CTET Admit Card 2024 Out: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅର୍ଥାତ୍ CBSE କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (CTET) ୨୦୨୪ ର ଆଡମିଟ୍ କାର୍ଡ ଜାରି କରିଛି। ପ୍ରାର୍ଥୀମାନେ ୧୪ ଡିସେମ୍ବରରେ ହେବାକୁ ଥିବା ପରିକ୍ଷା ପାଇଁ CTET ର ଅଫିସିଆଲ୍ ୱେବସାଇଟ୍ ctet.nic.in ଭିଜିଟ୍ କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ବୁଧବାର ଦିନ ଇଣ୍ଡିଆନ୍ ଏକ୍ସପ୍ରେସ୍ ସହିତ କଥାବାର୍ତ୍ତା କରି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଆମେ ୧୨ ଡିସେମ୍ବର ୨୦୨୪ ତାରିଖରେ ଆଡମିଟ୍ କାର୍ଡ ରିଲିଜ୍ କରିବୁ।


COMMERCIAL BREAK
SCROLL TO CONTINUE READING

ଏହିପରି ଡାଉନଲୋଡ୍ କରନ୍ତୁ ଆଡମିଟ୍ କାର୍ଡ 
CTET ଡିସେମ୍ବର ୨୦୨୪ ପରୀକ୍ଷାର ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାକୁ ନିମ୍ନରେ ଦିଆଯାଇଥିବା ଷ୍ଟେପ୍ ଫଲ୍ଲୋ କରନ୍ତୁ।


1. ପ୍ରାର୍ଥୀମାନେ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ ctet.nic.in ଭିଜିଟ୍ କରନ୍ତୁ।
2. ୱେବସାଇଟ୍ ର ହୋମପେଜରେ ଆପଣ  Download Admit card: CTET Dec 2024  ଲିଙ୍କ୍ ପାଇବ। ଏଥିରେ କ୍ଲିକ୍ କରନ୍ତୁ।
3. ଏହା ପରେ ପୁଣିଥରେ  Download Admit Card: CTET Dec-2024 ଉପରେ କ୍ଲିକ୍ କରନ୍ତୁ।
4. ବର୍ତ୍ତମାନ ଏକ ନୂଆ ଟ୍ୟାବ୍ ଖୋଲିବ। ଏଥିରେ Application No ଏବଂ Date of Birth ଏଣ୍ଟ୍ରି କରି ସବମିଟ୍ କରନ୍ତୁ।
5. ଆପଣଙ୍କ ସ୍କ୍ରିନରେ ଆଡମିଟ୍ କାର୍ଡ ଦେଖାଯିବ> ଏହାକୁ ଡାଉନଲୋଡ୍ କର ଏବଂ ସେଥିରୁ ଏକ ପ୍ରିଣ୍ଟ୍ ବାହାର କରି ରଖନ୍ତୁ।


କହିରଖୁଛୁ ଯେ CTET ପରୀକ୍ଷା ୨୦୨୪ ପ୍ରାରମ୍ଭରେ ୧ ଡିସେମ୍ବର ୨୦୨୪ ରେ କରାଇବା ପାଇଁ ଧାର୍ଯ୍ୟ କରାଯାଇଥିଲା, କିନ୍ତୁ ପରେ ଏହାକୁ ୧୫ ଡିସେମ୍ବର (ରବିବାର) କୁ ଘୁଞ୍ଚାଇ ଦିଆଯାଇଥିଲା। ଏହା ପରେ ୨୦ ସେପ୍ଟେମ୍ବରରେ ଆଉ ଏକ ନୋଟିଫିକେସନ ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଏହି ପରୀକ୍ଷା ୧୪ ଡିସେମ୍ବରରେ ହେବ। ତେବେ ଏହି ସମାନ ନୋଟିଫିକେସନରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ସହରରେ ଛାତ୍ର ସଂଖ୍ୟା ଅଧିକ ହୁଏ ତେବେ ଉଭୟ ଦିନରେ ପରୀକ୍ଷା କରାଯିବ।


Also Read: 'ୱାନ ନେସନ, ୱାନ ଇଲେକ୍ସନ' ପ୍ରସ୍ତାବକୁ କ୍ୟାବିନେଟ୍ କଲା ଅନୁମୋଦନ, ଖୁବ ଶୀଘ୍ର ସଂସଦରେ ଉପସ୍ଥାପିତ ହେବ ବିଲ୍