Lawyers: କାହିଁକି କେବଳ କଳା କୋଟ୍ ଓ ଧଳା ସାର୍ଟ ପିନ୍ଧନ୍ତି ଓକିଲ? ଜାଣନ୍ତୁ ଏହାପଛର ରୋଚକ କାହାଣୀ
Advertisement

Lawyers: କାହିଁକି କେବଳ କଳା କୋଟ୍ ଓ ଧଳା ସାର୍ଟ ପିନ୍ଧନ୍ତି ଓକିଲ? ଜାଣନ୍ତୁ ଏହାପଛର ରୋଚକ କାହାଣୀ

Lawyers Black Coat History: ଆଜିର ସମୟରେ, କଳା କୋଟ ଓକିଲମାନଙ୍କର ପରିଚୟ ପାଲଟିଛି । ଓକିଲମାନେ କାହିଁକି ଏହି ରଙ୍ଗ ପିନ୍ଧନ୍ତି ଓ ଏହାକୁ ପିନ୍ଧିବାର ଧାରା କେବେଠାରୁ ଆରମ୍ଭ ହେଲା? ଆମର ଏହି ଆର୍ଟିକିଲ୍ ମାଧ୍ୟମରେ, ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛି ।

ସୌ: ସୋସିଆଲ ମିଡିଆ

Lawyers Black Coat History: ଆପଣ ନିଶ୍ଚୟ ଦେଖିଥିବେ ଯେ ଓକିଲମାନେ କେବଳ କଳା କୋଟ୍ ପିନ୍ଧି କେସ୍ ଲଢ଼ିଥାନ୍ତି । କେବଳ ଏତିକି ନୁହେଁ, ସେମାନେ ମଧ୍ୟ ନିଜ ଅଫିସରେ କେବଳ କଳା କୋଟ୍ ପିନ୍ଧି ବସିଥାନ୍ତି । ବର୍ତ୍ତମାନ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସିପାରେ, ଓକିଲମାନେ କାହିଁକି ଏହି ରଙ୍ଗ ପିନ୍ଧନ୍ତି ଓ ଏହାକୁ ପିନ୍ଧିବାର ଧାରା କେବେଠାରୁ ଆରମ୍ଭ ହେଲା? ଆମର ଏହି ଆର୍ଟିକିଲ୍ ମାଧ୍ୟମରେ, ଆପଣଙ୍କୁ ଏହା ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବରୁ ଆଇନଜୀବୀ କିମ୍ବା ବିଚାରପତିମାନେ କେବଳ କଳା ପୋଷାକ ପିନ୍ଧୁନଥିଲେ । ଏହି ପିନ୍ଧିବାର ଧାରା ଇତିହାସର ଏକ ବିଶେଷ ଘଟଣା ସହିତ ଜଡିତ । ଆସନ୍ତୁ ଜାଣିବା ...

ଓକିଲାତିର ଆରମ୍ଭ ଏଡୱାର୍ଡ ତୃତୀୟ ୧୩୩୭ ମସିହାରେ ଆରମ୍ଭ କରିଥିଲେ । ଏହାପରେ ଡ୍ରେସ୍ କୋଡ୍ ଆଧାରରେ ବିଚାରପତିଙ୍କ ପୋଷାକ ପ୍ରସ୍ତୁତ କରାଯାଇଥିଲା । ତା’ପରେ ବିଚାରପତିମାନେ ସେମାନଙ୍କ ମୁଣ୍ଡରେ ଏକ ପ୍ରକାର ୱିଗ୍ ପିନ୍ଧୁଥିଲେ । ଓକିଲାତିକୁ ପ୍ରାରମ୍ଭ ଦିନରେ ଚାରି ଭାଗ ଯଥା ଛାତ୍ର, ପ୍ଲିଡ଼ର, ବେଞ୍ଚର୍ ଓ ବାରିଷ୍ଟର ଭାବରେ ବିଭକ୍ତ କରଯାଇଥିଲା ଓ ସମସ୍ତେ ବିଚାରପତିଙ୍କୁ ସ୍ୱାଗତ କରୁଥିଲେ ।

