Job Opportunity: ବ୍ୟାଙ୍କରେ ଚାକିରି କରିବା ପାଇଁ ଆପଣ ଇଚ୍ଛୁକ କି? ତାହେଲେ ଆପଣଙ୍କ ପାଇଁ ଏକ ସୂବର୍ଣ୍ଣ ସୁଯୋଗ। ବର୍ତ୍ତମାନ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବାହାରିଛି ନିଯୁକ୍ତି ସୁଯୋଗ। ଡେପୁଟି ମ୍ୟାନେଜର (ସିକ୍ୟୁରିଟି) / ମ୍ୟାନେଜର (ସିକ୍ୟୁରିଟି) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ କାଲିଠାରୁ ଆରମ୍ଭ ହୋଇଯାଇଛି ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ଇଚ୍ଛୁକ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍‌ sbi.co.in କୁ ଭିଜିଟ୍ କରି ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

ଏହି ଆବେଦନ ପ୍ରକ୍ରିୟା ଗତ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଯୋଗ୍ୟ ପ୍ରାର୍ଥୀମାନେ ଚାହିଁଲେ ଏହି ତାରିଖ ମଧ୍ୟରେ ଆବେଦନ କରିପାରିବେ।


ଖାଲି ପଦବୀ:


UR ପ୍ରାର୍ଥୀ – ୧୮ଟି ପୋଷ୍ଟ


EWS ପ୍ରାର୍ଥୀ – ୩ଟି ପୋଷ୍ଟ୍‌


OBC ପ୍ରାର୍ଥୀ – ୧୧ଟି ପୋଷ୍ଟ୍‌


ST ପ୍ରାର୍ଥୀ – ୨ଟି ପୋଷ୍ଟ୍‌


ମୋଟ ପଦବୀ – ୪୨ଟି ପୋଷ୍ଟ୍‌


ଶିକ୍ଷାଗତ ଯୋଗ୍ୟତା:


ଆବେଦନ ପାଇଁ ପ୍ରାର୍ଥୀ ଯେକୌଣସି ସରକାରୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଶିକ୍ଷାନୁଷ୍ଠାନରୁ ଯେକୌଣସି ଷ୍ଟ୍ରିମ୍‌ରେ ସ୍ନାତକତ୍ୱ ହାସଲ କରିଥିବା ଆବଶ୍ୟକ।


ବୟସ ସୀମା:


ଆବେଦନ ସମୟରେ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ସୀମା ୨୫ ରୁ ଅଧିକ ହୋଇଥିବା ବେଳେ ସର୍ବାଧିକ ବୟସ ସୀମା ୪୦ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ। ଏହା ଚଳିତ ବର୍ଷ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ହିସାବ କରାଯିବ।


ଆବେଦନ ଶୁଳ୍କ:


UR / EWS / OBC ପ୍ରାର୍ଥୀ – ୭୫୦ ଟଙ୍କା


SC / ST / PWBD ପ୍ରାର୍ଥୀ – ଦେୟମୁକ୍ତ


ମାସିକ ଦରମା:


ଡେପୁଟି ମ୍ୟାନେଜରରେ ଚାକିରି ମିଳିଲେ ମାସିକ ଦରମା  ୪୮ ହଜାର ୧୭୦ ଟଙ୍କା ରୁ ୬୯ ହଜାର ୮୧୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ସେହିପରି ମ୍ୟାନେଜର ପୋଷ୍ଟ ପାଇଁ ୬୩ ହଜାର ୮୪୦ ଟଙ୍କା ରୁ ୭୮ ହଜାର ୨୩୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।


କିପରି କରିବେ ଆବେଦନ:


ତେବେ ଆବେଦନ କରିବା ପାଇଁ ପ୍ରଥମେ SBI ର କ୍ୟାରିୟର ପେଜକୁ ଯାଆନ୍ତୁ (Sbi.co.in/web/careers), ତା ପରେ ହୋମ୍‌ପେଜ୍‌ରେ, ଡେପୁଟି ମ୍ୟାନେଜର୍ (ସିକ୍ୟୁରିଟି) କିମ୍ବା ମ୍ୟାନେଜର୍ (ସିକ୍ୟୁରିଟି) ପଦବୀ ପାଇଁ “Apply” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଏହା ପରେ ପଞ୍ଜିକରଣ କରି ସାଇନ୍ ଇନ୍ କରନ୍ତୁ, ତା ପରେ ସଠିକ୍ ତଥ୍ୟ ଦେଇ ଆବେଦନ ଫର୍ମ ପୂରଣ କରନ୍ତୁ। ଆବେଦନ ଫର୍ମ ପୂରଣ କରିବା ପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ। ଏହା ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।


Also Read: NALCO Recruitment 2023: ନିଯୁକ୍ତି ସୁଯୋଗ, ମାସିକ ଦରମା ୮୦ ହଜାର!