Govt Job: ସରକାରୀ ଚାକିରି କରିବା ପାଇଁ ଆଗ୍ରହୀ ଥିବା ଯୁବକ-ଯୁବତୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଓଡ଼ିଶାରେ ବାହାରିଲା ସରକାରୀ ଚାକିରି। ଓଡିଶା ବନ ବିକାଶ ନିଗମ (OFDC) ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି। ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍‌, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ(Executive Assistant), ଫିଲ୍ଡ ଆସିଷ୍ଟାଣ୍ଟ ଆଦି ପଦବୀ ପାଇଁ ବାହାରିଛି ଚାକିରି ସୁଯୋଗ। ଆଗ୍ରହୀ ଯୁବକ-ଯୁବତୀମାନେ ଅନଲାଇନରେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଯୋଗ୍ୟ ପ୍ରାର୍ଥୀମାନେ ଓଡିଶା ବନ ବିକାଶ ନିଗମର ଅଫିସିଆଲ୍ ୱେବ୍‌ସାଇଟ୍ www.odishafdc.comକୁ ଯାଇ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାରନୋଟିଫିକେସନ ଦେଖିବାକୁ ଚାହାଁନ୍ତି ସେମାନେ ଏହି ଲିଙ୍କ୍ Odisha Forest Department New Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ୩୫୦ରୁ ଅଧିକ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।


ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା  ୨୨ ନଭେମ୍ବର ୨୦୨୩  ଅର୍ଥାତ ଗତ କାଲି ଠାରୁ ଆରମ୍ଭ ହୋଇ ୧୨ ଡିସେମ୍ବର ୨୦୨୩ରେ ଶେଷ ହେବ।


ଖାଲି ପଡ଼ିଥିବା ପଦବୀ: ଆକାଉଣ୍ଟ୍ ଆସିଷ୍ଟାଣ୍ଟ(ଗ୍ରେଡ୍-ll) ପାଇଁ ଖାଲି ପଡ଼ିଛି ୦୯ଟି ପଦବି, ସେହିପରି ଆସିଷ୍ଟାଣ୍ଟ (ଗ୍ରେଡ୍-lll)  ପାଇଁ ଖାଲି ପଡ଼ିଛି ୬୧ଟି ପଦବୀ। ସେହିପରି ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ପାଇଁ ଖାଲି ପଡ଼ିଛି ୧୩ଟି ପଦବୀ। ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) ପାଇଁ ଖାଲି ପଡ଼ିଛି ୪୭ଟି ପୋଷ୍ଟ ଓ ଫିଲ୍ଡ ଆସିଷ୍ଟାଣ୍ଟ(ଗ୍ରେଡ୍-lll) ପାଇଇ ମୋଟ ୨୨୫ଟି ପୋଷ୍ଟ ସହ ମୋଟ୍ ୩୫୫ଟି ପୋଷ୍ଟ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।


ଶିକ୍ଷାଗତ ଯୋଗ୍ୟତା:


ଆକାଉଣ୍ଟ୍ ଆସିଷ୍ଟାଣ୍ଟ(ଗ୍ରେଡ୍-ll)  ପାଇଁ ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ + ୩ ପାଶ କିମ୍ବା ସମାନ କାର୍ଯ୍ୟରେ ଅଭିଜ୍ଞତା ଥିବା ଆବଶ୍ୟକ।ଆସିଷ୍ଟାଣ୍ଟ (ଗ୍ରେଡ୍-lll) ପାଇଁ ଯୁକ୍ତ ୩ ପାସ୍, କମ୍ପ୍ୟୁଟର ଜ୍ଞାନ ଏବଂ ଉକ୍ତ କାର୍ଯ୍ୟରେ ଅଭିଜ୍ଞତା ଥିବା ଆବଶ୍ୟକ। ସେହିପରି ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ପାଇଁ ଯୁକ୍ତ ୩ ପାଶ୍, କମ୍ପ୍ୟୁଟର ଜ୍ଞାନ ଆବଶ୍ୟକ।ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll ପାଇଁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ/ କୃଷି / ଜଙ୍ଗଲ ବିଭାଗରେ ସ୍ନାତକ ପାଶ୍ କରିଥିବା ଆବଶ୍ୟକ। ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପାଇଁ ଯୁକ୍ତ ୨ ବିଜ୍ଞାନରେ ପାଶ୍ କରିଥିବା ଆବଶ୍ୟକ।


