420 Meaning and the History: ଅନେକ ଥର ଆପଣ ନିଜ ଚାରିପାଖରେ ଏପରି କଥା ନିଶ୍ଚୟ ଶୁଣିଥିବେ, ଯେପରିକି- 'ତୁମେ ଜଣେ ବଡ ୪୨୦' କିମ୍ବା 'ସେ ବଡ଼  ୪୨୦ ବାହାରିଲା' । ଏହି ସଂଖ୍ୟା ସେହି ବ୍ୟକ୍ତି ସହିତ ଯୋଡ଼ା ଯାଏ, ଯିଏ ଠକ କିମ୍ବା ଠକେଇ ସହିତ ଜଡିତ ଥାନ୍ତି, କିନ୍ତୁ ଏହା ବହୁତ କମ୍ ଲୋକ ଜାଣନ୍ତି ଯେ, କେବଳ ୪୨୦ ନମ୍ବର କାହିଁକି ଜଣେ ଠକ କିମ୍ବା ଧୋକା ଦେଉଥିବା ବ୍ୟକ୍ତିଙ୍କ ପାଇଁ ବ୍ୟବହାର କରାଯାଏ? ଏହା ବଦଳରେ ୪୧୯ କିମ୍ବା ୫୨୦ ସଂଖ୍ୟା କାହିଁକି ବ୍ୟବହାର କରାଯାଏ ନାହିଁ? ଯଦି ଆପଣ ମଧ୍ୟ ଏ ଉତ୍ତର ଜାଣି ନାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଓ ସୂଚନାଯୋଗ୍ୟ ହେବାକୁ ଯାଉଛି । କାରଣ ଆଜି ଆମେ ଆପଣଙ୍କୁ ୪୨୦ ନମ୍ବର ଓ ଠକ ମଧ୍ୟରେ ସଂଯୋଗ କ'ଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ...


COMMERCIAL BREAK
SCROLL TO CONTINUE READING

କାହାକୁ ୪୨୦ କହିବା ପଛରେ ଏହା ରହିଛି ତର୍କ
ତଥ୍ୟକୁ ଦେଖିଲେ ଏହା କେବଳ ଏକ ସଂଖ୍ୟା ନୁହେଁ ବରଂ ଏହାର ସମ୍ପୂର୍ଣ୍ଣ ଆଇନଗତ ଅସ୍ତିତ୍ୱ ରହିଛି । ବାସ୍ତବରେ, ସଂଖ୍ୟା ୪୨୦ ହେଉଛି ଭାରତୀୟ ଦଣ୍ଡ ସଂହିତା ଏକ ଧାରା । ଯଦି ଜଣେ ଅନ୍ୟକୁ ପ୍ରତାରଣା କରେ କିମ୍ବା ଛଳନା କରି କାହାର ସମ୍ପତ୍ତି ଜବତ କରେ, ତାହା ପାଇଁ ଏହି ଧାରା ଲାଗେ  । ୪୨୦ ସଂଖ୍ୟାଟି ଇଂରାଜୀ ଶବ୍ଦ ଚିଟିଂ ସହିତ ଜଡିତ । ଏଥିରୁ ଏହା ସ୍ପଷ୍ଟ ଯେ ୪୨୦ ସଂଖ୍ୟା ପ୍ରତାରଣା, ଛଳ ଓ କପଟ ସହିତ ଜଡିତ । ସେଥିପାଇଁ ଯେତେବେଳେ କେହି ଜଣେ ଅନ୍ୟକୁ ଠକନ୍ତି କିମ୍ବା ପ୍ରତାରଣା କରନ୍ତି, ସେହି ଲୋକମାନେ ୪୨୦ ବୋଲି କୁହାଯାଏ । ଯଦି ଧୋକା କିମ୍ବା ଠକେଇ ଛୋଟ ତେବେ ଲୋକମାନେ ଏହାକୁ ନିଜ ସ୍ତରରେ ସମାଧାନ କରି ନିଅନ୍ତି, କିନ୍ତୁ ଯେତେବେଳେ ମାମଲା ବଡ ହୋଇଯାଏ, ସେତେବେଳେ ଏହା ଭାରତୀୟ ଦଣ୍ଡବିଧି ଅଧୀନରେ ଆସିଥାଏ ।


