CHSE: ଯୁକ୍ତ ଦୁଇ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତର ଖାତା ଆଉ ସିଧାସଳଖ ମୂଲ୍ୟାଙ୍କନକାରୀଙ୍କ ନଜରକୁ ଆସିବ ନାହିଁ। ଖାତା ଦେଖି ଖାତାରେ ମାର୍କ ଚଢ଼ାଯିବ ନାହିଁ। ବରଂ ସେମାନଙ୍କୁ ଉତ୍ତରଖାତାର ଫଟୋ ଦେଖି ମୂଲ୍ୟାୟନ କରିବାକୁ ହେବ। ଏମିତି ଏକ ପ୍ରସ୍ତାବ ଦେଇଛି ପରିଷଦ। ଯାହାକୁ ସରକାର ବିଚାର କରିବା ପରେ ଯାଇ ସ୍ଥିର କରାଯିବ। 


COMMERCIAL BREAK
SCROLL TO CONTINUE READING


ପରିଷଦର ଅଧ୍ୟକ୍ଷ କହିଛନ୍ତି ଏବେ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମସ୍ତ ଖାତା ଏହିପରି ଭାବେ ମୂଲ୍ୟାୟନ କରାଯାଉଛି। କେବଳ କଳା ବିଭାଗର ଇଂରାଜୀ ଓ ଓଡ଼ିଆ ଭାଷା ଖାତାକୁ ଏହିପରି ମୂଲ୍ୟାୟନ କରାଯାଉ ନାହିଁ। ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରରେ ଉତ୍ତର ଖାତା ଦେଖି ତାହା ଉପରେ ମାର୍କ ଚଢ଼ାଉଛନ୍ତି। ଅପରପକ୍ଷେ ପିଲାଙ୍କ ପରୀକ୍ଷାଖାତା ଦେଖିବାକୁ ଯେତିକି ଶିକ୍ଷକଙ୍କ ଆବଶ୍ୟକତା ରହିଛି ସେହି ପରିମାଣ ଏବେ ସରକାରଙ୍କ ପାଖରେ ଉପଲବ୍ଧ ନାହାନ୍ତି। ଏଣୁ ଖାତା ଦେଖା ବିଳମ୍ବ ହେବାରୁ ପରୀକ୍ଷାଫଳ ପ୍ରକାଶନ ବିଳମ୍ବ ହେଉଛି। ଏହାକୁ ସୁଧାରିବା ପାଇଁ ପରିଷଦ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି।  ଆସନ୍ତା କିଛିଦିନ ଭିତରେ ସରକାରଙ୍କ ଅନୁମୋଦନ ଆସିବା ପରେ ସମ୍ପୃକ୍ତ ଖାତା ଦେଖା ଅନଲାଇନ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଆଜିଠାରୁ +୨ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି।