବ ଶରୀର ତାଙ୍କ ଗାଁ ପାତ୍ର ପୁଟ ପହଞ୍ଚିଛି। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯିବାପରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି। ଅନ୍ତିମ ସଂସ୍କାର ଗାଁ ଶ୍ମଶାନରେ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।