​IIT Bhubaneswar Jobs 2022:  ଯଦି ଆପଣ କମ୍ ଶିକ୍ଷିତ ଓ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଆଇଆଇଟି ଭୁବନେଶ୍ୱର ଦଶମରୁ ସ୍ନାତକ ପାସ୍ କରିଥିବାଙ୍କ ପାଇଁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୨୪ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଏହାର ଅଫିସିଆଲ୍ ସାଇଟ୍ iitbbs.ac.in ଭିଜିଟ୍ କରିବାକୁ ପଡିବ ।


COMMERCIAL BREAK
SCROLL TO CONTINUE READING

ଖାଲିଥିବା ପଦବୀ ବିବରଣୀ 


ଜୁନିଅର ଆସିଷ୍ଟାଣ୍ଟ - ୨୧ ଟି ପୋଷ୍ଟ 
ଜୁନିଅର ଟେକ୍ନିସିଆନ୍ - ୨୦ ଟି ପୋଷ୍ଟ 
ମଲ୍ଟି-ଟାସ୍କିଂ ଷ୍ଟାଫ୍ - ୧୦ ଟି ପୋଷ୍ଟ 
ଜୁନିଅର ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ - ୯ ଟି ପୋଷ୍ଟ 
ଜୁନିଅର ଆକାଉଣ୍ଟାଣ୍ଟ - ୬ ଟି ପୋଷ୍ଟ 
ଜୁନିଅର ଲ୍ୟାବ ଆସିଷ୍ଟାଣ୍ଟ - ୬ ଟି ପୋଷ୍ଟ 
ଆସିଷ୍ଟାଣ୍ଟ ଟେକ୍ନିକାଲ ଅଫିସର - ୪ ଟି ପୋଷ୍ଟ 
ଜୁନିଅର ସୁପରିଟେଣ୍ଡେଣ୍ଟ - ୩ ଟି ପୋଷ୍ଟ 
ଜୁନିଅର ଲାଇବ୍ରେରୀ ଇନଫରମେସନ ସୁପରିଟେଣ୍ଡେଣ୍ଟ - ୨ ଟି ପୋଷ୍ଟ 
ଜୁନିଅର ପାଥୋଲୋଜିଷ୍ଟ୍ - ୧ ପୋଷ୍ଟ 
ଫିଜିଓଥେରାପିଷ୍ଟ - ୧ ପୋଷ୍ଟ 


ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା 
ଏହି ନିଯୁକ୍ତି ଅଧୀନରେ ଜୁନିଅର ଲ୍ୟାବ ଆସିଷ୍ଟାଣ୍ଟ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ବିଜ୍ଞାନ ଷ୍ଟ୍ରିମରେ ସ୍ନାତକ ହେବା ଜରୁରୀ । ମଲ୍ଟି-ଟାସ୍କିଂ ଷ୍ଟାଫ୍ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଦଶମ ପାସ୍ ହେବା ଆବଶ୍ୟକ । ବିଭିନ୍ନ ପୋଷ୍ଟ ପାଇଁ ବୟସ ସୀମା ମଧ୍ୟ ଭିନ୍ନ ଅଟେ । ପ୍ରାର୍ଥୀମାନେ ବିଜ୍ଞପ୍ତିରେ ଏହା ଯାଞ୍ଚ କରିପାରିବେ ।


ଆବେଦନ ଶୁଳ୍କ
ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୫୦୦ ଟଙ୍କା ଦେବାକୁ ପଡିବ ।


ଚୟନ ପ୍ରକ୍ରିୟା
ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ  ।


ଏହିପରି କରନ୍ତୁ ଆବେଦନ


  • ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ iitbbs.ac.in ଭିଜିଟ୍ କରନ୍ତୁ ।

  • ଏହା ପରେ ହୋମ୍ ପେଜରେ ଦିଆଯାଇଥିବା jobs ବିଭାଗକୁ ଯାଆନ୍ତୁ ।

  • ବର୍ତ୍ତମାନ ପ୍ରାର୍ଥୀମାନେ ସିଧାସଳଖ Vacancy for Non-Teaching posts on Direct recruitment/Deputation basis କ୍ଲିକ୍ କରନ୍ତୁ ।

  • ଏହା ପରେ ପ୍ରାର୍ଥୀମାନେ ସେମାନଙ୍କର ମେଲ୍ ଆଇଡି ଏଣ୍ଟ୍ରି କରି ରେଜିଷ୍ଟ୍ରେସନ କରନ୍ତୁ ।

  • ବର୍ତ୍ତମାନ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।

  • ଶେଷରେ ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଦେଇ ଏହାକୁ ସବମିଟ୍ କରନ୍ତୁ ।


ଏହା ବି ପଢ଼ନ୍ତୁ: EPFO: ଖୁବ୍ ଶୀଘ୍ର ମିଳିବ ଖୁସି ଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!