ବୟସ ସୀମା:


ଏହି ସବୁ ପଦରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ସୀମା ୨୧ ବର୍ଷ ରୁ ଆରମ୍ଭ ହୋଇ ସର୍ବାଧିକ ବୟସ  ୩୮ ବର୍ଷ ମଧ୍ୟକରେ ହୋଇଥିବା ଆବଶ୍ୟକ। OBC ବର୍ଗର ଲୋକଙ୍କ ପାଇଁ ୦୩ ବର୍ଷ କୋହଳ କରାଯାଇଛି। ସେହିପରି ST / SC / PWD/ESM  ଙ୍କ ପାଇଁ ୦୫ ବର୍ଷ କୋହଳ କରାଯାଇଛି।


ମାସିକ ଦରମା:


ଆକାଉଣ୍ଟ୍ ଆସିଷ୍ଟାଣ୍ଟ(ଗ୍ରେଡ୍-ll) – ୩୫,୪୦୦ ଟଙ୍କା


ଆସିଷ୍ଟାଣ୍ଟ (ଗ୍ରେଡ୍-lll) – ୨୯,୨୦୦ ଟଙ୍କା


ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ – ୨୫,୫୦୦ ଟଙ୍କା


ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) – ୨୧,୭୦୦ ଟଙ୍କା


ଫିଲ୍ଡ ଆସିଷ୍ଟାଣ୍ଟ(ଗ୍ରେଡ୍-lll) – ୧୭,୨୦୦ଟଙ୍କା


ଚୟନ ପ୍ରକ୍ରିୟା:


ପ୍ରଥମେ ପ୍ରାର୍ଥୀମାନଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ ଉତ୍ତୀର୍ଣ୍ଣ ହେବା ପରେ ଶାରୀରିକ ମାନକ ପରୀକ୍ଷା ଦେବାର ନିୟମ ରହିଛି।


ଆବେଦନ ଶୁଳ୍କ:


ସାଧାରଣ ବର୍ଗ/ EWS/ OBC – ୫୦୦ଟଙ୍କା


SC / ST – ୨୦୦ଟଙ୍କା


ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:


ଏହି ପଦବୀରେ ଆବେଦନ ପାଇଁ ଯୋଗ୍ୟତା ପ୍ରମାଣପତ୍ର,ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC), ଦୁଇଟି କଲର୍ ପାସ୍‌ପୋର୍ଟ ସାଇଜ୍ ଫଟୋ,ଆଧାର କାର୍ଡ, ବାସିନ୍ଦା ସାର୍ଟିଫିକେଟ୍, ଜାତି ପ୍ରମାଣପତ୍ର ଆବଶ୍ୟକ।


କିପରି କରିବେ ଆବେଦନ:


-ପ୍ରଥମେ ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ


-ଆବଶ୍ୟକ ବିବରଣୀ ଦେଇ ପଞ୍ଜିକରଣ କରନ୍ତୁ


-ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ


-ଆବେଦନ ଶୁଳ୍କ ଭରନ୍ତୁ


-ପ୍ରାର୍ଥୀମାନେ ଯେକୌଣସି ଅନ୍‌ଲାଇନ୍ ପେମେଣ୍ଟ ବ୍ୟବହାର କରିପାରିବେ ଯେପରିକି UPI ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ


-ଶେଷରେ Submit ବଟନ୍ ଉପରେ କ୍ଲିକ୍ କରନ୍ତୁ


Also Read: Government Jobs: ସୁରକ୍ଷା ବାହିନୀରେ ୭୫ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ଜାରି ହେଲା ବିଜ୍ଞପ୍ତି, ପଢ଼ନ୍ତୁ ଡିଟେଲ୍ସ