ଏହାପରେ କୋର୍ଟରେ ସୁବର୍ଣ୍ଣ ଲାଲ କପଡା ଓ ବାଦାମୀ ରଙ୍ଗର ଏକ ଗାଉନ୍ ପିନ୍ଧିବା ଆରମ୍ଭ ହୋଇଥିଲା । ପରେ ୧୬୦୦ ମସିହାରେ ଆଇନଜୀବୀଙ୍କ ପୋଷାକରେ ପରିବର୍ତ୍ତନ ଆସିଥିଲା ​​ଓ ୧୬୩୭ ମସିହାରେ କାଉନସିଲ ଲୋକ ମାନଙ୍କ ଅନୁଯାୟୀ ପୋଷାକ ପିନ୍ଧିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହା ପରେ ଓକିଲମାନେ ଲମ୍ବା ଗାଉନ୍ ପିନ୍ଧିବା ଆରମ୍ଭ କଲେ । ବିଶ୍ୱାସ କରାଯାଏ ଯେ ସେହି ସମୟରେ ଏପରି ପୋଷାକ ଅନ୍ୟ ସାଧାରଣ ଲୋକଙ୍କଠାରୁ ବିଚାରପତି ଓ ଓକିଲମାନଙ୍କୁ ଭିନ୍ନ କରିବା ପାଇଁ ବ୍ୟବହୃତ ହେଉଥିଲା ।

୧୬୯୪ ମସିହାରେ ବ୍ରିଟେନର ରାଣୀ ମେରିଙ୍କ ମୃତ୍ୟୁ ବରଣ ହୋଇଥିଲା । ଏହା ପରେ ତାଙ୍କ ସ୍ୱାମୀ କିଙ୍ଗ ୱିଲିୟମ୍ସ ସମସ୍ତ ବିଚାରପତି ଓ ଆଇନଜୀବୀଙ୍କୁ ସର୍ବସାଧାରଣରେ ଶୋକ ମନାଇବା ପାଇଁ କଳା ଗାଉନରେ ଏକାଠି ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ କେବେବି ପ୍ରତ୍ୟାହାର କରାଯାଇନଥିଲା ଓ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଧାରା ରହି ଆସିଛି ଓ ଆଇନଜୀବୀମାନେ କଳା ଗାଉନ୍ ପିନ୍ଧନ୍ତି ।

ଆଜିର ସମୟରେ, କଳା କୋଟ ଓକିଲମାନଙ୍କର ପରିଚୟ ପାଲଟିଛି । ଅଧିନିୟମ ୧୯୬୧ ଅନୁଯାୟୀ, କୋର୍ଟରେ ଧଳା ବ୍ୟାଣ୍ଡ ଟାଇ ସହିତ କଳା କୋଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ବିଶ୍ୱାସ କରାଯାଏ ଯେ କଳା କୋଟ ଓ ଧଳା ସାର୍ଟ ଓକିଲମାନଙ୍କ ମଧ୍ୟରେ ଅନୁଶାସନ ଆଣିଥାଏ ଓ ନ୍ୟାୟ ଉପରେ ବିଶ୍ୱାସ ରଖେ ।

ଏହା ବି ପଢ଼ନ୍ତୁ: ପରିସ୍ରା ଲାଗିଲେ କାହିଁକି କାନି ଆଙ୍ଗୁଠି ଦେଖାନ୍ତି? କେବେ ଭାବିଛନ୍ତି ଏହା ବିଷୟରେ, ଜାଣନ୍ତୁ ଉତ୍ତର

ଏହା ବି ପଢ଼ନ୍ତୁ: Wallet: ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଥିଲେ ପଢ଼ିନିଅନ୍ତୁ ଏହି ଖବର, ନଚେତ୍ ଆଜୀବନ ସହିବାକୁ ପଡିବ ଯନ୍ତ୍ରଣା!