୪୨୦ ର ଅପରାଧ କ’ଣ?
ଏକ ଆଇନଗତ ଦୃଷ୍ଟିକୋଣରୁ, ଧାରା ୪୨୦ କହିଥାଏ ଯେ ଯଦି ଜଣେ ବ୍ୟକ୍ତି କାହାକୁ ଠକନ୍ତି, ଧୋକା ଦିଅନ୍ତି, ଅସାଧୁ ଭାବରେ କାହାର ମୂଲ୍ୟବାନ ଜିନିଷ କିମ୍ବା ସମ୍ପତ୍ତି ବଦଳାନ୍ତି, ଏହାକୁ ନଷ୍ଟ କରନ୍ତି କିମ୍ବା ଏହା କରିବାରେ କାହାକୁ ସାହାଯ୍ୟ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଧାରା ୪୨୦ ଲାଗୁ କରାଯାଇପାରେ । ଧାରା ୪୨୦ ସେତେବେଳେ ଲଗାଯାଏ ଯେତେବେଳେ ଜଣେ ବ୍ୟକ୍ତି ନିଜର ଲାଭ ପାଇଁ ଜାଲ୍, ନକଲି ଦସ୍ତଖତ ଦ୍ୱାରା ଅନ୍ୟର ସମ୍ପତ୍ତି କିମ୍ବା ମୂଲ୍ୟବାନ ଜିନିଷକୁ ନିଜ ନାମରେ ପାଇବାକୁ ଅର୍ଥନୈତିକ କିମ୍ବା ମାନସିକ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରେ ।


୭ ବର୍ଷ ପାଇଁ ରହିଛି ଦଣ୍ଡ ବ୍ୟବସ୍ଥା
ଭାରତୀୟ ଦଣ୍ଡ ସଂହିତା ଧାରା ୪୨୦ ର ଅପରାଧ ଅନୁଯାୟୀ, ସର୍ବାଧିକ ୭ ବର୍ଷର ଦଣ୍ଡ ସହିତ ଆର୍ଥିକ ଦଣ୍ଡର ବ୍ୟବସ୍ଥା ରହିଛି । ଯଦି ଧାରା ୪୨୦ ଅନୁଯାୟୀ ଜଣେ ଦୋଷୀ ସାବ୍ୟସ୍ତ ହୁଏ, ତେବେ ଏହା ଜାମିନବିହୀନ ଓ ସଂଜ୍ଞାନ ଅପରାଧ ଶ୍ରେଣୀ ଅଧୀନରେ ଆସେ । ଅର୍ଥାତ୍, ଏପରି ପରିସ୍ଥିତିରେ ପୋଲିସ ଷ୍ଟେସନରୁ ଜାମିନ ମିଳେ ନାହିଁ, ଏହାର ଶୁଣାଣି ବିଚାରପତି ନିଜେ କରନ୍ତି । ତେବେ ଏହି ଅପରାଧରେ କୋର୍ଟଙ୍କ ଅନୁମତି କ୍ରମେ ପୀଡିତା ମଧ୍ୟ ଆପୋଷ ବୁଝାମଣା କରିପାରିବେ । ଏହି ପ୍ରକାର ମାମଲା ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଶୁଣାଣି ହୋଇଥାଏ ।


ଏହା ବି ପଢ଼ନ୍ତୁ: Lawyers: କାହିଁକି କେବଳ କଳା କୋଟ୍ ଓ ଧଳା ସାର୍ଟ ପିନ୍ଧନ୍ତି ଓକିଲ? ଜାଣନ୍ତୁ ଏହାପଛର ରୋଚକ କାହାଣୀ